www.samajalive.in
Monday, December 8, 2025
14.1 C
Bhubaneswar

ସମ୍ବଲପୁରରୁ ନକଲି ଔଷଧ ଜବତ

ସମ୍ବଲପୁର : କରୋନାର କରାଳ ପ୍ରକୋପ ଜାରି ରହିଥିବା ବେଳେ କିଛି ଅସାଧୁ ବ୍ୟବସାୟୀ ଏହି ସମୟରେ ସାମାନ୍ୟ ଅଧିକ ଲାଭ ଆଶାରେ ମନୁଷ୍ୟର ଜୀବନକୁ ବାଜି ଲଗାଇବା ପାଇଁ ବେଆଇନ କାର୍ଯ୍ୟ କରିବାରୁ କ୍ଷାନ୍ତ ହେଉ ନାହାନ୍ତି। କଟକ ସ୍ଥିତ କନିକା ଛକର ଏକ ଔଷଧ ଦୋକାନରୁ ଡ୍ରଗ କଣ୍ଟ୍ରୋଲର ସ୍ୱାର୍ଡ ଦ୍ୱାରା ବିପୁଳ ପରିମାଣରେ ନକଲି ଫାଭିପିରାଭିର ଔଷଧ ଜବତ ହୋଇଥିବା ବେଳେ ସମ୍ବଲପୁରରେ ମଧ୍ୟ ଶୁକ୍ରବାର ସନ୍ଧ୍ୟାରେ ଚଢ଼ଉ ସମୟରେ ବିପୁଳ ପରିମାଣର ନକଲି ଔଷଧ ଜବତ ହୋଇଛି। ସମ୍ବଲପୁର ଜିଲା ଡ୍ରଗ ଅଧିକାରୀ ସତ୍ୟ ନାରାୟଣ ମଲ୍ଲିକ ଓ ଡ୍ରଗ ଜୋନାଲ ରେଞ୍ଜ ସୁନିତା ନାଥଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଜଗନ୍ନାଥ କଲୋନୀ ସ୍ଥିତ ମେଡିଲାଇନ ଏଜେନ୍ସି ରେ ଚଢ଼ଉ କରିଥିଲେ। ଏହି ଚଢ଼ଉ ସମୟରେ ୩ ପ୍ରକାରର ନକଲି କରୋନା ପ୍ରତିଷେଧକ ଔଷଧ ଜବତ କରାଯାଇଛି। ଚଢ଼ଉ ସମୟରେ ଟ୍ରିଟ – ୨୦୦ ଏବି (୩୩୦ଟି) ବଟିକା, ଟ୍ରିଟ ବିଏଲ (୬୧୦ଟି) ବଟିକା ଓ ଫେଡର – ଏସ (୬୦ଟି) ବଟିକା ଜବତ କରାଯାଇଛି। ଜବତ ହୋଇଥିବା ସମସ୍ତ ଔଷଧ ଗୁଡିକର ଅନୁମାନିକ ମୂଲ୍ୟ ୧୭ ହଜାର ୪ ଶହ ଟଙ୍କା ହେବ।

- Advertisement -

ଏହି ନକଲି ଔଷଧ ଗୁଡିକ ହିମାଚଳ ପ୍ରଦେଶର ସୋଲାନ ଅଞ୍ଚଳରେ ଥିବା ମେକ୍ସ ରିଲିଫ ହେଲଥ କେୟାର ଦ୍ୱାରା ନିର୍ମିତ। ଏହି କମ୍ପାନୀ ସରକାରଙ୍କ ନିକଟରେ ପଞ୍ଜିକୃତ ହୋଇ ନାହିଁ। କମ୍ପାନୀ ରାଜ୍ୟର ଅନେକ ଔଷଧ ବିତରକ ମାନଙ୍କୁ ଏହି ଔଷଧ ଯୋଗାଇଥିବାର ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି। କଟକରେ ଚଢ଼ଉ ପରେ ମିଳିଥିବା ନକଲି ଔଷଧ କାରବାରର ଚେର ପଶ୍ଚିମ ଓଡ଼ିଶାକୁ ଲମ୍ବି ଥିବାର ସୂଚନା ମିଳିବା ପରେ ସମ୍ବଲପୁର ଜିଲା ଡ୍ରଗ ବିଭାଗ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଏହି ଚଢ଼ଉ କରାଯାଇଥିଲା। ଆଗାମୀ ଦିନରେ ଆହୁରୀ ଚଢ଼ଉ କରାଯିବ ବୋଲି ସୂଚନା ମିଳିଛି। ଜବତ ହୋଇଥିବା ଔଷଧ ବିତରକଙ୍କୁ ଆଇନ ଅନୁଯାୟୀ ଫର୍ମ ୧୬ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପର ପକ୍ଷରେ ସମ୍ବଲପୁରରେ ଏହି ଅବୈଧ ଔଷଧ ରଖିଥିବା ବିତରକ ଭୁବନେଶ୍ୱରର ଗ୍ୟାରେଜ ଛକ ସ୍ଥିତ ସ୍ୱାଇଁ ଏସୋସିଏଟ ଏବଂ କଟକର ମେଡିଲୋୟଡ ମେଡିକେମେନ୍ଟ ପ୍ରା. ଲି. ନିକଟରୁ ଗତ ୨୪ ମାର୍ଚ୍ଚ, ୨ ଏପ୍ରିଲ ଓ ୨୦ ଏପ୍ରିଲ ଆଣିଥିବା ବିଲ ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ ସମୟରେ ଜଣାପଡ଼ିଛି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଏହି ଅବୈଧ କାରବାର ଅନେକ ମାସ ହେବ ବେଧଡକ ପଶ୍ଚିମ ଓଡ଼ିଶାରେ ଜାରି ରହିଛି।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories