www.samajalive.in
Sunday, December 14, 2025
18.1 C
Bhubaneswar

ଆରମ୍ଭ ହେଲା ସପ୍ତାହବ୍ୟାପି ଶୀତଳଷଷ୍ଠୀ ଉତ୍ସବ : ବାଲୁଙ୍କେଶ୍ୱର ବାବାଙ୍କ ପତ୍ରପେଣ୍ଡି ସମ୍ପନ୍ନ

ସମ୍ବଲପୁର 🙁ବିରାଜ ମିଶ୍ର) ସମ୍ବଲପୁରର ବିଶ୍ୱ ପ୍ରସିଦ୍ଧ ଲୌକିକ ସପ୍ତାହବ୍ୟାପି ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ଭବ୍ୟ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ଆଜିଠାରୁ ଆରମ୍ଭ ହୋଇଯାଇଛି। ପ୍ରାୟ ୪୦୦ ବର୍ଷ ହେବ ପଢ଼ୀ ପରେ ପିଢୀ ଚାଲି ଆସୁଥିବା ଧାର୍ମିକ ପରମ୍ପରା ଅନୁଯାୟୀ ସନ୍ଧ୍ୟା ପ୍ରାୟ ୬ଟା ସମୟରେ ସର୍ବ ପୁରାତନ ନନ୍ଦପଡ଼ାର ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱର ଙ୍କର ପତ୍ରପେଣ୍ଡି (କନ୍ୟା ଖୋଜା) ନୀତି ସହିତ ଦେବ ବିବାହ ଉତ୍ସବର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ପୁଜାର୍ଚ୍ଚନା ପରେ ଅପରାହ୍ନ ପ୍ରାୟ ୬ଟା ସମୟରେ ଶ୍ରୀ ଶ୍ରୀ ବମ୍‍ ବମ୍‍ ବରାଡ ବାଲୁଙ୍କେଶ୍ୱରଙ୍କର ପାଇଁ ପାତ୍ରୀ ଅନ୍ୱେଷଣ ପାଇଁ ବରପିତା ରାମଚରଣ ମିଶ୍ର, ସପ୍ତର୍ଷି ଏବଂ ପଡ଼ାର ମୁରବୀ ମାନଙ୍କ ସହିତ ଶଙ୍ଖ ଧ୍ୱନି ମଧ୍ୟରେ ନିରାଡମ୍ବର ଭାବରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରି ମନ୍ଦିରରୁ ବାହାରିଥିଲେ।

ବରପିତା ଓ ସପ୍ତର୍ଷି ମାନେ ମୁରବୀ ମାନଙ୍କ ସହିତ ଶଙ୍ଖ ଧ୍ୱନି ମଧ୍ୟରେ କନ୍ୟା ଘର ବୈଦ୍ୟନାଥ ଛକ (ଗୋଲ ବଜାର) ନିବାସୀ ଗୋପାଳ ସାହୁ ଓ ପ୍ରମିଳା ସାହୁଙ୍କ ଘରକୁ ଯାଇଥିଲେ। ବରପିତା ଓ ସପ୍ତର୍ଷି ମାନେ କନ୍ୟା ଘରେ ପହଞ୍ଚିବା ପରେ ସମସ୍ତଙ୍କୁ କନ୍ୟା ପିତା ପାଛୋଟି ନେଇଥିଲେ। ବର ପକ୍ଷ ଆତିଥ୍ୟ ଗ୍ରହଣ ପରେ ସେମାନଙ୍କ ଆଗମନର ଅଭିପ୍ରାୟ କନ୍ୟା ପକ୍ଷଙ୍କୁ ଜଣାଇଥିଲେ। ବିବାହ ଯୋଗ୍ୟ ପୁତ୍ର ବାବା ବାଲୁଙ୍କେଶ୍ୱରଙ୍କ ପାଇଁ ଏକ ଯୋଗ୍ୟା ପାତ୍ରୀ ଥିବାର ଖବର ପାଇ ସେମାନେ ଏଠାକୁ ଧାଇଁ ଆସିଛନ୍ତି ବୋଲି ଜଣାଇଥିଲେ। କନ୍ୟା ପକ୍ଷ ବର ପାତ୍ରଙ୍କ ଗୁଣଗ୍ରାମ ବିଷୟରେ ଜାଣିବାକୁ ଚାହିଁଥିଲେ। ଏହାର ପ୍ରତି ଉତ୍ତରରେ ବରପିତା ଙ୍କ ସହିତ ଆସିଥିବା ସପ୍ତର୍ଷିଗଣ ପବିତ୍ର ମନ୍ତ୍ର, ଶ୍ଲୋକ ଆବୃତ୍ତି କରି ଦେବ ଦେବ ମହାଦେବଙ୍କ ମହିମା ବର୍ଣ୍ଣନ କରିଥିଲେ। ସେ ହେଉଛନ୍ତି ଶ୍ମଶାନବାସୀ, ଦେହରେ ପାଉଁଶ ବୋଳି ହୁଅନ୍ତି, ଘର ଦ୍ୱାରା ତାଙ୍କ କିଛି ନାହିଁ, ସାରା ସଂସାର ହେଉଛି ତାଙ୍କ ଘର ବୋଲି ମହାଦେବଙ୍କର ମହିମା ବିଷୟରେ ବଖାଣି ଥିଲେ। ସେହିଭଳି କନ୍ୟା ପକ୍ଷ ପାର୍ବତୀଙ୍କର ଗୁଣ, ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଥିଲେ। ତେବେ ମହାଦେବଙ୍କ ଘରଦ୍ୱାର କିଛି ନ ଥିବାରୁ ପ୍ରଥମେ କନ୍ୟା ପକ୍ଷ ଝିଅ ଦେବା ପାଇଁ ଅମଙ୍ଗ ହୋଇଥିଲେ। ପରେ ସପ୍ତର୍ଷିଙ୍କର ଯୁକ୍ତି ଓ ମହାଦେବଙ୍କର ମହିମା ବିଷୟରେ ଅବଗତ ହେବା ପରେ ସେମାନେ ପାର୍ବତୀଙ୍କୁ ବାଲୁଙ୍କେଶ୍ୱରଙ୍କର ସହିତ ବିବାହ ଦେବା ପାଇଁ ସହର୍ଷରେ ରାଜି ହୋଇଥିଲେ। ଏହା ପରେ ବରପିତା ରାମଚରଣ ତମ୍ବା ଥାଳରେ ଆଣିଥିବା ୭୨ଟି ଶାଳପତ୍ର ସମ୍ବଳିତ ପେଣ୍ଡା (ବିଡା), ବେଲ ପତ୍ର, ଫୁଲ, ଚନ୍ଦନ କନ୍ୟା ପିତା ଗୋପାଳ ଓ ମାତା ପ୍ରମିଳା ଙ୍କୁ ପ୍ରଦାନ କରି ଦେବ ବିବାହକୁ ଚୁଡାନ୍ତ କରିଥିଲେ।

- Advertisement -

ପ୍ରତି ବର୍ଷ ଏହି ଉତ୍ସବ ଶହ ଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ବାଜାଗାଜା, ରୋଷଣୀ, ଆତିଶବାଜି, ନୃତ୍ୟ, ସଙ୍ଗୀତ, ଭବ୍ୟ ଶୋଭାଯାତ୍ରା ଆଦିର ଆୟୋଜନ ସହିତ କରାଯାଉଥିବା ବେଳେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା ସଙ୍କଟକୁ ଧ୍ୟାନରେ ରଖି ସରକାରୀ ନିୟମାନୁଯାୟୀ ମାତ୍ର କିଛି ଲୋକଙ୍କ ଉପସ୍ଥିତିରେ ପତ୍ରପେଣ୍ଡିର ବିଧି ରକ୍ଷା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ନିରାଡମ୍ବର ଭାବରେ ଧାର୍ମିକ ପରମ୍ପରା ଅନୁଯାୟୀ ସମସ୍ତ ପୂଜାର୍ଚ୍ଚନା, ରିତିନିତ ଆଦି ଶଙ୍ଖ ଓ ହୁଳହୁଳି ଧ୍ୱନି ମଧ୍ୟରେ ପାଳିତ ହୋଇଛି। ଏହି ମାଙ୍ଗଳିକ କାର୍ଯ୍ୟରେ ବରପିତା ରାମଚରଣ ଓ ସପ୍ତର୍ଷି କାମ୍ପାଳ ହୋତା, ଚକ୍ରଧର ମିଶ୍ର, ଗୋଲକ ବିହାରୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମିଶ୍ର, ଅମର ପୂଜାରୀ ଓ ଭୁବନ ମୋହନ ମିଶ୍ର ଙ୍କ ସମେତ ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୁଜକ ଶଶାଙ୍କ ଶେଖର ମିଶ୍ର, ନନ୍ଦପଡ଼ା ଶୀତଳ ଷଷ୍ଠୀ ଯାତ୍ରା କମିଟୀର ମୁଖ୍ୟ ସଂଯୋଜକ ଫଣି ଭୂଷଣ ମିଶ୍ର, ସୁରେଶ୍ୱର ମିଶ୍ର, ପ୍ରଫୁଲ୍ଲ ହୋତା, ଅମୂଲ୍ୟ ମିଶ୍ର, ସମୀର ରଞ୍ଜନ ବାବୁ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ବାଲୁଙ୍କେଶ୍ୱର ବାବାଙ୍କ ବର ପିତା ରାମ ଚରଣ ମିଶ୍ର ଓ ତାଙ୍କର ଧର୍ମପତ୍ନୀ ବନ୍ଦନା ମିଶ୍ର ଦାୟିତ୍ୱ ତୁଲାଉଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories