www.samajalive.in
Sunday, December 14, 2025
26.1 C
Bhubaneswar

ବୌଦ୍ଧରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ସାଧାରଣରେ ଉଦବେଗ, କରୋନା ମୃତ୍ୟୁ ସଂଖ୍ୟା ୬୮ରେ ପହଞ୍ଚିଲା

ବୌଦ୍ଧ : ବୌଦ୍ଧରେ କୋଭିଡ ସଂକ୍ରମଣ ଯେଉଁଭଳି ଭାବରେ ବଢିଚାଲିଛି ସେହିପରି ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। କରୋନା ପ୍ରଥମ ଲହରରେ ବୌଦ୍ଧଜିଲାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ ପ୍ରକାଶ ପାଇଥିବାବେଳେ ଦ୍ୱିତିୟ ଲହର ଏହାର ଛଅଗୁଣକୁ ଅତିକ୍ରମ କରି ୬୮ରେ ପହଞ୍ଚି ସାରିଲାଣି। ଯଦିଓ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରେ ଚିକିତ୍ସାକୁ ନେଇ ସୁସ୍ଥ ହୋଇଥିବା ବ୍ୟକ୍ତିବିଶେଷ ସନ୍ତୋଷ ପ୍ରକାଶ କରୁଛନ୍ତି, କିନ୍ତୁ ପୋଡଶୀ ଜିଲାଗୁଡିକରେ କୋଭିଡ ମୃତ୍ୟୁ ସଂଖ୍ୟା ତୁଳନାରେ ବୌଦ୍ଧରେ କୋଭିଡ ମୃତ୍ୟୁ ସଂଖ୍ୟାକୁ ନେଇ ସାଧାରଣରେ ଉଦବେଗ ସୃଷ୍ଟି ହୋଇଛି। ଜନସଂଖ୍ୟା ଦୃଷ୍ଟିରୁ ଅନ୍ୟ ଜିଲା ତୁଳନାରେ ବୌଦ୍ଧଜିଲାରେ କୋଭିଡ ସଂକ୍ରମଣ ଓ ମୃତ୍ୟୁ ହାର ଖୁବ ଅଧିକ ଥିବା ଜଣାଯାଇଛି। ସରକାରୀ ରିପୋର୍ଟ ଅନୁଯାୟୀ ରାଜ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୫୨୨ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇସାରିଥିବାବେଳେ ୩୦୩ ଜଣଙ୍କ କୋଭିଡ ମୃତ୍ୟୁ ସହିତ ରାଜ୍ୟରେ ଦ୍ୱିତିୟ ଓ ପଶ୍ଚିମ ଓଡ଼ିଶାରେ ସର୍ବାଧିକ ସୁନ୍ଦରଗଡ ଜିଲା ରହିଛି। ଅନ୍ୟ ଜିଲା ମଧ୍ୟରେ ବରଗଡରେ ୬୭ ଜଣ,ବଲାଙ୍ଗୀରରେ ୭୧ ଜଣ,କଳାହାଣ୍ଡିରେ ୧୪୬ ଜଣ,ସମ୍ବଲପୁରରେ ୯୮ ଜଣ,ନୂଆପଡାରେ ୬୨ ଜଣ,ସୁବର୍ଣ୍ଣପୁରରେ ୩୫ ଜଣ,ଦେବଗଡରେ ୨୮ ଜଣ ଓ ପୋଡଶୀ କନ୍ଧମାଳ ଜିଲାରେ ୪୪ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ତେବେ ବେସରକାରୀ ଭାବରେ କୋଭିଡ ମୃତ୍ୟୁ ସଂଖ୍ୟା ଢେର ବେଶି। କେବଳ ବୌଦ୍ଧଜିଲାରେ କୋଭିଡ ମୃତ୍ୟୁ ସଂଖ୍ୟା ଶତକ ପାର କରିସାରିଥିବା ନେଇ ସାଧାରଣରେ ଆଲୋଚନା ହେଉଅଛି। ସଚେତନତା ଅଭାବରୁ ଠିକ୍ ସମୟରେ ଚିକିତ୍ସା ନକରାଇ ଅନେକ ଲୋକ ଘରେ କୋଭିଡରେ ମୃତ୍ୟୁ ବରଣ କରୁଥିଲେ ମଧ୍ୟ ସେହି ସଂଖ୍ୟା ସରକାରୀ ତାଲିକାରେ ସାମିଲ ହୋଇପାରୁନାହିଁ। କିନ୍ତୁ ପ୍ରଶାସନ ପକ୍ଷରୁ ସମସ୍ତ ଉଦ୍ୟମ ସତ୍ୱେ ଜିଲାରେ କୋଭିଡ ମୃତ୍ୟୁ କମ ହେଉନଥିବାରୁ ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହିତ ଚିକିତ୍ସା ସେବାର ସମୀକ୍ଷା କରାଯିବାକୁ ସାଧାରଣରେ ଦାବି ହେଉଅଛି। ଚିକିତ୍ସା ନାମରେ ଗ୍ରାମାଞ୍ଚଳରେ ଲୋକମାନେ କ୍ୱାକ୍ ମାନଙ୍କ ଦ୍ୱାରା ଚିକିତ୍ସିତ କରାଇ ଅଧିକ ସଂଖ୍ୟାରେ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଗ୍ରାମାଞ୍ଚଳରେ ଚାଲିଥିବା ଏହି ଚିକିତ୍ସା କେନ୍ଦ୍ର ଗୁଡିକର ଯାଞ୍ଚ କରାଗଲେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାର ସମ୍ଭାବନା ରହିଛି।

 

- Advertisement -

ଗତ ଏକ ସପ୍ତାହ ହେବ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାରେ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ଏନ୍ଏସିରୁ ୨ ଜଣ, ବୌଦ୍ଧ ବ୍ଲକରୁ ୨୯, ହରଭଙ୍ଗା ବ୍ଲକରୁ ୨୧ ଓ କ।ମାଳ ବ୍ଲକରୁ ୩୧ ଜଣ ଆକ୍ରାନ୍ତ ହୋଇଛନ୍ତି। ବୌଦ୍ଧ ଜିଲ୍ଲାରେ ମୋଟ ପଜିଟିଭ୍ ସଂଖ୍ୟା ୧୧୩୮୯ରେ ପହ ିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୩୨୯ ରୋଗୀ ସୁସ୍ଥ ହୋଇସାରିଲେଣି। ଆହୁରି ୧୯୯୨ ଜଣ ରୋଗୀ ସକ୍ରିୟ ରହି ଚିକିତ୍ସାଧିନ ଅଛନ୍ତି। ସରକାରୀ ଭାବେ ଜିଲ୍ଲାରେ ଆଜି ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୬୮ରେ ପହ ିଛି।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories