ବୌଦ୍ଧ : ବାଉଁଶୁଣୀ ଥାନା ଅନ୍ତର୍ଗତ ବହିରା ପଞ୍ଚାୟତର ସଦେଇପୁର ଗ୍ରାମରେ ଟ୍ରାକ୍ଟର ମାଡିଯିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୂଚନା ମୁତାବକ ଗ୍ରାମର ଦୁର୍ଲଭ ବାରିକ(୬୫) ଖାଇସାରି ଘର ଆଗରେ ବାସନ ମାଜୁଥିବାବେଳେ ନିର୍ମାଣ ସାମଗ୍ରୀ ବୋଝେଇ ହୋଇଥିବା ଏକ ଟ୍ରାକ୍ଟର ତାଙ୍କ ଉପରେ ଚଢି ଯାଇଥିଲା। ବୃଦ୍ଧାଙ୍କୁ ଗୁରୁତର ଅବସ୍ଥାରେ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି। ଦୁର୍ଘଟଣା ଘଟାଇ ଟ୍ରାକ୍ଟର ସହ ଚାଳକ ଫେରାର ଥିବାବେଳେ ବାଉଁଶୁଣୀ ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।
Popular Categories



