www.samajalive.in
Sunday, December 14, 2025
17.1 C
Bhubaneswar

ଏସୀୟ କ୍ରୀଡ଼ା ସ୍ୱର୍ଣ୍ଣ ବିଜେତା ମୁଷ୍ଟିଯୋଦ୍ଧା ଡିଙ୍ଗ୍‍କୋଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରୀଡ଼ା ଇତିହାସରେ ଅନ୍ୟତମ ଶ୍ରେଷ୍ଠ ମୁଷ୍ଟିଯୋଦ୍ଧା ତଥା ଏସୀୟ କ୍ରୀଡ଼ାରେ ଦେଶକୁ ସ୍ୱର୍ଣ୍ଣପଦକ ଜିତାଇଥିବା ଡିଙ୍ଗ୍‍କୋ ସିଂହଙ୍କର ଗୁରୁବାର ଅକାଳ ଦେହାନ୍ତ ଘଟିଛି। ଅତ୍ୟନ୍ତ ଲଢ଼ୁଆ ମୁଷ୍ଟିଯୋଦ୍ଧା ଡିଙ୍ଗ୍‍କୋ ଗତ ୪ ବର୍ଷ ହେଲା ଯକୃତ କର୍କଟ ସହ ଲଢ଼େଇରେ ହାରି ଯାଇଛନ୍ତି। ମାତ୍ର ୪୨ ବର୍ଷ ବୟସରେ ଚିରନିଦ୍ରାକୁ ଯାଇଥିବା ଡିଙ୍ଗ୍‍କୋ ୨୦୧୭ରୁ କର୍କଟରେ ପୀଡ଼ିତ ଥିଲେ। ଡିଙ୍ଗ୍‍କୋ ତାଙ୍କ ପତ୍ନୀ ବାବାଇ ଏନ୍‍ଗାନ୍‍ଗମ୍‍ ଏବଂ ପୁଅ ଓ କନ୍ୟାକୁ ଛାଡ଼ି ଚାଲି ଯାଇଛନ୍ତି। ଯକୃତ କର୍କଟ ଲାଗି ଚିକିତ୍ସିତ ହେଉଥିବା ଡିଙ୍ଗ୍‍କୋ ଗତବର୍ଷ ପ୍ରଥମେ କାମଳ ରୋଗ ଏବଂ ପରେ କୋଭିଡ୍‍-୧୯ରେ ଆକ୍ରାନ୍ତ ହେବା ଯୋଗୁଁ ତାଙ୍କ ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା।
୧୯୮୨ ନୂଆଦିଲ୍ଲୀ ଏସୀୟ କ୍ରୀଡ଼ାରେ କାଉର୍‍ ସିଂହ ମୁଷ୍ଟିଯୁଦ୍ଧରେ ସ୍ୱର୍ଣ୍ଣପଦକ ଜିତିଥିବା ବେଳେ ଏହାର ୧୬ ବର୍ଷ ପରେ ୧୯୯୮ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ଡିଙ୍ଗ୍‍କୋ ସିଂହ ଦେଶକୁ ମୁଷ୍ଟିଯୁଦ୍ଧ ସ୍ୱର୍ଣ୍ଣପଦକ ଜିତାଇଥିଲେ। ଏହି ସ୍ୱର୍ଣ୍ଣ ଜିତିବା ବାଟରେ ଡିଙ୍ଗ୍‍କୋ ଦୁଇ ଅଲିମ୍ପିକ୍‍ସ ପଦକ ବିଜେତା ଥାଇଲାଣ୍ଡର ସୋଣ୍ଟାୟା ୱଙ୍ଗ୍‍ପ୍ରେଟ୍‍ସ ଓ ଉଜ୍‍ବେକିସ୍ତାନର ତିମୁର ତୁଲ୍ୟାକୋଭ୍‍ଙ୍କୁ ପରାସ୍ତ କରିଥିଲେ। ମଣିପୁୁରର ଡିଙ୍ଗ୍‍କୋ ସିଂହ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣପଦକ ଜିତିବା ସହ ଦେଶର ଅଗଣିତ ଯୁବ ମୁଷ୍ଟିଯୋଦ୍ଧାଙ୍କ ପାଇଁ ପ୍ରେରଣାଦାତା ଥିଲେ। ଅଲିମ୍ପିକ୍‍ସ ପଦକ ବିଜୟିନୀ ଏମ୍‍.ସି. ମ୍ୟାରିକମ୍‍ ମଧ୍ୟ କହନ୍ତି ଯେ ଡିଙ୍ଗ୍‍କୋ ହେଉଛନ୍ତି ତାଙ୍କର ପ୍ରେରଣାଦାତା।

 

- Advertisement -

ସୂଚନାଯୋଗ୍ୟ; ୧୯୯୮ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ା ପାଇଁ ଡିଙ୍ଗ୍‍କୋ ସିଂହଙ୍କ ମନୋନୟନ ହୋଇନଥିଲା। ହେଲେ ଡିଙ୍ଗ୍‍କୋ ଧମକ ଦେଇଥିଲେ ଯେ ତାଙ୍କୁ ଏସୀୟ କ୍ରୀଡ଼ାରେ ନନେଲେ ସେ ଆତ୍ମହତ୍ୟା କରିବେ। ପରେ ଡିଙ୍ଗ୍‍କୋଙ୍କୁ ଦଳରେ ସାମିଲ କରା ଯାଇଥିଲା ଏବଂ ସ୍ୱର୍ଣ୍ଣପଦକ ଜିତି ସେ ତାଙ୍କର ଜିଦ୍‍ଙ୍କୁ ସଠିକ୍‍ ବୋଲି ପ୍ରମାଣିତ କରି ପାରିଥିଲେ। ୧୯୯୮ରେ ଡିଙ୍ଗ୍‍କୋଙ୍କୁ ଅର୍ଜୁନ ପୁରସ୍କାର ମିଳିଥିଲା। ୨୦୧୩ରେ ସେ ପଦ୍ମଶ୍ରୀ ପାଇଥିଲେ। ଡିଙ୍ଗ୍‍କୋ ୨୦୦୦ ସିଡ୍‍ନୀ ଅଲିମ୍ପିକ୍‍ସରେ ଭାଗନେଇ ପ୍ରିକ୍ୱାର୍ଟରଫାଇନାଲ ପର୍ଯ୍ୟନ୍ତ ଯାଇ ପାରିଥିଲେ। ଡିଙ୍ଗ୍‍କୋ ଭାରତୀୟ ଜଳସେନାରେ କାର୍ଯ୍ୟରତ ଥିଲେ। ବକ୍ସିଂରୁ ଅବସର ପରେ ସେ ଇମ୍ଫାଲରେ ଭାରତୀୟ କ୍ରୀଡ଼ା ପ୍ରାଧିକରଣ ତାଲିମ କେନ୍ଦ୍ରରେ ପିଲାମାନଙ୍କୁ ମୁଷ୍ଟିଯୁଦ୍ଧ ଶିଖାଉଥିଲେ। ଡିଙ୍ଗ୍‍କୋଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍‍ ରିଜିଜୁ, ଭାରତୀୟ ବକ୍ସିଂ ମହାସଂଘ, ଅଲିମ୍ପିକ୍‍ସ ପଦକ ବିଜେତା ବିଜେନ୍ଦ୍ର ସିଂହ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories