www.samajalive.in
Saturday, December 6, 2025
26.1 C
Bhubaneswar

ସାବିତ୍ରୀ ବ୍ରତରେ ଅଘଟଣ, ଟ୍ରକରେ ପିଟି ହୋଇ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ନବବିବାହିତ ଯୁବକ ମୃତ

ପାଟଣା : ଘଟଗାଁ ବ୍ଲକ ଅନ୍ତର୍ଗତ ଝାରବେଡ଼ା ଚାଉଳ କଳ ନିକଟରେ ଆଜି ଅପରାହ୍ନରେ ଏକ ଟ୍ରକ୍ ସାମ୍ନାରେ ପିଟି ହୋଇ ଜଣେ ବାଇକ୍ ଆରୋହୀର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଅନ୍ୟ ଦୁଇ ଯୁବକ ଗୁରୁତର ହୋଇଛନ୍ତି। ଚାନ୍ଦପଶି ଛକରୁ ଏକ ବାଇକ୍ ଯୋଗେ ଝାରବେଡା ଗ୍ରାମର ଦଶରଥ ଖଣ୍ଡେଇଙ୍କ ପୁଅ ବାପୁନ୍ ଖଣ୍ଡେଇ, ଚୈତନି ନାଏକଙ୍କ ପୁଅ ଝୁଲୁ ନାଏକ ଓ ସୁଦର ମୁଣ୍ଡାଙ୍କ ପୁଅ ଝାରବେଡା ଗ୍ରାମକୁ ବାଇକ୍ ଯୋଗେ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା।
ଟ୍ରକର ଚାଳକ ସାମ୍ନାରୁ ଆସିଲୁଥିବା ବାଇକ୍ ଚାଳକଙ୍କ ହାବ ଭାବ ଦେଖି ଟ୍ରକଟିକୁ ରାସ୍ତା କଡ଼ରେ ଠିଆ କରି ଦେଇଥିଲେ ମଧ୍ୟ ଯୁବକ ମାନଙ୍କ ବାଇକ୍ ଟି ଟ୍ରକ୍ କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ଝାରବେଡା ଗ୍ରାମର ବାପୁନ୍ ଖଣ୍ଡେଇଙ୍କ ମୃତ୍ୟୁ ଘଟିଥିବା ବେଳେ ଝୁଲୁ ନାଏକ ଓ ସୁଦର ମୁଣ୍ଡାଙ୍କ ପୁଅ ଗୁରୁତର ହୋଇ କେନ୍ଦୁଝର ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି। ମୃତକ ବାପୁନ୍ ଖଣ୍ଡେଇ ଗତ ବର୍ଷ ବିବାହ କରିଥିଲେ ଓ ତାଙ୍କ ପତ୍ନୀ ଗର୍ଭବତୀ ଥାଇ ଆଜି ବାପ ଘରେ ସାବିତ୍ରୀ ବ୍ରତ ପାଳିଥିଲେ। ପଣ୍ଡାପଡ଼ା ପୁଲିସ  ଘଟଣାର ତଦନ୍ତ କରୁଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories