www.samajalive.in
Saturday, December 6, 2025
26.1 C
Bhubaneswar

ରାତି ୮ଟା – ମୁଖ୍ୟ ଖବର

–ମଣିଷକୁ ସଂକ୍ରମିତ କରୁଛି ସାର୍ସ କୋଭ-୨ ଭୂତାଣୁ, ଅନୁଧ୍ୟାନ ଓ ଅନୁଶୀଳନ ପରେ ଉପଯୁକ୍ତ ଟିକା ଏବଂ ଔଷଧ ବିକାଶିତ କରି ହେବ:ଆଇଏଲ୍‌ଏସ

–ଡିବିଟି-ଆଇଏଲ୍‌ଏସ୍ ପକ୍ଷରୁ ‘ଆନିମଲ ଚ୍ୟାଲେଞ୍ଜ’ ଷ୍ଟଡି ଷ୍ଟାର୍ଟଫର୍ମ ପ୍ରତିଷ୍ଠା

- Advertisement -

–ଭେଣ୍ଟିଲେଟରରୁ ବାହାରିଲେ ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ। ଭେଣ୍ଟିଲେଟରରୁ ବାହାରି ଏବେ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। କରୋନା ଆକ୍ରାନ୍ତ ପରେ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି

–ଆଜି ରାଜ୍ୟରେ ସୁସ୍ଥ ହେଲେ ୮୨୯୯ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୭୭୨୯୭୨କୁ ବୃଦ୍ଧି

–ସାବିତ୍ରୀ ପରେ ବଢ଼ିଲା ଟ୍ବିନ ସିଟିରେ ବଢ଼ିଲା କଟକଣା। ରଜ ପୂର୍ବରୁ ପୁଲିସର ସ୍ବତନ୍ତ୍ର ଅଭିଯାନ। କଟକଣା ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ। ଦୋକାନ ସିଲ, ଆବଶ୍ୟକ ପଡ଼ିଲେ ଗିରଫ କରାଯିବ

–ଆଜି ଭୁବନେଶ୍ବରରେ ୫୬୮ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୧୩୫

–ଛତିଶଗଡ଼ ଭିଲାଇରେ ଜୁମ୍ବୋ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟିତ। ରାଉରକେଲା ସମେତ ସେଲର ସମସ୍ତ ଡାକ୍ତରଖାନାରେ ଇକମୋ ମେସିନ ବ୍ୟବସ୍ଥା ପାଇଁ ନିର୍ଦେଶ ଦଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

–ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ରେ ଲାଗିବ ଜୀବନ ରକ୍ଷାକାରୀ ଇକମୋ ମେସିନ, ସୂଚନା ଦେଲେ ଏମ୍‌ସ ଅଧୀକ୍ଷକ
–ଗତବର୍ଷ ଭଳି ଏ ବର୍ଷ କେବଳ ପୁରୀରେ ହିଁ  ହେବ ବିନା ଭକ୍ତରେ ରଥଯାତ୍ରା
– ପୁରୀ ଛଡ଼ା ଏ ବର୍ଷ ଅନ୍ୟ ସବୁଠି ରଥଯାତ୍ରା ନିଷେଧ,କଟକଣା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସୂଚନା
– ବାତ୍ୟା ‘ୟାସ’ ପ୍ରଭାବିତ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ; କୃଷି ଯାନ୍ତ୍ରିକୀକରଣ ପାଇଁ କୋଡ଼ିଏ କୋଟି ଟଙ୍କାର ରିହାତି ସହାୟତା
–କ୍ଷତିଗ୍ରସ୍ତ ଲୋକଙ୍କୁ ରୋଜଗାର ଯୋଗାଇବା ପାଇଁ ଏମ୍‌ଜିଏନଆରଇଜିଏସ ଯୋଜନାରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ
–ଯୋଗ୍ୟ ହିତାଧିକାରୀଙ୍କୁ ଏସ୍‌ଡିଆରଏଫ୍‌/ ଏନ୍‌ଡିଆରଏଫ ନିୟମ ଅନୁଯାୟୀ ଗୃହ ନିର୍ମାଣ ଓ ଅନ୍ୟ ସହାୟତା ପ୍ରଦାନ କରାଯିବ।
– ଡକାୟତି ଯୋଜନାବେଳେ କଟକ ମହନଦୀ ହାଡ଼ିଆ ପଠାରେ ଚଢ଼ାଉ,୬ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ, ୩୦ ରାଉଣ୍ଡ ଗୁଳି, ୫ ବନ୍ଧୁକ ଓ ୨ ବାଇକ ଜବତ।
–ଗତ ୨ ମାସ ମଧ୍ୟରେ ଅମାନିଆ ଦେଲେଣି ସାଢ଼େ ୧୪ କୋଟି ଜରିମାନା,କାର୍ୟ୍ୟାନୁଷ୍ଠାନ ନେଇ ଆଇନ ଶୃଙ୍ଖଳା ଏଡିସି ଯଶୋବନ୍ତ ଜେଠୱାଙ୍କ ସୂଚନା।
– ରାଜ୍ୟରେ ୨୪ ଘଣ୍ଟାରେ ଆଉ ୪୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି, ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩ହଜାର ୧୬୭
– ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୦୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୧୭
– ସଂଗରୋଧରୁ ୩୪୪୬ ଏବଂ ସ୍ଥାନୀୟ ସଂକ୍ରମିତ ୨୬୫୧, ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ
– ବର୍ଷାରେ ବେହାଲ ମୁମ୍ବଇ ; ଭୁଷୁଡିଲା କୋଠା ; ୧୧ ମୃତ
– ରେକର୍ଡ ୪୧୮.୪୭ ଲକ୍ଷ ଟନ ଗହମ କିଣିଲେ ସରକାର
– ଦେଶରେ ଗତ ୨୪ ଘଣ୍ଟାରେ ଆଉ ୯୪,୦୫୨ ନୂଆ ସଂକ୍ରମିତ ଚିହ୍ନଟ, ମୋଟ ସଂକ୍ରମିତଙ୍କ ସଂଖ୍ୟା
୨,୯୧,୮୩,୧୨୧କୁ ବୃଦ୍ଧି
–ଚିକିତ୍ସାଧୀନ ଅବସ୍ଥାରେ ୬ ହଜାର ୧୪୮ ଆକ୍ରାନ୍ତ ଆଖି ବୁଜିଛନ୍ତି। ସେହିପରି  ପାଇଛି। ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୯ହଜାର ୬୭୬ରେ ପହଞ୍ଚିଛି
– ବାଗଜାନ ଅଗ୍ନିକାଣ୍ଡରେ କ୍ଷତି ୨୫,୦୦୦ କୋଟି ; ଅଞ୍ଚଳର ୫୫% ଜୈବ ବିବିଧତା ନଷ୍ଟ
– ଆଉ ଛଅମାସ ତାଲାବନ୍ଦ ବଢାଅ- ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ
– ରେଳବାଇକୁ ମିଳିବ ୫ ମେଗାହର୍ଜ ସ୍ପେକ୍ଟ୍ରମ
– ବିଟକଏନକୁ ଆଇନଗତ ମୁଦ୍ରା ଭାବେ ସ୍ୱୀକୃତି ଦେଲା ଏଲ୍‍ ସାଲାଭାଡର ; ବିଶ୍ୱର ପ୍ରଥମ ରାଷ୍ଟ୍ର ଭାବେ ବିଟକଏନକୁ ଗ୍ରହଣ କଲା
– ସାତବର୍ଷ କାରାଦଣ୍ଡ ଭୋଗିବେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀ
– ଭିଡିଓକନକୁ ଅଧିଗ୍ରହଣ କରିବ ବେଦାନ୍ତ ଗ୍ରୁପ
– ସୁପ୍ରିମକୋର୍ଟଙ୍କ ପ୍ରଶ୍ନ-ଏହି ଅପମିଶ୍ରିତ ଗହମ ଖାଇପାରିବ କି?
– ଆଣ୍ଟାର୍କଟିକ୍‌କୁ ପଞ୍ଚମ ମହାସାଗର ମାନ୍ୟତା, ନୂଆ ନାମ ‘ଦକ୍ଷିଣ ମହାସାଗର’
– ତୁର୍କୀ ବିବାହ ଭାରତରେ ବୈଧ ହୋଇନି, ଛାଡପତ୍ର କଣ? ଟିଏମ୍‌ସି ସାଂସଦ ନୁସରତ୍‌
– ଟିକା ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ ସୁବିଧା

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories