ଯାଜପୁର: ବେଶ କିଛି ଦିନର ନୀରବତା ପରେ ଆକ୍ସନ ମୋଡ଼କୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପ୍ରଶାସନ। ଏହି ତହସିଲ ଅଧିନ ଆରୁହା କଳାପଥର ଖାଦାନରେ ଉଡିଲା ନାଲି ପତାକା। ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କଲା ତହସିଲ ପ୍ରଶାସନ। ଏହା ପୂର୍ବରୁ ୧୪୪ ଧାରା ଜାରି ହେବ ସତ୍ତ୍ୱେ ମାଫିଆମାନେ ଏଠାରୁ ଦୀର୍ଘଦିନ ଧରି ବେଆଇନ ଭାବେ କଳାପଥର ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା।
ଏ ନେଇ ଗତକାଲି ଧର୍ମଶାଳା ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳ ଚଢ଼ାଉ କରି ଉକ୍ତ ଖାଦାନ ଅଞ୍ଚଳରେ ୧୪୪ ଧାରା ଜାରି କରିବା ସହ ପ୍ରବେଶ ନିଷେଧ କରିଛନ୍ତି। ଏଥିସହ ଆଇନଶୃଙ୍ଖଳା ଦୃଷ୍ଟିକୋଣରୁ ପୋଲିସ ମୁତୟନ କରାଯାଇଛି।



