www.samajalive.in
Saturday, December 6, 2025
26.1 C
Bhubaneswar

କୁକୁର ଆକ୍ରମଣରେ ପ୍ରାଣ ହରାଇଲା ମୟୁର

ତିଗିରିଆ: ତିଗିରିଆ ବ୍ଲକ ଅନ୍ତର୍ଗତ ନୂଆପାଟଣା ଗ୍ରାମ ବାଲିସାହିରେ ବୁଧବାର ଦିନ ପ୍ରାୟ ୧ଟା ବେଳେ କୁକୁର ଆକ୍ରମଣରେ ଏକ ମୟୁର ପ୍ରାଣ ହରାଇଛି। ନିକଟସ୍ଥ ଜଙ୍ଗଲରୁ ଜନବସତି ମୁହାଁ ହୋଇଥିବା ଏହି ମୟୁରଟି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିବା ପରେ ତାକୁ ଘନଘନ ଆକ୍ରମଣ କରିଥିଲେ। ଗ୍ରାମବାସୀ ଏହା ଦେଖିବା ପରେ କୁକୁରଙ୍କୁ ଘଉଡ଼ାଇ ଥିଲେ ମଧ୍ୟ ମୟୁରକୁୁ ବଞ୍ଚାଇ ପାରିନଥିଲେ। ଏ ସମ୍ପର୍କରେ ଖବର ପାଇବା ପରେ ତିଗିଗିରିଆ ବନପାଳ ରାକେଶ କୁମାର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ମୃତ ମୟୁରକୁ ଜବତ କରିଥିଲେ। ମୃତ ମୟୁରର ବ୍ୟବଛେଦ ପରେ ତିଗିରିଆସ୍ଥିତ ବନପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଗାତ ଖୋଳି ମୟୁରକୁ ପୋତି ଦିଆଯାଇଥିବା ବନପାଳ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନା ଯୋଗ୍ୟ କି ନୂଆପାଟଣାସ୍ଥିତ ଶ୍ରୀ ଜଗନ୍ନାଥ ସୂତାକଳ ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିବା ପରେ ଏହାର ପରିସରରେ ଘଞ୍ଚ ବଣବୁଦା ସୃଷ୍ଟି ହୋଇସାରିଛି। ନିକଟସ୍ଥ ଜଙ୍ଗଲରୁ ମୟୁର ଆସି ସୂତାକଳ ପରିସରରେ ମଧ୍ୟ ରହୁଛନ୍ତି। ମୟୁରଟି ଦୁଭାର୍ଗ୍ୟ ବସତଃ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଥିବା ବନବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ତେବେ ଜାତୀୟ ପକ୍ଷୀ ମୟୁରର ସୁରକ୍ଷା ପ୍ରତି ବନ ବିଭାଗ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା ଜରୁରୀ ହୋଇପଡ଼ିଛି ବୋଲି ସ୍ଥାନୀୟ ଜନସାଧାରଣ ଓ ପରିବେଶ ପ୍ରେମୀଙ୍କ ମଧ୍ୟରେ ମତ ପ୍ରକାଶ ପାଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories