www.samajalive.in
Monday, December 15, 2025
16.1 C
Bhubaneswar

ଆୟକର ବିଭାଗର ନୂଆ ୱେବସାଇଟ୍‌, ତୁରନ୍ତ ମିଳିବ ଫେରସ୍ତ

ନୂଆଦିଲ୍ଲୀ: ଭାରତୀୟ ଆୟକର ବିଭାଗ ସୋମବାରଠାରୁ ନିଜର ନୂଆ ୱେବସାଇଟ ଆରମ୍ଭ କରିଛି। କରଦାତା ଏହି ୱେବସାଇଟ ମାଧ୍ୟରେ ଟିକସ ଫେରସ୍ତ ପାଇଁ ଆବେଦନ କଲେ ଯଥାଶୀଘ୍ର ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରିବ। ଏହା ବ୍ୟତୀତ ଇ-ଫାଇଲିଂର ସରଳୀକରଣ ହେବା ସହ କରଦାତାଙ୍କ ପାଇଁ କିଛି ଆଧୁନିକ ସୁବିଧା ଏହି ୱେବସାଇଟରେ ଯୋଗାଇ ଦିଆଯାଇଛି।

ପୂର୍ବରୁ କୌଣସି ଟିକସ ଦାତା ବିଭାଗୀୟ ୱେବସାଇଟ ମାଧ୍ୟମରେ ଆୟକର ଫେରସ୍ତ ଦାଖଲ(ଆଇଟିଆର) ପାଇଁ ଆବେଦନ କରୁଥିବାବେଳେ ଅଧିକ ସମୟ ଲାଗୁଥିଲା। ବେଳେବେଳ ଏହି ସାଇଟ୍‌ ଅଚଳ (ହ୍ୟାଙ୍ଗ୍‌) ହୋଇ ପଡ଼ୁଥିଲା। ସେହିପରି ଟିକସ ଫେରସ୍ତ (ରିଫଣ୍ଡ) ପାଇଁ ଦୀର୍ଘ ଦିନ ଲାଗି ରହୁଥିଲା। ଏହାର ସରଳୀକରଣ ପାଇଁ ବହୁ ଟିକସ ଦାତା ଆୟକର ବିଭାଗକୁ ଜଣାଇଥିଲେ। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଗତକାଲି ରାତି ୮ଟା୨୨ ମିନିଟ୍‌ରୁ ଏହି ନୂଆ ୱେବସାଇଟ ସେବା ଯୋଗାଇବା ଆରମ୍ଭ କରିଛି। ଜଣେ ଟିକସଦାତା ମୋବାଇଲରେ ନୂତନ ୱେବସାଇଟ (www.incometax.gov.in) କୁ ଖୋଲି ଟିକସ ଫେରସ୍ତ ଦାଖଲ ସହ ଅନ୍ୟାନ୍ୟ ତଥ୍ୟ ସଂକ୍ରାନ୍ତରେ ସବିଶେଷ ତଥ୍ୟ ପାଇପାରିବେ। ତେବେ ଏହି ୱେବସାଇଟ ଏବେ କମ୍ପ୍ୟୁଟରରେ ଖୋଲିବ ନାହିଁ। ଏଥିରେ ଅଧିକ ନୂଆ ଫିଚର ଯୋଡ଼ା ଯାଇଥିବା ଆୟକର ବିଭାଗ କହିଛି। ଜଣେ ଉପଭୋକ୍ତା ନେଟ୍‌ ବ୍ୟାଙ୍କିଙ୍ଗ୍‌, ୟୁପିଆଇ, ଆରଟିଜିଏସ ଓ ଏନଇଏଫଟି ମାଧ୍ୟମରେ ଟିକସ ପଇଠ (ଟ୍ୟାକ୍ସ ପେମେଣ୍ଟ) କରିପାରିବେ। ଆୟକର ବିଭାଗର ୱେବ ପୋର୍ଟାଲ ପରେ ଆଗକୁ ଏହାର ‘ଆପ’ ବିକଶିତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୂତନ ୱେବସାଇଟ୍‌ରେ ଆଇଟିଆର-୧ ଓ ୪ (ଅନ୍‌ଲାଇନ ଓ ଅଫଲାଇନ୍‌), ଆଇଟିଆର-୨ (ଅଫଲାଇନ୍‌) ଦାଖଲ କରୁଥିବା ଟିକସ ଦାତାଙ୍କ ପାଇଁ ତାଲିମ ବ୍ୟବସ୍ଥା ରହିଛି।

- Advertisement -

ଏହା ବ୍ୟତୀତ ଏ ସଂକ୍ରାନ୍ତରେ ଏକ ସଫ୍ଟୱେୟାର ରହିଛି; ଯାହାକୁ ଟିକସ ଦାତାମାନେ ମାଗଣାରେ ଡାଉନଲୋଡ କରିପାରିବେ। ଆଜିଠାରୁ ମୋବାଇଲରେ ଏହି ୱେବସାଇଟ୍‌ କାର୍ଯ୍ୟକ୍ଷମ ହୋଇଥିଲେ ହେଁ ଚଳିତ ମାସ ୧୮ ତାରିଖ ଠାରୁ ଏଥିରେ ଆଇଟିଆର ଦାଖଲ ହେବା ଆରମ୍ଭ କରାଯିବ ବୋଲି ଆୟକର ବିଭାଗ ସୂଚନା ଦେଇଛି।

Hot this week

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

Related Articles

Popular Categories