www.samajalive.in
Friday, December 5, 2025
17.1 C
Bhubaneswar

ପ୍ରତିକୂଳ ପାଗକୁ ନେଇ ଚିନ୍ତାରେ ଚୀନ ; ୯୦% ସୈନ୍ୟଙ୍କୁ ଅଦଳ ବଦଳ କରୁଛି

ନୂଆଦିଲ୍ଲୀ: ଲଦାଖ ସୀମାନ୍ତରେ ମୁତୟନ ହୋଇଥିବା ଚୀନ ସୈନ୍ୟମାନେ ପ୍ରତିକୂଳ ପାଗ ପରିସ୍ଥିତି କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି। ବିଶେଷକରି ମାତ୍ରାଧିକ ଥଣ୍ଡାରେ ସୀମାନ୍ତରେ ରହିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ସେଥିପାଇଁ ଚୀନର ପିପୁଲ୍ସ ଲିବରେସନ ଆର୍ମି ତାହାର ସୈନ୍ୟମାନଙ୍କୁ ଅଦଳ ବଦଳ କରିବାରେ ଲାଗିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଲଦାଖ ସୀମାରେ ମୁତୟନ ପ୍ରାୟ ୯୦% ସୈନ୍ୟଙ୍କୁ ଚୀନ ଅଦଳ ବଦଳ କରିଛି। ସେମାନଙ୍କୁ ସମତଳ ଅଞ୍ଚଳକୁ ପଠାଇ ଦିଆଯାଇ ଅଭ୍ୟନ୍ତର ଅଞ୍ଚଳରେ ଥିବା ସୈନ୍ୟଙ୍କୁ ସମ୍ମୁଖ ଭାଗକୁ ଅଣାଯାଇଛି। ଭାରତ ସହିତ ଗତବର୍ଷ ସୀମାନ୍ତରେ ଉତ୍ତେଜନା ବୃଦ୍ଧି ପାଇବା ପରେ ଚୀନ ପୂର୍ବ ଲଦାଖରେ ତାହାର ପ୍ରାୟ ୫୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି। ବିଶ୍ୱସ୍ତ ସୂତ୍ର ଅନୁଯାୟୀ ଉଚ୍ଚ ଅକ୍ଷାଂଶ କାରଣରୁ ଶରୀର ଉପରେ ପଡୁଥିବା ପ୍ରଭାବ, ଭୀଷଣ ଥଣ୍ଡା ଏବଂ ଅନ୍ୟ ତତ୍‍ସମ୍ପର୍କିତ କାରଣ ପାଇଁ ଚୀନ ତାହାର ସୈନ୍ୟ ବଦଳାଇବାକୁ ବାଧ୍ୟ ହେଉଛି। ଗତବର୍ଷ ପାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଚୀନ ଗତବର୍ଷ ତାହାର ସୈନ୍ୟ ମୁତୟନ କରିବା ସମୟରେ ପ୍ରାୟ ପ୍ରତିଦିନ ବଦଳାଇବାରେ ଲାଗିଥିଲା। ଅନ୍ୟପକ୍ଷରେ ଭାରତୀୟ ସୈନ୍ୟଙ୍କର ଉଚ୍ଚ ଅକ୍ଷାଂଶରେ ଯୁଦ୍ଧ କରିବାର ଯଥେଷ୍ଟ ଅନୁଭୂତି ରହିଛି। ଭାରତ ସିଆଚେନରେ ମୁତୟନ ହୋଇଥିବା ତାହାର ସୈନ୍ୟଙ୍କୁ ପୂର୍ବ ଲଦାଖରେ ମୁତୟନ କରିଛି। ସେମାନେ ପୂର୍ବରୁ ଉଚ୍ଚ ଅକ୍ଷାଂଶ ଏବଂ ଭୀଷଣ ଥଣ୍ଡା ପରିବେଶରେ ସୀମାନ୍ତ ଜଗିବାର ଅନୁଭୂତି ହାସଲ କରିଥିବାରୁ ପୂର୍ବ ଲଦାଖରେ ସେମାନଙ୍କ ପାଇଁ ବିଶେଷ ଅସୁବିଧା ହେଉନାହିଁ କିମ୍ବା ସେମାନଙ୍କ ଉପରେ ଏହାର ମାନସିକ ପ୍ରଭାବ ପକାଉନାହିଁ। ସୂଚନାଯୋଗ୍ୟ ଯେ ଭାରତ ତାହାର ସୈନ୍ୟଙ୍କୁ ଦୁଇବର୍ଷ ପାଇଁ ଉଚ୍ଚ ଅକ୍ଷାଂଶରେ ମୁତୟନ କରିଥାଏ ଏବଂ ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ରୁ ୫୦% ସୈନ୍ୟଙ୍କୁ ପ୍ରତିବର୍ଷ ଅଦଳ ବଦଳ କରାଯାଇଥାଏ। ଅନେକ ସମୟରେ ଆଇଟିବିପି ଯବାନମାନେ ଏଭଳି ପରିସ୍ଥିତିରେ ଦୁଇବର୍ଷରୁ ଅଧିକ ସମୟ ନିୟୋଜିତ ହୋଇଥାନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories