www.samajalive.in
Wednesday, December 10, 2025
16.1 C
Bhubaneswar

କେନ୍ଦ୍ର ମନା କରିବା ପରେ ଅଟକିଲା କେଜରିୱାଲଙ୍କ ‘ଘରେ ଘରେ ରେସନ୍‌’ ଯୋଜନା

ନୂଆଦିଲ୍ଲୀ: ଦିଲ୍ଲୀର ଅରବିନ୍ଦ କେଜରିୱାଲ ସରକାରଙ୍କ ଦ୍ବାରା ଆସନ୍ତା ସପ୍ତାହରୁ କାର୍ଯ୍ୟକାରୀ ହେବାକୁ ଥିବା ‘ଘରେ ଘରେ ସଉଦା(ରେସନ୍‌) ପହଞ୍ଚାଇବା’ କାର୍ଯ୍ୟକ୍ରମକୁ ଅଟକାଇଛନ୍ତି କେନ୍ଦ୍ର ସରକାର। ଏଭଳି କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରି ନ ଥିବାରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ଶନିବାର କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ଯୋଗାଣ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଉପଭୋକ୍ତାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ବାବଦ ରିଆତି ପ୍ରଦାନରେ ସମସ୍ୟା ସୃଷ୍ଟି ହେବା ସହ ଖାଉଟିଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାର ଆଶଙ୍କା ଥିବାରୁ ଏହାକୁ ଅନୁମତି ଦିଆଯାଇ ନ ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

କେଜରିୱାଲ ସରକାର ରାଜ୍ୟର ସମସ୍ତ ଖାଦ୍ୟ ସୁରକ୍ଷା କାର୍ଡଧାରୀଙ୍କ ଘରେ ଶସ୍ତାରେ ରେସନ (ସଉଦା) ସାମଗ୍ରୀ ପହଞ୍ଚାଇବା ପାଇଁ ମହତ୍ବାକାଂକ୍ଷୀ ଯୋଜନା କରିଥିଲେ। ଖାଉଟି ସାମଗ୍ରୀ ବିପଣନରେ ହେଉଥିବା ଦୁର୍ନୀତି ହଟାଇବା ପାଇଁ ଗତ ବର୍ଷ ଜୁନ୍‌ରେ ‘ମୁଖ୍ୟମନ୍ତ୍ରୀ ଘର ଘର ରେସନ୍‌ ଯୋଜନା’ ନାମରେ ଏହା ଘୋଷିତ ହୋଇଥିଲା। ଏହାଦ୍ବାରା ୭୨ଲକ୍ଷ ଲୋକ ଉପକୃତ ହୋଇଥାଆନ୍ତେ। କେନ୍ଦ୍ର ସରକାର ଏହାକୁ ବନ୍ଦ କରିବା ପରେ ଆମ୍‌ ଆଦ୍‌ମୀ ପାର୍ଟି ଓ କେନ୍ଦ୍ର ସରକାରଙ୍କ ମଧ୍ୟମରେ ନୂଆ ବିବାଦ ସୃଷ୍ଟି ହୋଇଛି। ଏହାକୁ ନେଇ କେଜରିୱାଲ କ୍ଷୁବ୍ଧ ହୋଇଛନ୍ତି। କେଜରିୱାଲ କହିଛନ୍ତି ଯେ ସରକାରଙ୍କୁ ଯଦି ଅଡ଼ୁଆ ଲାଗୁଛି; ତେବେ ଯୋଜନାରୁ ଆମେ ‘ମୁଖ୍ୟମନ୍ତ୍ରୀ’ ଶବ୍ଦ ହଟାଇଦେବାକୁ ପ୍ରସ୍ତୁତ ଅଛୁ। ଲୋକଙ୍କ ସ୍ବାର୍ଥ ପାଇଁ ଆମେ କେନ୍ଦ୍ରର ସମସ୍ତ ସର୍ତ୍ତ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛୁ; କିନ୍ତୁ ପ୍ରଧାନମନ୍ତ୍ରୀ ‘ରେସନ୍‌ ମାଫିଆ’ଙ୍କୁ ସୁରକ୍ଷା ନ ଦିଅନ୍ତୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୨୫ରେ ଏହି ଯୋଜନା ଉଦ୍‌ଘାଟନ ହେବାର ଥିଲା; କିନ୍ତୁ କେନ୍ଦ୍ର ସରକାରଙ୍କ ଆପତ୍ତି ଯୋଗୁଁ ସମ୍ଭବ ହୋଇ ନ ଥିଲା।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories