www.samajalive.in
Saturday, December 6, 2025
16.1 C
Bhubaneswar

ବାଇଡେନଙ୍କ ୨୫ ନିୟୁତ କୋଭିଡ ଟିକା ଆବଣ୍ଟନ ଯୋଜନାରେ ଭାରତ ଅବିଚ୍ଛେଦ୍ୟ ଅଂଶ ହେବ

ୱାଶିଂଟନ: ବିଶ୍ୱବ୍ୟାପୀ ୨୫ ନିୟୁତ ପାନ କୋଭିଡ-୧୯ ଟିକା ଆବଣ୍ଟନ ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରିଥିବା ଯୋଜନାରେ ଭାରତ ଏକ ପ୍ରମୁଖ ସ୍ଥାନ ନେବ ବୋଲି ପ୍ରତିଶ୍ରତି ଦେଇଛନ୍ତି ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ। ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ୍‍ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବେଶ୍‍ ସକାରାତ୍ମକ ରହିଥିବା ସେ କହିଛନ୍ତି। ଭିଡିଓ କନଫରେନ୍ସରେ ସାମ୍ବାଦିକମାନଙ୍କ ନିକଟରେ ପ୍ରକାଶକରି ଶ୍ରୀ ସାନ୍ଧୁ କହିଛନ୍ତି, ଜୋ ବାଇଡେନ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ୨୫ ନିୟୁତ ପାନ କୋଭିଡ ଟିକା ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଏହା ଦୁଇଟି ବର୍ଗରେ ଆବଣ୍ଟନ କରାଯିବ। ଗୋଟିଏ କୋଭାକ୍ସ ପ୍ରୟାସ ଜରିଆରେ ଏବଂ ଅନ୍ୟଟି ସିଧାସଳଖ ଆମେରିକାର ପଡୋଶୀ ଓ ସହଯୋଗୀ ରାଷ୍ଟ୍ରଗୁଡିକୁ ଯୋଗାଇ ଦିଆଯିବ।
ଭାରତର ରାଷ୍ଟ୍ରଦୂତ କହିଥିଲେ ଯେ ଭାରତ ଉଭୟ ବର୍ଗରେ ସ୍ଥାନ ପାଇବ ଏବଂ ଟିକା ହାସଲ କରିବ। ପ୍ରଥମ ବର୍ଗରେ କୋଭାକ୍ସ ପ୍ରୟାସରେ ଭାରତ ସାମିଲ ହୋଇଛି ଏବଂ ଦ୍ୱିତୀୟ ବର୍ଗରେ ଭାରତ ସମେତ କୋରିଆ, କାନାଡା ଓ ମେକ୍ସିକୋକୁ ଟିକା ଯୋଗାଇ ଦିଆଯିବ। ଏଥିସହିତ ଆମେରିକା ପ୍ରଶାସନ ପ୍ରତିରକ୍ଷା ଉତ୍ପାଦନ ଆଇନ କଟକଣା ହଟାଇବାକୁ ମଧ୍ୟ ଘୋଷଣା କରିଛନ୍ତି। ଏହା ଅର୍ଥ ଅଗ୍ରାଧିକାର ଭିତ୍ତିରେ ଆଉ ଟିକା ଯୋଗାଣ ବ୍ୟବସ୍ଥା ରହିବ ନାହିଁ। ଏହା ବିଶେଷକରି ଆଷ୍ଟ୍ରାଜେନେକା ଏବଂ ନୋଭାକ୍ସ ଟିକା ଭାରତକୁ ଯୋଗାଣ କରିବା ପ୍ରକ୍ରିୟାକୁ ଅଧିକ ସହଜ କରିବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories