ରାତି ୧୦ଟା – ମୁଖ୍ୟ ଖବର

୧. ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ’ ଅନ୍ତର୍ଗତ କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଲାଗି ବୀମା ଯୋଜନା ଏକ ବର୍ଷ ପାଇଁ ବୃଦ୍ଧି
୨. ​‌କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ଦ୍ବାଦଶ ଶ୍ରେଣୀ ପରୀକ୍ଷା ବାତିଲ, ଇଛୁକ ଛାତ୍ରଛାତ୍ରୀ ପରେ ଦେଇପାରିବେ ପରୀକ୍ଷା
୩. ଇଫକୋ ପକ୍ଷରୁ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି
୪. ରାଜ୍ୟ ସକରାରଙ୍କ ବିଶ୍ବସ୍ତରୀୟ ଟିକା ଟେଣ୍ଡରକୁ ଆସିଲେନି ସେରମ ଓ ଭାରତ ବାୟୋଟେକ୍
୫. କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କ୍ୟାମ୍ପସରେ ଅମ୍ଳଜାନ ସଂଯୁକ୍ତ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ ଯତ୍ନ କେନ୍ଦ୍ର ଲୋକାର୍ପଣ କରିଛନ୍ତି
୬. ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ, ଜୁନ ମାସରେ ସାଧାରଣ ବର୍ଷା ହେବ
୭. କରୋନାରେ ମା’ବାପାଙ୍କୁ ହରାଇଛନ୍ତି ୯୩୦୦ ଶିଶୁ, ସୁପ୍ରିମକୋର୍ଟରେ ଏନସିପିସିଆର ଦାଖଲ କଲା ସତ୍ୟପାଠ
୮. କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି
୯. କୋଭିଶିଲ୍ଡ କରୋନା ଟିକାର ଗୋଟିଏ ପାନ ଯଥେଷ୍ଟ ପ୍ରଭାବଶାଳୀ କି ନୁହେଁ ସେ ନେଇ ଭାରତ ସରକାର ଗବେଷଣା କରିବେ
୧୦. ରାଜ୍ୟସଭାକୁ ମନୋନୀତ ହେଲେ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲାନୀ
୧୧. ଭାରତରେ ଗୋଟିଏ ଦିନରେ ୧,୨୭,୫୧୦ ନୂଆ ସଂକ୍ରମଣ, ୨,୫୫,୨୮୭ ସୁସ୍ଥ ଓ ୨,୭୯୫ ମୃତ
୧୨. ଓଡିଶାରେ ଗୋଟିଏ ଦିନରେ ୮, ୭୩୫ ନୂଆ ସଂକ୍ରମଣ, ୧୧,୦୯୫ ସୁସ୍ଥ ଓ ୩୭ ମୃତ
୧୩. ବିଶିଷ୍ଟ ଇଂରାଜୀ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର କରୋନା ସଂକ୍ରମିତ, ଏସସିବିରେ ଭର୍ତ୍ତି

Comments are closed.