www.samajalive.in
Sunday, December 14, 2025
17.1 C
Bhubaneswar

ରାଖୀ ଉପହାର

ସ୍ନେହର ପର୍ବ ରାଖୀ ଆସୁଛି। ଭଉଣୀ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧିବା ସହିତ ଭାଇ ବି କିଛି ଉପହାର ଦେବା ଲାଗି ଚିନ୍ତା କରିଥାନ୍ତି। ଏବକାର ପିଢି ଟେକ୍‌ନୋଲୋଜି ପ୍ରିୟ। ଯଦି କ’ଣ ଉପହାର ଦେବେ ବୋଲି ନିଷ୍ପତ୍ତି ନେଇ ପାରୁନାହାନ୍ତି, ଏଇ କେତୋଟି ସ୍ମାର୍ଟ ସୂଚନା ନିଶ୍ଚୟ ସାହାଯ୍ୟ କରିବ।

ଟାବ୍‌ଲେଟ
ଇଣ୍ଟରନେଟ୍‌ ବ୍ରାଉଜିଂଠାରୁ ସିନେମା ଦେଖିବା ପର୍ୟ୍ୟନ୍ତ ସବୁଥିରେ ଟାବ୍‌ଲେଟ ବେଶ୍‌ ଉପକାରୀ। ଏହାକୁ ସାଙ୍ଗରେ ଧରି ଯିବା ମଧ୍ୟ ସହଜ। ରାଖୀ ପୂର୍ଣ୍ଣିମାରେ ଭଉଣୀକୁ ଏକ ଟାବ୍‌ଲେଟ ଉପହାର ଦେଇପାରିବେ। ଏହା ତାଙ୍କୁ ଖୁବ୍‌ ଭଲ ଲାଗିବ।

- Advertisement -

ସ୍ମାର୍ଟୱାଚ
ଏବେ ଯୁବତୀମାନେ ବିଶେଷକରି ନିଜ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ସଚେତନ। ସ୍ମାର୍ଟୱାଚରେ ଥିବା ବ୍ୟବସ୍ଥା ତାଙ୍କ ପାଇଁ ସହଯୋଗୀ ହେବ। ଫିଟ୍‌ନେସ୍‌ ଟ୍ରାକ୍‌ କରିବା ସହିତ ଏହା ଫୋନ୍‌ରେ ସଂଯୁକ୍ତ ହୋଇପାରେ। ତେଣୁ ଫୋନ୍‌ର ସମସ୍ତ ସୂଚନା ନିଜ ହାତରେ ପାଇପାରିବେ। ରହିଥିବା ସୁବିଧା ଅନୁଯାୟୀ ସ୍ମାର୍ଟୱାଚ୍‌ର ମୂଲ୍ୟ ଭିନ୍ନ ହୋଇଥାଏ। ନିଜ ପସନ୍ଦର ଗୋଟିଏ ସ୍ମାର୍ଟୱାଚ ଉପହାର ଦେବା ଲାଗି ଆଣିପାରନ୍ତି।

ସ୍ମାର୍ଟଫୋନ୍‌
ଦିନକୁ ଦିନ ନୂଆନୂଆ ବ୍ୟବସ୍ଥା ସହିତ ସ୍ମାର୍ଟଫୋନ୍‌ ବଜାରକୁ ଆସୁଛି। ଏବେ ତ ପ୍ରାୟ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ୍‌ ରହିଛି, ତଥାପି ଯଦି ଭଉଣୀର ଫୋନ୍‌ ପୁରୁଣା ହୋଇଯାଇଛି ଏବଂ ତାଙ୍କୁ ଆଉ ଟିକେ ଅଧିକ ସୁବିଧାଯୁକ୍ତ ବା ନୂଆ ସ୍ମାର୍ଟଫୋନ୍‌ଟିଏ ଦରକାର ବୋଲି ଭାବୁଥାନ୍ତି, ତେବେ ରାଖୀପୂର୍ଣ୍ଣିମା ଉପଯୁକ୍ତ ସମୟ। କିଣିବା ଆଗରୁ ଫୋନ୍‌ରେ କ’ଣ ବ୍ୟବସ୍ଥା ଥିଲେ ତାଙ୍କୁ ଭଲ ଲାଗିବ ବୋଲି କଥାକଥାରେ ବୁଝିନିଅନ୍ତୁ। ଏବେ ସେହି ସୁବିଧା ଥିବା ଫୋନ୍‌ ତାଙ୍କ ପାଇଁ ଏକ ସୁନ୍ଦର ସରପ୍ରାଇଜ ହେବ।

ହେଡଫୋନ
ଗୀତ ଶୁଣିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଯୁବପିଢି କିନ୍ତୁ ଜୋର୍‌ ଶବ୍ଦରେ ଶୁଣିବା ଅପେକ୍ଷା ହେଡଫୋନ୍‌ ଲଗାଇ ଶୁଣିବାକୁ ବେଶୀ ପସନ୍ଦ କରନ୍ତି। ଅନେକେ ମଧ୍ୟ ହେଡଫୋନ୍‌ରେ ସଙ୍ଗୀତ ଶୁଣିବା ସହିତ ବ୍ୟାୟାମ କରିଥାନ୍ତି। ଯଦି ଆପଣଙ୍କ ଭଉଣୀ ସଙ୍ଗୀତପ୍ରିୟ ତେବେ ଅତ୍ୟାଧୁନିକ ହେଡଫୋନ୍‌ ତାଙ୍କ ପାଇଁ ଏକ ଭଲ ଉପହାର ହୋଇପାରିବ।

 

ଡିଜିଟାଲ କ୍ୟାମେରା
ଫଟୋ ଉଠାଇବା ମଧ୍ୟ ଆଜିକାଲି ଝିଅମାନଙ୍କର ଏକ ବଡ ରୁଚି ପାଲଟି ଯାଇଛି। କେବଳ ମୋବାଇଲ ଫୋନ୍‌ରେ ନୁହେଁ, ଡିଜିଟାଲ କ୍ୟାମେରା ଧରି ବିଭିନ୍ନ ଦୃଶ୍ୟର ଫଟୋ ସାଇତି ରଖିବାକୁ ସେମାନେ ପସନ୍ଦ କରନ୍ତି। ଭଉଣୀଙ୍କର ଏପରି ସଉକ ଥିଲେ ଡିଜିଟାଲ କ୍ୟାମେରାଠାରୁ ଭଲ ବିକଳ୍ପ ଆଉ କିଛି ହୋଇନପାରେ। ବେସିକ ପଏଣ୍ଟ ଆଣ୍ଡ୍‌ ଶୁଟ୍‌ କ୍ୟାମେରାଠାରୁ ଉନ୍ନତ ଡିଏସ୍‌ଏଲ୍‌ଆର୍‌ ଯାଏ ବିଭିନ୍ନ କ୍ୟାମେରା ବଜାରରେ ଉପଲବ୍ଧ।

ବ୍ଲୁଟୁଥ୍‌ ସ୍ପିକର
ଯଦି ଆପଣଙ୍କ ଭଉଣୀ ସାଙ୍ଗସାଥୀ ମେଳରେ ପ୍ରାୟ ସମୟ ବିତାଇବାକୁ ପସନ୍ଦ କରୁଥାନ୍ତି, ଏହା ଏକ ଭଲ ଉପହାର ହେବ। କାରଣ, ସାଙ୍ଗସାଥୀ ଏକାଠି ହେବା ସମୟରେ ଖାଇବାପିଇବା ସହିତ ଗୀତ ଶୁଣିବାକୁ ପସନ୍ଦ କରନ୍ତି। ବ୍ଲୁଟୁଥ୍‌ ସ୍ପିକର ସ୍ମାର୍ଟଫୋନ୍‌ ଏବଂ ଅନ୍ୟ ଡିଭାଇସ୍‌ ସହିତ ସଂଯୁକ୍ତ ହେବା ପରେ ସଙ୍ଗୀତ ବଜାଇଥାଏ। ଏହା ଭିନ୍ନଭିନ୍ନ ମୂଲ୍ୟରେ ଅନ୍‌ଲାଇନ ଏବଂ ଅଫ୍‌ଲାଇନ୍‌ ଷ୍ଟୋରଗୁଡିକରେ ଉପଲବ୍ଧ।
ଇ-ରିଡର
ବହି ମଣିଷର ସଚ୍ଚା ସାଥୀ। ପଢିବାକୁ ଅନେକେ ପସନ୍ଦ କରୁଥିଲେ ମଧ୍ୟ ସମୟ ଅଭାବ ଯୋଗୁ ପଢିପାରନ୍ତି ନାହିଁ। ରାତିରେ ପଢିବାକୁ ଇଚ୍ଛା ହେଲେ ବି ଅନ୍ୟମାନଙ୍କ ସୁବିଧାକୁ ଦେଖି ଲାଇଟ୍‌ ଲଗାଇବା ସମ୍ଭବ ହୁଏନି। ଭଉଣୀ ପଢିବାକୁ ଭଲ ପାଉଥିଲେ ତେବେ ତାଙ୍କ ପାଇଁ ଇ-ରିଡର ଏକ ଭଲ ଉପହାର ହେବ। ଏହାକୁ କିଣିବା ବେଳେ ବ୍ୟାଟେରି ବ୍ୟାକ୍‌ଅପ୍‌ ଏବଂ ଆଣ୍ଟି-ଗ୍ଲେୟାର ଡିସ୍‌ପ୍ଲେ ପ୍ରତି ନଜର ଦେବା ଜରୁରୀ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories