www.samajalive.in
Saturday, December 6, 2025
26.1 C
Bhubaneswar

ଅର୍ଥ ବ୍ୟବସ୍ଥା ଉପରେ କରୋନା ମାଡ଼, ୪୦ ବର୍ଷରେ ସବୁଠୁ ଖରାପ ପ୍ରଦର୍ଶନ

ନୂଆଦିଲ୍ଲୀ: କରୋନା ମହାମାରୀ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଏକ ପ୍ରକାର ପଙ୍ଗୁ କରି ଦେଇଛି। ବର୍ଷ ୨୦୨୧​‌େ​‌ର ଦେଶର ଆର୍ଥିକ ବିକାଶ ଦର -୭.୩ ପ୍ରତିଶତ ରହିଛି। ଗତ ୪ ଦଶକ ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥାରେ ଏହା ହେଉଛି ସବୁଠାରୁ ଖରାପ ପ୍ରଦର୍ଶନ।

ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସୂଚନାନୁଯାୟୀ, ଆର୍ଥିକ ବର୍ଷ ୨୦୨୦-୨୧ରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)୭.୩ ପ୍ରତିଶତ ନିମ୍ନଗାମୀ ହୋଇଛି। ତେବେ ଅର୍ଥ ବ୍ୟବସ୍ଥାର ୪ର୍ଥ ତିନିମାସିଆ ରିପୋର୍ଟ ସନ୍ତୋସଜନକ ରହିଛି। ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୩୧ ମଧ୍ୟରେ ଆର୍ଥିକ ବିକାଶ ଦର ୧.୬ ପ୍ରତିଶତ ରହିଛି। ଆର୍ଥିକ ବର୍ଷ ୨୦୧୯-୨୦ରେ ଏହି ସମୟ ମଧ୍ୟରେ ବିକାଶ ଦର ୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ଦେଶରେ ସାମଗ୍ରୀ ପ୍ରସ୍ତୁତି ଓ ନିର୍ମାଣ କ୍ଷେତ୍ର ସଙ୍କୁଚିତ ହୋଇଥିବାରୁ ଆର୍ଥିକ ବିକାଶ ବାଧାପ୍ରାପ୍ତ ହୋଇଛି। ଏବେ ଦେଶରେ ଆର୍ଥିକ କ୍ଷତି ୭୮ ହଜାର କୋଟି ଟଙ୍କାରେ ପହଞ୍ଚିଛି। ୧୯୮୦-୮୧ ପରେ ପ୍ରଥମ ଥର ପାଇଁ ଚଳିତ ଆର୍ଥିକ ବର୍ଷରେ ଦେଶର ଜିଡିପି ଏପରି ନିମ୍ନଗାମୀ ହୋଇଛି । ଆର୍ଥିକ ବର୍ଷ ୧୯୮୦-୮୧ ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ବିଯୁକ୍ତ ୫.୨୦ ପ୍ରତିଶତ ଥିଲା । ଏହା ପରେ କୌଣସି ବର୍ଷ ଦେଶର ଜିଡିପି ଅଭିବୃଦ୍ଧି ହାର ଶୂନ ତଳକୁ ଖସି ନଥିଲା । ୧୯୯୧-୯୨ ଆର୍ଥକ ବର୍ଷର ଜିଡିପି ଅଭିବୃଦ୍ଧି ହାର ୧.୪ ପ୍ରତିଶତ ଥିଲା । କୌଣସି ଏକ ଆର୍ଥିକ ବର୍ଷ ମଧ୍ୟରେ ଦେଶରେ ଉତ୍ପାଦିତ ହେଉଥିବା ସମସ୍ତ ଦ୍ରବ୍ୟ ଓ ସେବାର ଆର୍ଥିକ ମୂଲ୍ୟକୁ ଜିଡିପି କୁହାଯାଏ । ଜିଡିପିରୁ ସମ୍ପୃକ୍ତ ଦେଶର ଆର୍ଥିକ ଅଭିବୃଦ୍ଧି ଜଣାପଡ଼ିଥାଏ।

- Advertisement -

ଦେଶରେ କରୋନା ମହାମାରୀର ତାଣ୍ଡବ ଅର୍ଥନୀତିକୁ ଦୋହଲାଇ ଦେଇଛି । କୋଇଲା, ଅଶୋଧିତ ତୈଳ, ବିଶୋଧିତ ଉତ୍ପାଦ, ପ୍ରାକୃତିକ ଗ୍ୟାସ, ସାର, ଇସ୍ପାତ, ସିମେଣ୍ଟ ଓ ବିଜୁଳି ପରି ୮ଟି କ୍ଷେତ୍ରର ବିକାଶ ଦର ମାର୍ଚ୍ଚ ମାସରେ ୧୧.୪ ଓ ଏପ୍ରିଲରେ ୫୬.୧ ପ୍ରତିଶତ ଥିଲା। ପ୍ରାକୃତିକ ଗ୍ୟାସ୍‌, ସିମେଣ୍ଟ, ବିଜୁଳି ଓ ଇସ୍ପାତ୍‌ ଶିଳ୍ପ ଉଲ୍ଲେଖନୀୟ ଆର୍ଥିକ ଅଭିବୃଦ୍ଧି ହାସଲ କରିଥିବା ରାଷ୍ଟ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ସୂଚନା ଦେଇଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories