www.samajalive.in
Sunday, December 7, 2025
23.1 C
Bhubaneswar

ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୮୭୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୪୮୯୨ ଏବଂ ସ୍ଥାନୀୟ ସଂକ୍ରମିତ ୩୮୪୩ ଜଣ ରହିଛନ୍ତି। ସେହିଭଳି ଦିନକ ମଧ୍ୟରେ ରାଜ୍ୟରେ ୩୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।
ଏଥିସହିତ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୨୭୯୧କୁ ବୃଦ୍ଧିପାଇଛି।  ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ୪୫୬, ବାଲେଶ୍ୱର ୫୬୬, ବରଗଡ ୧୯୩, ଭଦ୍ରକ ୧୪୭, ବଲାଙ୍ଗୀର ୪୯, ବଉଦ ୧୩୭, କଟକ ୬୭୩, ଦେବଗଡ ୬୩ ଏବଂ ଢେଙ୍କାନାଳ ଜିଲାରୁ ୫୦୩ ଜଣ ରହିଛନ୍ତି। ସେହିଭଳି ଗଜପତିରୁ ୮୦, ଗଞ୍ଜାମ ୧୫୬, ଜଗତସିଂହପୁର ୩୮୨, ଯାଜପୁର ୫୦୭, ଝାରସୁଗୁଡା ୧୫୭, କଳାହାଣ୍ଡି ୧୭୭, କନ୍ଧମାଳ ୬୫, କେନ୍ଦ୍ରାପଡା ୩୮୭, କେନ୍ଦୁଝର ୧୭୯, କୋରାପୁଟ ୨୫୫, ମାଲକାନଗିରି ୯୬, ମୟୁରଭଞ୍ଜ ୩୪୨, ନବରଙ୍ଗପୁର ୨୬୪, ନୟାଗଡ ୨୮୫, ନୂଆପଡା ୪୦, ପୁରୀ ୪୬୭, ରାୟଗଡା ୯୦, ସମ୍ବଲପୁର ୧୭୭, ସୋନପୁର ୧୫୬, ସୁନ୍ଦରଗଡ ୨୪୪ ଏବଂ ଷ୍ଟେଟପୁଲରୁ ୨୨୦ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସଂପ୍ରତି ମୋଟ ୮୯୯୫୬ ସକ୍ରିୟ ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories