www.samajalive.in
Saturday, December 6, 2025
17.1 C
Bhubaneswar

ଭାରତରେ ଠାବ କୋଭିଡ ଭାରିଆଣ୍ଟ ‘ଡେଲଟା’; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନାମକରଣ

ଜେନେଭା: ଭାରତରେ ପ୍ରଥମେ ଠାବ କରାଯାଇଥିବା ସାର୍ସ-ସିଓଭି-୨ ଭୂତାଣୁ ଭାରିଆଣ୍ଟର ନାମକରଣ କରାଯାଇଛି। ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ଭାରିଆଣ୍ଟର ନାମ ‘ଡେଲଟା’ ରଖିଛି। ଏହି ବି.୧.୬୧୭.୨ ଏଣିକି ଡେଲଟା ଭାରିଆଣ୍ଟ ଭାବରେ ପରିଚିତ ହେବ ବୋଲି ହୁ’ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ ଏହି ଭାରିଆଣ୍ଟକୁ ଭାରତୀୟ ଭାରିଆଣ୍ଟ ଭାବରେ କୁହାଯିବା ଘଟଣାକୁ ନେଇ ଭାରତ ତୀବ୍ର ଆପତ୍ତି ଦର୍ଶାଇଥିଲା। ଏହାପରେ ହୁ’ ପକ୍ଷରୁ କୁହାଯାଇଥିଲା ଯେ ଯେଉଁ ଦେଶରେ ଭୂତାଣୁର ଏକପ୍ରକାର ଭାରିଆଣ୍ଟ ଦେଖିବାକୁ ମିଳୁଛି ତାହାକୁ ସେହି ରାଷ୍ଟ୍ର ନାମରେ ନାମିତ କରାଯିବା ଉଚିତ ନୁହେଁ। ସେଗୁଡିକର ବୈଜ୍ଞାନିକ ନାମ ପରିବର୍ତ୍ତନ ହେବନାହିଁ। କେବଳ ସେଗୁଡିକ ଯେଭଳି ସାଧାରଣରେ ସହଜରେ ବୁଝିହେବ, ତଦନୁଯାୟୀ ସେଗୁଡିକର ନାମକରଣ କରାଯିବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆହୂତ ଏକ ବୈଠକରେ ଗ୍ରୀକ୍‍ ବର୍ଣ୍ଣମାଳାରେ ଥିବା ଅକ୍ଷରକୁ ବ୍ୟବହାର କରି କୋଭିଡ ଭାରିଆଣ୍ଟଗୁଡିକର ନାମକରଣ କରାଯିବାକୁ ସୁପାରିଶ କରାଯାଇଛି। ପୂର୍ବରୁ ଭାରତରେ ଯେଉଁ ଭାରିଆଣ୍ଟ ପ୍ରାଥମିକ ସ୍ତରରେ ଠାବ କରାଯାଇଥିଲା ତାହା‘କାପ୍ପା’ ନାମରେ ପରିଚିତ ହେବ ବୋଲି ହୁ’ କହିଛି। ସୂଚନାଯୋଗ୍ୟ ଯେ ବି.୧.୬୧୭ ଭାରିଆଣ୍ଟ ବିଧିବଦ୍ଧ ଭାବରେ ୫୩ଟି ରାଷ୍ଟ୍ର ଏବଂ ଅଣସରକାରୀ ଭାବରେ ଆଉ ୭ଟି ରାଷ୍ଟ୍ରରେ ଠାବ କରାଯାଇଛି। ଏହା ଅଧିକ ସଂକ୍ରାମକ ହୋଇଥିବାବେଳେ ଏହି ଭାରିଆଣ୍ଟ ରୋଗୀଙ୍କୁ କେତେ ଗୁରୁତର କରୁଛି ଏବଂ ସଂକ୍ରମଣଜନିତ ଆପଦ କେତେ ଅଧିକ ରହୁଛି, ସେ ସମ୍ପର୍କରେ ଅଧିକ ଗବେଷଣା ଚାଲିଛି। ଗତବର୍ଷ ଅକ୍ଟୋବରେ ଭାରତରେ ବି.୧.୬୧୭ ଭାରିଆଣ୍ଟକୁ ଠାବ କରାଯାଇଥିଲା।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories