www.samajalive.in
Saturday, December 6, 2025
26.1 C
Bhubaneswar

ଅର୍ଥନୀତି ଉପରେ କୋଭିଡର ସାଂଘାତିକ ପ୍ରହାର; ଅଭିବୃଦ୍ଧି ବିଯୁକ୍ତ ୭.୩%

ନୂଆଦିଲ୍ଲୀ: ପରକୁ ପର ଦୁଇବର୍ଷ ଧରି କୋଭିଡ-୧୯ ମହାମାରୀ ସଂକ୍ରମଣ ଭାରତୀୟ ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି। ଗତବର୍ଷ କୋଭିଡ-୧୯ ପ୍ରଭାବରୁ ଦେଶ ସାମାନ୍ୟ ସୁଧୁରିବା ସ୍ଥିତିକୁ ଫେରୁଥିବାବେଳେ ଚଳିତ ବର୍ଷ ଆରମ୍ଭରୁ ଦ୍ୱିତୀୟ ଲହର ସବୁ ସମ୍ଭାବନାକୁ ଧୂଳିସାତ୍‍ କରିଦେଇଛି। ଏହାର ପ୍ରଭାବରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ବିଯୁକ୍ତ ୭.୩% ହୋଇଛି। ଅବଶ୍ୟ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଦେଶର ବାର୍ଷିକ ଅଭିବୃଦ୍ଧି ହାର ପୂର୍ବବର୍ଷ ସେହି ତିନିମାସ ତୁଳନାରେ ବୃଦ୍ଧି ପାଇଛି। ଏହା ପରବର୍ତ୍ତୀ ସମୟରୁ କୋଭିଡର ଦ୍ୱିତୀୟ ଲହର ଏବଂ ତଦଜନିତ ଦେଶବ୍ୟାପୀ ତାଲାବନ୍ଦ କଟକଣାକୁ ନେଇ ଅର୍ଥନୀତିଜ୍ଞମାନେ ନିରାଶାଭାବ ପ୍ରକାଶ କରିଛନ୍ତି। ଅନେକ ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ ଦେଶରେ ମନ୍ଥର ଗତିରେ ଚାଲିଥିବା ଟିକାକରଣ ପ୍ରକ୍ରିୟା ଏବଂ ତାଲାବନ୍ଦ ଭଳି କଟକଣା ଆର୍ଥିକ ଅଭିବୃଦ୍ଧିକୁ ବିଶେଷ ଭାବରେ ପ୍ରଭାବିତ କରିଛି। ମୁଖ୍ୟତଃ ବିନିର୍ମାଣ କ୍ଷେତ୍ରର ଅଭିବୃଦ୍ଧି ଏବଂ ରାଷ୍ଟ୍ର ପକ୍ଷରୁ ବିଭିନ୍ନ ଯୋଜନାରେ ଖର୍ଚ୍ଚ ଆଦି କାରଣରୁ ଚଳିତ ବର୍ଷ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ମୋଟ ଘରୋଇ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି। ଇତିମଧ୍ୟରେ କୋଭିଡ ପ୍ରଭାବରେ ଅନେକ ନିଯୁକ୍ତି ହରାଇବା ସହିତ ନୂଆ ନିଯୁକ୍ତି ସୁଯୋଗ ସଙ୍କୁଚିତ ହେବା ଏବଂ ପରିବାରଗୁଡିକର ଆୟ ହ୍ରାସ ଦ୍ୱାରା ଉପଭୋକ୍ତା ଚାହିଦା ମନ୍ଥର ହେବା ଆରମ୍ଭ କରିଛି। ଏଭଳି ପରିସ୍ଥିତିରେ ସରକାରଙ୍କ ଋଣ ବୃଦ୍ଧିପାଉଥିବାରୁ ଅର୍ଥନୀତି ସୁଧାରିବାକୁ ସରକାରଙ୍କ ପାଖରେ ପ୍ରୋତ୍ସାହନମୂଳକ ଯୋଜନା ଘୋଷଣା କରିବା ସୁଯୋଗ ମଧ୍ୟ ସୀମିତ ହୋଇଯାଇଛି। ଚଳିତ ଥର କୋଭିଡ ସଂକ୍ରମଣ ଦେଶର ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ବ୍ୟାପୁଥିବାରୁ ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ଚାହିଦା ହ୍ରାସ ସହିତ ଗ୍ରାମାଞ୍ଚଳ ଅର୍ଥନୀତି ପାଇଁ ଚାପ ସୃଷ୍ଟି ହୋଇଛି। ଏହି କାରଣରୁ ଚଳିତ ଆର୍ଥିକ ବର୍ଷ ପାଇଁ ଅର୍ଥନୀତିଜ୍ଞମାନେ ଭାରତର ଅଭିବୃଦ୍ଧି ହାର ୮ରୁ ୧୦ ପ୍ରତିଶତ ହେବାନେଇ ଆକଳନ କରିଛନ୍ତି। ପୂର୍ବରୁ ଏହା ୧୧ରୁ ୧୨ ପ୍ରତିଶତ ହେବ ବୋଲି ସେମାନେ ଅନୁମାନ କରିଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories