–ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଘୋଷଣା- କରୋନା ସ୍ଥିତି ଦେଖି ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ତାଲାବନ୍ଦ ଅବଧିକୁ ବୃଦ୍ଧି କରାଯାଇଛି। ଜୁନ ୧ରେ ଶେଷ ହେଉଥିବା ତାଲାବନ୍ଦ ଅବଧି ଆଜି ପୁଣି ୧୬ଦିନ ପାଇଁ ବଢ଼ାଇଲେ ରାଜ୍ୟ ସରକାର।
–ଅର୍ଥାତ ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଳବତ୍ତର ରହିବ। ତେବେ ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍ଡାଉନ ପୂର୍ବଭଳି ଜାରି ରହିବ
–ଅପରପକ୍ଷରେ ବିବାହ, ବ୍ରତ ଓ ଶୁଦ୍ଧି କାର୍ଯ୍ୟ ପାଇଁ ପୂର୍ବ ନିୟମ ବଳବତ୍ତର ରହିବ
–ରାଜ୍ୟର ୩ଟି ଜିଲାରେ କରୋନା ସଂକ୍ରମଣ ୧୦ ପ୍ରତିଶତ ତଳେ ରହିଛି। ତେଣୁ ସରକାରଙ୍କ ପକ୍ଷରୁ ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼ ଜିଲାରେ ତାଲାବନ୍ଦ କଟକଣା କୋହଳ କରାଯାଇଛି।
–ନିତ୍ୟ ବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ଅନ୍ୟ ସମସ୍ତ ଜିନିଷ କିଣାବିକା ପାଇଁ ସକାଳ ୭ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ଖୋଲାରହିବ ଏବଂ ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ଓ ଅନ୍ୟାନ୍ୟ ଜିନିଷ କିଣାକିଣି କରିପାରିବେ।
–ତେବେ ଏହି ୩ଟି ଜିଲାରେ ସେଲୁନ, ପାର୍ଲର ଓ ମଲ ଖୋଲିବାକୁ ଅନୁମତି ଦିଆଯିବ ନାହିଁ। ଏହି ୩ଟି ଜିଲାରେ କରୋନା ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ କରାଯିବ।
–ଅପରପକ୍ଷରେ ରାଜ୍ୟର ଅନ୍ୟ ସବୁ ୨୭ଟି ଜିଲାରେ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ନିତ୍ୟବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକଙ୍କୁ ଅନୁମତି ଦିଆଯାଇଛି। ରାଜ୍ୟର ୨୭ଟି ଜିଲାରେ କରୋନା ସଂକ୍ରମଣ କମିଲେ ଏସବୁ ଜିଲାଗୁଡ଼ିକରେ ତାଲାବନ୍ଦ କଟକଣା କୋହଳ କରାଯିବ
–ଏହି ସମୟରେ ସ୍ବାସ୍ଥ୍ୟ ସେବା, ଟେଷ୍ଟିଂ, ଟିକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା ନାହିଁ
–ମହାମାରୀ କରୋନା ଶତାବ୍ଦୀର ସବୁଠୁ ବଡ଼ ବିପର୍ଯ୍ୟୟ ସମୟ, ଏହି ସମୟରେ ସରକାରଙ୍କ ମାର୍ଗଦର୍ଶିକା ପାଳନ ଜରୁରୀ। ତେଣୁ ସମସ୍ତେ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା କୋଭିଡ ନିୟମ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ-ମୁଖ୍ୟ ଶାସନ ସଚିବ
–ରାଜ୍ୟରେ ସେଞ୍ଚୁରୀ ମାରିଲା ପେଟ୍ରୋଲ ଦର। ମାଲକାନଗିରି କାଲିମେଳାରେ ପେଟ୍ରୋଲ ଲିଟର ଦର ୧୦୦ଟଙ୍କା ୭୨ ପଇସା। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ସୂଚନା
–ଧାର୍ଯ୍ୟ ସମୟର ୨ ଦିନ ବିଳମ୍ବରେ ପହଞ୍ଚିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଜୁନ ୧ ବଦଳରେ ଜୁନ ୩ ତାରିଖରେ ଛୁଇଁବ ମୌସୁମୀ ବାୟୁ। ଜୁନ ୩ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପାଣିପାଗ ବିଭାଗର ସୂଚନା
– କରୋନା ସ୍ଥିତି ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା-ରାଜ୍ୟରେ କୋଭିଡ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି।
– ମେ’ ୨୨ରେ ସର୍ବାଧିକ ୧୨,୮୫୨ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢ଼ିଥିଲେ ବି ସଂକ୍ରମଣ କମିଛି।
– ଆଜି ରାଜ୍ୟରେ ୯୫୪୧ କରୋନା ଚିହ୍ନଟ ହୋଇଛନ୍ତି। ମେ’ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍ ବୋଲି ଧରିବାକୁ ହେବ
– ପଡ଼ୋଶୀ ଛତିଶଗଡ଼ ଓ ଝାଡ଼ଖଣ୍ଡରେ ସଂକ୍ରମଣ କମିବା ଆଶ୍ବସ୍ତିକର, ଏଥିପାଇଁ ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ଜିଲାରେ ସଂକ୍ରମଣ କମୁଛି
– ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ସଂକ୍ରମଣ କମୁଥିଲେ ବି ବିପଦ ରହିଛି, ଏଥିପାଇଁ ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସୀମା ସିଲ କରାଯାଇଛି
– ଖୋର୍ଦ୍ଧା, କଟକ, ଅନୁଗୁଳ, ସୁନ୍ଦରଗଡ଼, ପୁରୀ, ମୟୂରଭଞ୍ଜ, ବାଲେଶ୍ବର, ବରଗଡ଼ ଆଦି ୯ଟି ଜିଲାରେ ସଂକ୍ରମଣ ରାଜ୍ୟର ୬୦%
– ରାଜ୍ୟରେ ପଜିଟିଭ ହାର କମି ଆଜି ପର୍ଯ୍ୟନ୍ତ ୧୪%ରେ ପହଞ୍ଚିଛି, ୧୯ଟି ଜିଲାରେ ପଜିଟିଭିଟି ହାର କମୁଛି, ୫ ଜିଲାରେ ୫% ତଳେ ରହିଛି।
– ଧୀରେ ଧୀରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି। କ୍ରିଟିକାଲ ରୋଗୀ ସଂଖ୍ୟା ପହଞ୍ଚି ଆଜି ୭୨%ରେ ପହଞ୍ଚିଛି।
– ଅକ୍ସିଜେନ ଯୋଗାଣରେ ରାଜ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ୧୮ଟି ରାଜ୍ୟକୁ ଆମେ ୨୫ହଜାର ଟନ ଅକ୍ସିଜେନ ଯୋଗାଇ ସାରିଲୁଣି
– ମେ’ ୬ରେ ୪.୧୪ଲକ୍ଷ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାକୁ ଆମେ ପିକ୍ ଭାବେ ଧରି ନେଇଛୁ।
– ଗତ ସେପ୍ଟେମ୍ବର ୧୬ରେ ସର୍ବାଧିକ ୯୭ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତବର୍ଷ ୧୬ ସେପ୍ଟେମ୍ବର ବେଳକୁ ସେତେବେଳ ପିକ୍ ଧରାଯାଇଥିଲା।
– ପ୍ରଥମ ପିକ୍ ତୁଳନାରେ ଦ୍ବିତୀୟ ପିକ୍ ୪ଗୁଣା ଅଧିକ
–ମନ୍ କୀ ବାତରେ କରୋନା ମହାମାରୀ ବିରୋଧୀ ଲଢ଼େଇରେ ସାମିଲ ହୋଇଥିବା ଆଗଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କୁ ଧନ୍ୟବାଦ ଦେଲେ ପ୍ରଧାନମନ୍ତ୍ରୀ
–୧୦୦ ବର୍ଷ ପରେ ବିଶ୍ବ ଏଭଳି ମହାମାରୀ ଦେଖୁଛି, କିନ୍ତୁ ଭାରତ ଦୃଢ଼ତାର ସହିତ ଏହାର ମୁକାବିଲା କରୁଛି
– ବାଲେଶ୍ୱର ଓ ଭଦ୍ରକ ବାତ୍ୟା ଅଂଚଳର ସର୍ଭେ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକମାନଙ୍କ ସହ କଥା ହେଲେ
–ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଧାମରା, ଓରାମାଳ, ପାଇକ ସାହି ଓ ଦୋସିଙ୍ଗା ଅଞ୍ଚଳ ବୁଲି ବାତ୍ୟା ବିପନ୍ନଙ୍କ ସହିତ କଥା ହେଲେ
–ଧାମରାର ସମୁଦ୍ର କୂଳରେ ବନ୍ୟା ଜଳ ନିଷ୍କାସନ କ୍ଷେତ୍ରରେ ଅଧିକ ଆଡ଼ିବନ୍ଧ ନିର୍ମାଣ କରିବାର ବନ୍ଦୋବସ୍ତ କରିବେ ବୋଲି ପ୍ରତିଶୃତି ଦେଲେ
–ବାତ୍ୟା ୟସର ପ୍ରଭାବ: ୪ଦିନରେ ୪ ଯୁଗର ଯନ୍ତ୍ରଣା ଭୋଗିଲେଣି ବାତ୍ୟା ବିପନ୍ନ। କେଉଁଠି ଜଳବନ୍ଦୀ ଥାଇ ବି ମିଳୁନି ମୁନ୍ଦାଏ ପିଇବା ପାଣି। କେଉଁଠି ବିପନ୍ନ ଏ ପର୍ଯ୍ୟନ୍ତ ପାଇନାହାନ୍ତି ରିଲିଫ ସାମଗ୍ରୀ ଓ ସହାୟତା। ଅଦିନିଆ ଚଡ଼କ ପରେ ଦୁର୍ଦିନରେ ଶହ ଶହ ପରିବା ଚାଷୀ।
– ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପରିଚାଳନକୁ ପ୍ରଶଂସା କଲେ ଭୂବିଜ୍ଞାନ ସଚିବ ମାଧବନ ରାଜୀବନ
– ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପଦ୍ଧତ୍ତିରୁ ଅନ୍ୟ ରାଜ୍ୟଗୁଡିକ ଶିକ୍ଷା କରିବାକୁ ଭୂବିଜ୍ଞାନ ସଚିବ ମାଧବନ ରାଜୀବନଙ୍କ ପରାମର୍ଶ
– ବିପର୍ଯ୍ୟୟ ମୁକାବିଲାରେ ଜାତିସଂଘର ଓଡ଼ିଶାକୁ ପ୍ରଶଂସା
– ଦେଶରେ ଗତ ୨୪ ଘଣ୍ଟାରେ ୧ ଲକ୍ଷ ୬୫ ହଜାର ୫୫୩ ନୂଆ ସଂକ୍ରମିତ ଚିହ୍ନଟ ଓ ୩,୪୬୦ ମୃତ
–ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨
– ଆଉ ଆଖି ବୁଜିଲେ ୩୩ ଆକ୍ରାନ୍ତ, ମୋଟ ମୃତ୍ୟୁ ସଂଖ୍ୟା ଟପିଲା ୨୭୦୦
– ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୧୧୮୮୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୬୭୦୫୨୭କୁ ବୃଦ୍ଧି
–ବିଦେଶରୁ ଆସି ଭୁବନେଶ୍ବରରେ ପହଞ୍ଚିଲା ଅମ୍ଳଜାନ ସିଲିଣ୍ଡର। ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ ସିଏସ୍ଆର କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ବିମାନରେ ଆସିଲା ୧୩୫୦ଟି ଅମ୍ଳଜାନ ସିଲିିଣ୍ଡର।



