www.samajalive.in
Saturday, December 6, 2025
19.1 C
Bhubaneswar

ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବରର ପ୍ରଚାର ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ମାର୍ଗଦର୍ଶିକା

ନୂଆଦିଲ୍ଲୀ : କୋଭିଡ୍‍ ମହାମାରୀ ସମୟରେ ଲୋକଙ୍କ ଉପକାର ପାଇଁ ସରକାର ସୃଷ୍ଟି କରିଥିବା ୪ଟି ଜାତୀୟ ସ୍ତରୀୟ ହେଲ୍‍ପ୍‍ ଲାଇନ୍‍ ନମ୍ବର ଗୁଡ଼ିକୁ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସବୁ ଘରୋଇ ଟିଭି ଚ୍ୟାନେଲ୍‍ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନମ୍ବର ନମ୍ବର ଗୁଡ଼ିକୁ ପ୍ରଚାର କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ବିଶେଷ କରି ପ୍ରାଇମ ଟାଇମ ସମୟରେ, ଟିକର୍ ମାଧ୍ୟମରେ କିମ୍ବା ଏପରି କୌଣସି ଉପଯୁକ୍ତ ମାର୍ଗରେ, ଏପରିକି ବିରତି ସମୟରେ ମଧ୍ୟ ଏହି ନମ୍ବର ଗୁଡ଼ିକୁ ପ୍ରଦର୍ଶିତ କରିବା ନିମନ୍ତେ ମାର୍ଗଦର୍ଶିକାରେ କୁହାଯାଇଛି।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର – ୧୦୭୫

ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ହେଲ୍‍ପ୍‍ ଲାଇନ ନମ୍ବର  – ୧୦୯୮

ବରିଷ୍ଠ ନାଗରିକଙ୍କ ପାଇଁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ନମ୍ବର -୧୪୫୬୭

ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନର ହେଲ୍‍ପ୍‍ ଲାଇନ୍‍ ୦୮୦-୪୬୧-୧୦୦୭

ନାଗରିକମାନଙ୍କର ଲାଭ ପାଇଁ ଭାରତ ସରକାରଙ୍କ ଦ୍ବାରା ଏସବୁ ହେଲ୍ପଲାଇନ ନମ୍ବର ସୃଷ୍ଟି କରାଯାଇଛି ଓ ପ୍ରଚାର କରାଯାଉଛି।
ମାର୍ଗଦର୍ଶିକାରେ ଉଲ୍ଲେଖ କରାଯାଇଛି ଯେ ବିଗତ କିଛି ମାସ ଧରି, ସରକାରଙ୍କ ପକ୍ଷରୁ ତିନୋଟି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ-କୋଭିଡ ଚିକିତ୍ସା ପ୍ରୋଟୋକଲ, କୋଭିଡ ଉପଯୁକ୍ତ ବ୍ୟବହାର ଓ ଟିକାକରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ମୂଦ୍ରିତ, ଟିଭି, ରେଡିଓ, ସାମାଜିକ ଗଣମାଧ୍ୟମ ଆଦି ଗଣମାଧ୍ୟମ ମଞ୍ଚ ଏବଂ ଅନ୍ୟାନ୍ୟ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଛି।
ଉପରୋକ୍ତ ତିନୋଟି ପ୍ରସଙ୍ଗରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ସୂଚୀତ କରିବା କ୍ଷେତ୍ରରେ ସରକାରଙ୍କ ପ୍ରୟାସରେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବାରୁ ମାର୍ଗଦର୍ଶିକାରେ ସେମାନଙ୍କୁ ପ୍ରଶଂସା କରାଯାଇଛି। ଏହି ଉଦ୍ଦେଶ୍ୟ ଲାଗି ଆହୁରି ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଚାରିଟି ରାଷ୍ଟ୍ରୀୟ ହେଲ୍ପଲାଇନ ନମ୍ବର ସମ୍ପର୍କରେ ପ୍ରଚାର ଓ ସଚେତନତା କରିବା ଲାଗି ଘରୋଇ ଟିଭି ଚ୍ୟାନେଲଗୁଡ଼ିକୁ ପରାମର୍ଶ ଦିଆଯାଇଛି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories