www.samajalive.in
Saturday, December 6, 2025
26.1 C
Bhubaneswar

ଠଣଠଣାରୁ ଚିତ୍ରା ହରିଣ ଉଦ୍ଧାର

ପିପିଲି: ପିପିଲି ଥାନା ଦୁର୍ଗାଦାସପୁର ପଞ୍ଚାୟତ ଅନ୍ତର୍ଗତ ଠଣଠଣା ଗ୍ରାମର ବେଲପୋଖରୀ ନିକଟରୁ ଆଜି ଏକ ଅଣ୍ଡିରା ଚିତ୍ରା ହରିଣକୁ ଗ୍ରାମବାସୀଙ୍କ ସହଯୋଗରେ ବନ ବିଭାଗ ଉଦ୍ଧାର କରିଛି। ଗତକିଛି ଦିନ ଧରି ଏହି ହରିଣଟି ନୂଆଶାସନ, ସଁପୁର ପଞ୍ଚାୟତ ଆଦି ଅଞ୍ଚଳରେ ବୁଲୁଥିବାର ଲୋକେ ଦେଖିଥିବା ବେଳେ ଆଜି ହରିଣଟି ଠଣଠଣା ଗ୍ରାମର ବେଲପୋଖରୀ ନିକଟରେ ବୁଲୁଥିବା ବେଳେ ଗ୍ରାମର ବୁଲା କୁକୁରମାନେ ତାର ପିଛା କରିଥିଲେ। ଏହା ଦେଖି ଉକ୍ତ ଗ୍ରାମର କେତେକ ଉଦ୍ୟମୀ ଯୁବକମାନେ ଉକ୍ତ ହରିଣକୁ ସୁରକ୍ଷିତ ଭାବେ କୁକୁରଙ୍କ କବଳରୁ ଉଦ୍ଧାର କରିବା ସହ ବନ ବିଭାଗକୁ ଖବର ଦେଇଥିଲେ।

 

- Advertisement -

ଅପରାହ୍ନରେ ବାଳକାଟି ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ôଚ ଉକ୍ତ ହରିଣଟିକୁ ଉଦ୍ଧାର କରିଥିଲେ। ହରିଣର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ତାକୁ ଭଅଁରା ସ୍ଥିତ ପ୍ରସ୍ଥାବିତ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଥିବା ସଂପର୍କରେ ବାଳକାଟି ରେଞ୍ଜର ଜୟକୃଷ୍ଣ ଯଦୁମଣି ଦାସ ସୂଚନା ଦେଇଛନ୍ତି। ଖାଦ୍ୟ ଅନ୍ୱେଷଣରେ ହରିଣଟି କୋଣାର୍କ ନିକଟ ବାଲୁଖଣ୍ଡ ଅଞ୍ଚଳରୁ ଏଠାକୁ ଚାଲିଆସିଥିବା ଅନୁମାନ କରାଯାଉଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories