www.samajalive.in
Saturday, December 6, 2025
26.1 C
Bhubaneswar

ଗ୍ରାମାଞ୍ଚଳର ଲୋକଙ୍କ ଉପରେ ପଡୁନି କରୋନା କଟକଣା ପ୍ରଭାବ, ନାରାୟଣନଗର ଦୈନିକ ବଜାରରେ ପ୍ରବଳ ଜନଗହଳି

ବୌଦ୍ଧ : ଜିଲାରେ କରୋନା ସ୍ଥିତି ଅଣାୟତ୍ତ ଥିବାବେଳେ ଜିଲା ପ୍ରଶାସନ ଓ ବିଭିନ୍ନ ସ୍ୱେଛାସେବୀ ସଂଗଠନ ପକ୍ଷରୁ ବାରମ୍ବାର କୋଭିଡ ନିୟମ ପାଳନ ପାଇଁ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଜିଲା ରେଡକ୍ରସ ପକ୍ଷରୁ ସଂକ୍ରମିତ ଗ୍ରାମ ଗୁଡିକରେ ସ୍ୱେଛାସେବୀମାନେ ପହଞ୍ଚି ସଂକ୍ରମଣରୁ ସୁରକ୍ଷା ଓ ସଂକ୍ରମିତ ବ୍ୟକ୍ତିବିଶେଷଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦେଇଆସୁଛନ୍ତି। କିନ୍ତୁ ଗ୍ରାମାଞ୍ଚଳର ଲୋକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡିପାରୁନାହିଁ। ବୌଦ୍ଧଜିଲାରେ କରୋନା ମୃତ୍ୟୁ ସଂଖ୍ୟା ୪୨ରେ ପହଞ୍ଚିସାରିଥିବାବେଳେ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରେ ପ୍ରାୟ ପ୍ରତିଦିନ କେହିନା କେହି ବ୍ୟକ୍ତି ମୃତ୍ୟୁର ଶୀକାର ହେଉଥିବା ସୂଚନା ମିଳୁଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ କୋଭିଡର ଭୟାବହତା ନେଇ ସଚେତନତା ସୃଷ୍ଟି ନହେବା ଉଦଭେବଗର ବିଷୟ ଅଟେ। କୋଭିଡ କଟକଣା ମଧ୍ୟରେ ସମସ୍ତ ସାପ୍ତାହୀକ ହାଟ ବନ୍ଦ ରହିଥିବାବେଳେ ଦୈନିକ ହାଟ ବଜାରଗୁଡିକ ସାମାଜିକ ଦୂରତା ରକ୍ଷା କରି ବ୍ୟବସାୟୀମାନେ ବସିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଗ୍ରାମାଞ୍ଚଳରେ ବସୁଥିବା ଦୈନିକ ହାଟ ଗୁଡିକରେ ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଥିବା ଦେଖାଯାଇଛି। ଦୁଇଦିନ ତଳେ ବୌଦ୍ଧ ଦୈନିକ ବଜାରରେ କୋଭିଡ ନିୟମ ଭାଙ୍ଗୁଥିବା ଯୋଗୁଁ ୬ ଜଣ ବ୍ୟବସାୟୀଙ୍କ ନିକଟରୁ ଜୋରିମାନା ଆଦାୟ କରାଯାଇଥିଲା । ସେହିପରି ବାଉଁଶୁଣୀ ବଜାରରେ କୋଭିଡ ନିୟମ ପାଳନ କରାଯାଉନଥିବାରୁ ପୋଲିସ ବଳ ପ୍ରୟୋଗ କରିଥିଲା। କିନ୍ତୁ ବୌଦ୍ଧ ବ୍ଳକ ଅନ୍ତର୍ଗତ ନାରାୟଣନଗର ଗ୍ରାମରେ ଦୈନିକ ବଜାରରେ ପ୍ରବଳ ଜନଗହଳି ହେଉଥିବା ଦେଖାଯାଇଛି। କରୋନା ପ୍ରଥମ ଲହରରେ ଏହି ଗ୍ରାମ ଜିଲାର ହଟସ୍ପଟ ଭାବରେ ଚିହ୍ନଟ ହୋଇଥିଲା। ସପ୍ତାହକ ମଧ୍ୟରେ ନାରାୟଣନଗର ବଜାର ନିକଟରୁ ଜଣେ ଯୁବକଙ୍କ କୋଭିଡରେ ମୃତ୍ୟୁ ମଧ୍ୟ ହୋଇସାରିଲାଣି। କିନ୍ତୁ ଲୋକମାନେ ଦୈନିକ ବଜାରରେ କଟକଣା ନମାନି ପ୍ରବଳ ଜନଗହଳି କରୁଥିବାରୁ ଅଞ୍ଚଳର ବୁଦ୍ଧଜିବୀମାନଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି। ଖାଲି ନାରାୟଣନଗର ନୁହେଁ ଗ୍ରାମାଞ୍ଚଳରେ କୌଣସି ସ୍ଥାନରେ ମଧ୍ୟ କୋଭିଡ ନିୟମ ଠିକ୍ରେ ପାଳନ ହେଉନଥିବା ଅଭିଯୋଗ ହେଉଥିବାବେଳେ ଜିଲାପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଅଛି।

 

- Advertisement -

ଗତ ଚବିଶଘଣ୍ଟାରେ ବୌଦ୍ଧ ଜିଲାରୁ ୧୭୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳରୁ ମାତ୍ର ୬ ଜଣ ଆକ୍ରାନ୍ତ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ଆଜିର ସଂକ୍ରମଣକୁ ମିଶାଇ ଜିଲାରେ ମୋଟ ପଜିଟିଭ୍ ସଂଖ୍ୟା ୯୮୨୩ରେ ପହ ିଛି। ରବିବାର ସୁଦ୍ଧା ବୌଦ୍ଧ ଜିଲାର ୬୪୩୭ ଜଣ ସୁସ୍ଥ ହୋଇଥିବା ବେଳେ ଆହୁରି ୩୩୪୪ ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସାଧିନ ରହିଛନ୍ତି। ଆଜି ଚିହ୍ନଟ ହୋଇଥିବା ରୋଗୀଙ୍କ ମଧ୍ୟରେ ବୌଦ୍ଧ ଏନ୍ଏସିରୁ ୬ ଜଣ, ବୌଦ୍ଧ ବ୍ଲକରୁ ୧୯, ହରଭଙ୍ଗା ବ୍ଲକରୁ ୮୪ ଓ କ।ମାଳ ବ୍ଲକରୁ ୬୮ ଜଣ ଆକ୍ରାନ୍ତ ହୋଇଛନ୍ତି। ଆଜି ପୁଣି ତିନିଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୪୨ରେ ପହ ିଛି। ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମରୁ ଆଜି ସର୍ବାଧିକ ୨୩ ଜଣ, କ।ମାଳ ବ୍ଲକ୍ ନାରାୟଣ ପ୍ରସାଦ ଗ୍ରାମରୁ ୧୨ ଜଣ ଓ ଅନ୍ୟାନ୍ୟ ଗ୍ରାମରୁ ଶତାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଜିଲାରେ କୋଭିଡ ମୃତ୍ୟୁ ସଂଖ୍ୟା ମଧ୍ୟ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ରିପୋର୍ଟରେ ପ୍ରତିଦିନ ମୃତ୍ୟୁ ସଂଖ୍ୟା ବଢି ଚାଲିଥିବାବେଳେ ଦ୍ୱିତିୟ ଲହରରେ ୩୧ ଜଣ ଓ ସମୁଦାୟ ୪୨ ଜଣଙ୍କ କୋଭିଡରେ ମୃତ୍ୟୁ ହୋଇସାରିଥିବା ଜଣାପଡିଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories