www.samajalive.in
Saturday, December 13, 2025
21.1 C
Bhubaneswar

ଚୌଦ୍ୱାରରେ ଗଠିତ ହେଲା ‘ଖବରକାଗଜ ବିତରକ ସଂଘ’

ଚୌଦ୍ୱାର: ସମଗ୍ର ଦେଶରେ କରୋନା ଜନୀତ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଆଦି ଜରୀ ରହିଥିବାରୁ ଏହା ଜନସାଧାରଣଙ୍କ ଜୀବୀନ ଜୀବିକା ଉପରେ ଗଭୀର ପ୍ରଭାବ ପକାଇଛି। ଖବରକାଗଜରେ କରୋନା ଭାଇରସ ଆସେ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମନ୍ତବ୍ୟ ଦିଆ ଯାଇଥିଲେ ହେଁ କିଛି ଖବରକାଗଜ ପାଠକ ଏହା ନ ବୁଝି ଖବରକାଗଜ ବିତରକଙ୍କଠାରୁ ଖବର କାଗଜଟିଏ କିଣିବା ପାଇଁ କୁଣ୍ଠାବୋଧ କରୁଛନ୍ତି। ଫଳରେ ବିତରକମାନେ ଖବରକାଗଜ ବିକ୍ରି କରିପାରୁନାହାନ୍ତି। ଖବରକାଗଜ ବିକି ନିଜ ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ସମସ୍ତ ବିତରକ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗତ ୧୬.୫.୨୧ରେ ‘ସମାଜ’ ଖବର କାଗଜରେ ପ୍ରକାଶିତ ‘ଖବରକାଗଜ ବିତରକଙ୍କୁ ବୀମା କିମ୍ବା ସାମାଜିକ ନିରାପତ୍ତା ଯୋଜନାରେ ସାମିଲ କରାଯାଉ’ ଶୀର୍ଷକରେ ଖବର କାଗଜ ବିତରକଙ୍କ ତଥା ସେମାନଙ୍କ ପରିବାର ସଦସ୍ୟଙ୍କୁ ସାମାଜିକ ସୁରକ୍ଷା ଏବଂ ବୀମାଭୁକ୍ତ କରିବା ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ଡ. ପ୍ରଭାସ ଆଚାର୍ଯ୍ୟ ଦାବି କରିବା ସହିତ ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।ଖବରକାଗଜ ବିତରକମାନେ ଏ ସମ୍ପର୍କରେ ଜାଣିବା ପରେ ଚୌଦ୍ୱାରରେ ଖବରକାଗଜ ବିତରକଙ୍କମାନଙ୍କୁ ନେଇ ଏକ ସଂଘ ଗଠନ କରିବା ନିମନ୍ତେ ସ୍ଥାନୀୟ ଖବରକାଗଜ ଭେଣ୍ଡର ମାନସ କୁମାର ସାମଲଙ୍କୁ ଅନୁରୋଧ କରିଥିଲେ। ଶ୍ରୀ ସାମଲ ସମସ୍ତ ବିତରକମାନଙ୍କୁ ନେଇ ମଙ୍ଗୁଳି ପେପର ପଏଣ୍ଟରେ ଏକ ବୈଠକ ବସାଇବା ସହ ‘ଚୌଦ୍ୱାର ଖବର କାଗଜ ବିତରକ ସଂଘ’ ନାମରେ ଏକ ଅନୁଷ୍ଠାନ ଗଢିବା ସହ ବିତରକମାନଙ୍କର ଅସୁବିଧାକୁ ଯଥାଶୀଘ୍ର ଏକ ଲିଖିତ ଦାବିପତ୍ର ମାଧ୍ୟମରେ ମୁଖ୍ୟମନ୍ତୀଙ୍କୁ ଦେବା ସହ ଅନୁଷ୍ଠାନଟିକୁ ସରକାରଙ୍କ ପଞ୍ଜିକୃତ ସଂଗଠନ ଭାବେ ବିବେଚନା କରିବାକୁ ନିଷ୍ପତ୍ତି ନେଇଥିଲେ।

- Advertisement -

ଏହି ବୈଠକରେ ଜୟନ୍ତ ସୁବୁଦ୍ଧିରାୟ, ଗୌରାଙ୍ଗ ବେହେରା, ନିରଂଜନ ସ୍ୱାଇଁ, ରୀନା ଭୂୟାଁ, ରଂଜନ ପୃଷ୍ଟି, ରାଜକିଶୋର ବେହେରା, ଦେବେନ୍ଦ୍ର ସାହୁ, ଜୟରାମ ନାୟକ, ଯୋଗେନ୍ଦ୍ର ପ୍ରଧାନ, ହରମୋହନ ରାଉତରାୟ, ପ୍ରଦୀପ କୁମାର କର, ରଂଜନ ନାୟକ, ସରୋଜ କୁମାର ସାହୁ, ପବିତ୍ର ପରିଡ଼ା, ଡମ୍ବରୁ ଶତପଥୀ, ଛବିନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ରହିବା ସହ ଖବରକାଗଜ ବିତରକଙ୍କ ପାଇଁ କେହି ସ୍ୱର ଉତ୍ତୋଳନ କରୁନଥିବା ବେଳେ ଡ. ଶ୍ରୀ ଆଚାର୍ଯ୍ୟଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ଖବରକାଗଜ ବିତରକ ସଂଘର ଏକମାତ୍ର ମହିଳା ରୀନା ଭୂୟାଁ ଯେକି ଭିନ୍ନକ୍ଷମ ହୋଇ ମଧ୍ୟ ନିରବଚ୍ଛିନ୍ନ ଭାବେ ଜନସାଧାରଣଙ୍କ ପାଖରେ ଖବର କାଗଜ ପହଂଚାଇ ଆସୁଛନ୍ତି ସେ ଡ. ଶ୍ରୀ ଆଚାର୍ଯ୍ୟଙ୍କ ସାହାଯ୍ୟ ଓ ସହଯୋଗ ଦ୍ୱାରା ଚୌଦ୍ୱାର ଖବରକାଗଜ ବିତରକମାନେ ଉପକୃତ ହୋଇପାରିବେ ସେଥିପାଇଁ ନିବେଦନ କରିଥିବା ଜଣାପଡ଼ିଛି।

Hot this week

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

ପରିଶ୍ରା କରିଦେବାରୁ ପ୍ରଥମ ଶ୍ରେଣୀ ଛାତ୍ରକୁ ବାଡିରେ ମାଡ ମାରି ଆହତ କଲେ ଚତୁର୍ଥ ଶ୍ରେଣୀ ଛାତ୍ର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡା ପଞ୍ଚାୟତ ସଲାଗୁଡା...

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

Related Articles

Popular Categories