www.samajalive.in
Saturday, December 13, 2025
27.1 C
Bhubaneswar

ଲୁଟ୍‍ ହାଇଓା ଉଦ୍ଧାର, ଲୁଟେରା ଗିରଫ

ରେଙ୍ଗାଲି: ଗତ ୨୭ ତାରିଖ ଗୁରୁବାର ରାତରି ସାଢେ ୮ ଟା ସମୟ ରେ ରେଙ୍ଗାଲି ନିକଟସ୍ଥ ଶ୍ୟାମ୍‍ ମେଟାଲିକ୍ସ କାରଖାନାର ୯ ନମ୍ବର ଗେଟ୍‍ ପାଖରୁ ଲୁଟ୍‍ ହୋଇଥିବା ଓଆର୍‍-୧୫ଏଲ୍‍-୯୭୭୫ ହାଇଓାକୁ ଦୁଇଜଣ ଦୁର୍ବୃତ୍ତ ଲୁଟି ନେଇଥିଲେ। ଏ ସଂକ୍ରାନ୍ତରେ ମୁଣ୍ଢେନ ପାଲି ଗ୍ରାମର ଗାଡି ମାଳିକ ବୀରେନ୍ଦ୍ର ସେନାପତି ରେଙ୍ଗାଲି ଥାନାରେ ଅଭିଯୋଗ କଲାପରେ ରେଙ୍ଗାଲି ପୁଳିସ ତନାଘନା କରି ଲୁଟ୍‍ ହୋଇଥିବା ହାଇଓାକୁ ଉଦ୍ଧାର କରି ଏଥିରେ ସଂପୃକ୍ତ ଥିବା ରାମଚନ୍ଦ୍ରନଗରର ହରି ଭୋଇ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଲୁଟରେ ସଂପୃକ୍ତ ଥିବା ଥାଇ ଫେରାର୍‍ ଥିବା ଆଉ ଜଣେ ଦୁର୍ବୃତ୍ତକୁ ଧରିବା ପାଇଁ ତନାଘନା ଜାରି ରଖିଛି। ଏ ସଂକ୍ରାନ୍ତରେ ରେଙ୍ଗାଲି ଥାନାରେ କେସ୍‍ ନଂ ୯୬/୨୧ ଦଫା ୩୯୪ରେ ମାମଲା ରଜ୍ଜୁ କରାଯାଇ ଅଭିଯୁକ୍ତ ହରି ଭୋଇକୁ କୋର୍ଟ ଚାଲାଣ କରାଯାଇଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories