www.samajalive.in
Thursday, December 11, 2025
23.1 C
Bhubaneswar

ସ୍ୱାମୀର ତଣ୍ଟି ଚିପି ହତ୍ୟାକଲା ସ୍ତ୍ରୀ

ବାମରା: ବାମରା ବ୍ଲକ ଅନ୍ତର୍ଗତ ରଙ୍ଗିଆଟିକିରା ପଞ୍ଚାୟତ କହପାଣି ଗ୍ରାମରେ ଜଣେ ମହିଳା ନିଜ ସ୍ୱାମୀକୁ ତଣ୍ଟି ଚିପି ହତ୍ୟା କରିଥିବା ନେଇ ଗୋବିନ୍ଦପୁର ଥାନାରେ ଅଭିଯୋଗ ହୋଇଥିବାବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ବିବରଣୀ ଅନୁସାରେ, ରଙ୍ଗିଆଟିକିରା ପଞ୍ଚାୟତ ଅନ୍ତର୍ଗତ କହପାଣି ଗ୍ରାମର ବୃଷଭ ବେହେରା(୪୮) ନିଜ ଦ୍ବିିତୀୟ ସ୍ତ୍ରୀ ମଞ୍ଜରୀ ବେହେରା(୪୦) ଓ ଏକମାତ୍ର ଝିଅ ଗୌରୀ(୧୩) ସହିତ ସ୍ଥାନୀୟ ଗୌଡ଼ପଡ଼ାରେ ରହୁଥିଲେ। ସେ ଝାରସୁଗୁଡା, ସମ୍ବଲପୁର ଏବଂ ବେଳେବେଳେ ଆଖପାଖ ଅଞ୍ଚଳରେ ବୁଲି ଦିନମଜୁରିଆ ଭାବେ କାମ କରୁଥିଲେ। ଗତ ଶୁକ୍ରବାର ସନ୍ଧ୍ୟାରେ ଘରୁ ବାହାରି ଏଣେତେଣେ ବୁଲାବୁଲି କରି ରାତି ପ୍ରାୟ ୧୦ଟା ପରେ ଘରକୁ ଫେରିଥିଲେ। ଶନିବାର ସକାଳୁ ତାଙ୍କ ସ୍ତ୍ରୀ ବୃଷଭଙ୍କ ମୃତ୍ୟୁ ହୋଇଥିବାନେଇ ଗ୍ରାମବାସୀଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ଗାଁଲୋକେ ପହଞ୍ଚି ଶବର ବିଭିନ୍ନ ସ୍ଥାନରେ ନଖ ଓ ମାଡ଼ଚିହ୍ନ ଥିବା ଦେଖି ସନ୍ଦେହ ପ୍ରକାଶ କରିଥିଲେ। ଉକ୍ତ ଘଟଣା ଗାଁରେ ପ୍ରଚାରିତ ହେବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

- Advertisement -

ସୂଚନା ପାଇ ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ କୁମାର ରଣା, ସବଇନ୍ସପେକ୍ଟର ଥୋମାସ କେର୍କେଟା ସଦଳବଳେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ଏନେଇ ପୁଲିସ ଅନୁସନ୍ଧାନ କଲାବେଳେ ମୃତ ବୃଷଭଙ୍କ ସ୍ତ୍ରୀ ମଞ୍ଜରୀଙ୍କ କଥାରେ ସାମଞ୍ଜସ୍ୟ ନରହି ଏପଟସେପଟ କଥାବାର୍ତ୍ତା କରିବାରୁ ସନ୍ଦେହ ହୋଇଥିଲା। ଅନ୍ୟପଟେ ଖବର ପାଇ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମରେ ରହୁଥିବା ମୃତକର ସାନଭାଇ ଭୁବନ ବେହେରା(୪୩) କହପାଣିକୁ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ। ଏତଲାକ୍ରମେ ଗୋବିନ୍ଦପୁର ପୁଲିସ କେସ ନମ୍ବର ୬୭/୨୦୨୧ ଦଫା ୩୦୨, ୩୪ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ମୃତକର ପ୍ରଥମ ସ୍ତ୍ରୀ ତୁଲାଙ୍କ ଔରସରୁ ଜନ୍ମଗ୍ରହଣ କରିଥିବା ବୃଷଭଙ୍କ ଦୁଇ ପୁଅ ହରି(୨୧) ଓ ଅରୁଣ(୧୭) ମଧ୍ୟ ପହଞ୍ଚିଥିବା ଜଣାପଡିଛି। ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତକରି ଫେରିଯାଇଛି। ଶବକୁ ଜବତ କରାଯାଇଥିବା ବେଳେ ରବିବାର ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଉକ୍ତ ଘଟଣାରେ ସହଯୋଗ କରିଥିବା ଜଣେ ଯୁବକକୁ ଧରିବାକୁ ପୁଲିସ ତନାଘନା ଜାରିରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ। ମୃତକଙ୍କ ସ୍ତ୍ରୀ ମଞ୍ଜରୀ ବେହେରା ନିଜ ଭାଇଙ୍କ ସହାୟତାରେ ସ୍ୱାମୀଙ୍କ ତଣ୍ଟିଚିପି ହତ୍ୟା କରିଥିବା ପୁଲିସ ସମ୍ମୁଖରେ ସ୍ୱୀକାର କରିଥିବା ଜଣାପଡ଼ିଛି।

Hot this week

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

ଅଧିକ ୧୦୦ ବିମାନ ଉଡ଼ାଇବ ସ୍ପାଇସ୍ ଜେଟ୍

ନୂଆଦିଲ୍ଲୀ : ଘରୋଇ ଏୟାରଲାଇନ୍ସ ସ୍ପାଇସ୍ ଜେଟ୍‌ ଏହାର ବିମାନ ଉଡାଣ...

ନେହେରୁ, ଇନ୍ଦିରା ଭୋଟ ଚୋରି କରିଥିଲେ: ଶାହା

ନୂଆଦିଲ୍ଲୀ : ଲୋକସଭାରେ ବୁଧବାର ଦ୍ବିତୀୟ ଦିନ ପାଇଁ ଏସ୍‌ଆଇଆର ଓ...

ତୃତୀୟ ଦିନରେ ଗର୍ଭ ଗୃହରୁ ବାଲି ଓ ପଥର ସଂଗ୍ରହ କଲା ଏଏସ୍‌ଆଇ

ଗୋପ : କୋଣାର୍କ ସୂର୍ଯ୍ୟମନ୍ଦିର ମୁଖଶାଳା ଗର୍ଭ ଗୃହରେ ୧୯୦୩ ମସିହାରେ...

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

Related Articles

Popular Categories