www.samajalive.in
Wednesday, December 10, 2025
17.1 C
Bhubaneswar

ସାଉଦିଆରବରୁ ଭାରତକୁ ଆସିବ ୧୦୦ରୁ ଅଧିକ ଆଇଏସଓ କଣ୍ଟେନର: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ /ଭୁବନେଶ୍ୱର: ଭାରତକୁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ସହ ୩ଟି ଆଇଏସଓ କଂଟେନର ପଠାଇଥିବା ବେଳେ ଆଗାମୀ ଦିନରେ ଅଧିକ ୧୦୦ଟି ଆଇଏସଓ କଂଟେନର ପଠାଇବାର ବ୍ୟବସ୍ଥା କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଉଦିଆରବର ଉର୍ଜା ମନ୍ତ୍ରୀ ପ୍ରିନ୍ସ ଅବଦୁଲାଜିଜଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ କରୋନା ବିରୋଧୀ ମୁକାବିଲାରେ ଭାରତକୁ ସହଯୋଗ କରିବା ପାଇଁ ସାଉଦିଆରବରୁ ୬୦ ଟନ୍ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ ଓ ୩ଟି ଆଇଏସଓ କଂଟେନର ଆସୁଅଛି। ଏହି କଣ୍ଟେନର ଜୁନ ୬ରେ ମୁମ୍ବାଇରେ ପହଞ୍ଚିବ। ଏହାସହ ଆଗାମୀ ଦିନରେ ଅତିରିକ୍ତ ୧୦୦ଟି ଆଇଏସଓ କଣ୍ଟେନର ସାଉଦିଆରବରୁ ଆସିବା ନେଇ ସେ ସୂଚନା ଦେଇଛନ୍ତି।

ସାଉଦିଆରବର ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସାଉଦିଆରବର ନେତୃତ୍ୱ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ପ୍ରତିଫଳନ। ଏହି ୩ କଂଟେନର ଏବଂ ଆଗାମୀ ଦିନରେ ଆସିବାକୁ ଥିବା କଣ୍ଟେନରଗୁଡ଼ିକ ୬ ମାସ ପର୍ଯ୍ୟନ୍ତ ଇଣ୍ଡିଆନ ଅଏଲ ପାଖରେ ରହିବ। ସାଉଦି ଆରବର କମ୍ପାନୀ ଲିନ୍ଦେ ଦାମନମ୍‌ଠାରୁ ଇଣ୍ଡିଆନ ଅଏଲ ଲିକୁଇଡ୍ ମେଡ଼ିକାଲ ଅକ୍ସିଜେନ୍ ଦେଶ ପାଇଁ ଆମଦାନୀ କରିବ।
ସୂଚନାଯୋଗ୍ୟ, ଚଳିତ ମାସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ କୋଭିଡ୍ ବିରୋଧୀ ଲଢ଼େଇରେ ନିରନ୍ତର ସହଯୋଗ କରିବା ଉପରେ ପ୍ରିନ୍ସ ଅବୁଦୁଲାଜିଜ୍ ସହ ଆଲୋଚନା କରିଥିଲେ।

- Advertisement -

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories