Patra electronics

‘ଭାରତ ମାତା କି ଜୟ’ ସ୍ଲୋଗାନ ଦେବାରୁ କାଶ୍ମୀରରେ ଫାରୁକ ଅବଦୁଲାଙ୍କୁ ବିରୋଧ

0

ଶ୍ରୀନଗର : ଦିଲ୍ଲୀରେ ‘ଭାରତ ମାତା କି ଜୟ’ ଏବଂ ‘ଜୟ ହିନ୍ଦ’ ସ୍ଲୋଗାନ ଦେବା ପରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲାଙ୍କୁ ଶ୍ରୀନଗରରେ ବିରୋଧର ସାମ୍ନା କରିବାକୁ ପଡିଛି। ଇଦ୍‍-ଉଲ-ଜୁହା ଅବସରରେ ବୁଧବାର ଫାରକୁ ଅବଦୁଲା ଶ୍ରୀନଗରର ହଜରତବଲ ଦର୍ଘାକୁ ନମାଜ ପାଠ କରିବାକୁ ଯାଇଥିଲେ। ଦର୍ଘା ବାହାରେ ଓ ଭିତରେ ଉପସ୍ଥିତ ଲୋକମାନେ ତାଙ୍କୁ ବିରୋଧ କରିଥିଲେ ଓ ବିରୋଧୀ ସ୍ଲୋଗାନ ଦେଇଥିଲେ। ଏପରିକି ତାଙ୍କୁ କେତେକ ଲୋକ ଠେଲାପେଲା କରିଥିଲେ ଓ ତାଙ୍କ ଉପରକୁ ଜୋତା ଫିଙ୍ଗା ଯାଇଥିଲା। ସେଠାରେ ଫାରୁକ୍‍ ଅବଦୁଲା କିଛି ନ କହି ଚୁପ୍‍ଚାପ୍‍ ବସି ରହିଥିଲେ। ବାହାରକୁ ଆସିବା ପରେ ଫାରୁକ୍‍ ପ୍ରତିକ୍ରିୟାରେ କହିଛନ୍ତି ଯେ କେତେକ ମନ୍ଦବୁ୍‍ଦ୍ଧି ଲୋକଙ୍କ ଏପରି କାଣ୍ଡରେ ସେ ଡରିଯାଇନାହାନ୍ତି। ଭାରତ ମାତା କି ଜୟ କହିବାରେ ତାଙ୍କୁ କେହି ଅଟକାଇ ପାରିବେ ନାହିଁ। ଭାରତ ଆଗେଇ ଚାଲିଛି ଓ କାଶ୍ମୀରକୁ ନିଜ ଗୋଡ଼ରେ ଠିଆ ହେବାକୁ ପଡ଼ିବ।
ଉଲ୍ଲେଖ ଯୋଗ୍ୟ ଯେ କିଛି ଦିନ ତଳେ ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ ଜାତୀୟ ରାଜଧାନୀ ଦିଲ୍ଲୀର ଇନ୍ଦରା ଗାନ୍ଧି ଷ୍ଟାଡିୟମରେ ଏକ ଶୋକ ସଭା ଆୟୋଜିତ ହୋଇଥିଲା। ଏହି ସଭାରେ ଯୋଗଦେଇ ଫାରକୁ ଅବଦୁଲା ଅଟଳବିହାରୀ ବାଜପେୟୀଙ୍କୁ ମନେ ପକାଇଥିଲେ ଓ ଭାରତ ମାତା କି ଜୟ ଏବଂ ଜହ ହିନ୍ଦର ସ୍ଲୋଗାନ ଦେଇଥିଲେ। ଏହାପରେ ତାଙ୍କୁ କାଶ୍ମୀରର କଠୋରପନ୍ଥୀମାନେ ବିରୋଧ କରିଛନ୍ତି।

Leave A Reply