www.samajalive.in
Saturday, December 6, 2025
26.1 C
Bhubaneswar

ଏଣିକି ଘର ଭାଙ୍ଗିଲେ ମିଳିବ ୨.୭୩ ଲକ୍ଷ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପୁନଃଥଇଥାନ ଓ ପୁନର୍ବାସ ନୀତି-୨୦୦୬ରେ ସଂଶୋଧନ ଅଣାଯାଇଛି। ଏଣିକି କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପା ଦେଖାଇବା ପାଇଁ ସରକାରଙ୍କ ପକ୍ଷରୁ ଘରଭଙ୍ଗାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସହାୟତା ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗ ପକ୍ଷରୁ ଏକ ସଂକଳ୍ପନାମା ଜାରି ହୋଇଛି। ସଂକଳ୍ପନାମାରେ ବିଭାଗୀୟ ପ୍ରମୁଖ ସଚିବ ସଚିବ ବିଷ୍ଣପ୍ରସାଦ ସେଠୀ ଦର୍ଶାଇଛନ୍ତି ଯେ ସରକାରଙ୍କ ସଂଶୋଧନ ନୀତି ଅନୁଯାୟୀ ଏଣିକି ସରକାର ଘରଭଙ୍ଗା କ୍ଷତିଗ୍ରସ୍ତଙ୍କୁ ୨ ଲକ୍ଷ ୭୩ ହଜାର ଟଙ୍କା ଦେବେ। ଘର ନିର୍ମାଣ ସହାୟତା ବାବଦକୁ ପ୍ରଥମେ ୧.୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ୨ ଲକ୍ଷ ୫୭ ହଜାର ୪୭୫ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସେହିପରି ପୂର୍ବରୁ ସ୍ଥାନାନ୍ତର ଓ ଅନ୍ୟତ୍ର ଥଇଥାନ ବାବଦକୁ ସରକାର ୫୦ ହଜାର ଟଙ୍କାର ଅନୁଦାନ ଦେଉଥିଲେ। ପରବର୍ତ୍ତି ସମୟରେ ଏହି ଅନୁଦାନ ରାଶିକୁ ବୃଦ୍ଧି କରାଯାଇ ୨୦୧୮ ରୁ ୮୫ ହଜାର ୮୨୫ ଟଙ୍କା ପ୍ରଦାନ କରାଯାଉଥିଲା। ପୁନଃ ସଂଶୋଧନ ପରେ ଏହି ରାଶି ବୃଦ୍ଧି ହୋଇ ୯୧ ହଜାରରେ ପହଞ୍ଚିଛି।

ଅନ୍ୟପକ୍ଷରେ ଶିଳ୍ପ ଏବଂ ଖଣିଜ ଶିଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇ ସମସ୍ତ ଚାଷ ଜମି ଏବଂ ଘରବାଡି ହରାଇଥିବା ପରିବାରକୁ ଏଣିକି ୯ ଲକ୍ଷ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେହିଭଳି ନିଜର ଦୁଇ ତୃତୀୟାଂଶ ଚାଷ ଜମି ହରାଇଥିବା ହିତାଧିକାରୀଙ୍କୁ ୫ ଲକ୍ଷ ୪୬ ହଜାର, ଏକତୃତୀୟାଂଶ ଚାଷଜମି ହରାଇଥିବା ବ୍ୟକ୍ତିକୁ ୩ ଲକ୍ଷ ୬୪ ହଜାର ଏବଂ କେବଳ ଘର ବାଡି ହରାଇଥିବା ବ୍ୟକ୍ତିକୁ ୧ ଲକ୍ଷ ୮୨ ହଜାର ଅର୍ଥ ରାଶି ସହାୟତା ପ୍ରଦାନ କରାଯିବ। ଜଳସେଚିତ ଚାଷଜମି ହରାଇଥିବା ବ୍ୟକ୍ତିଙ୍କୁ ପୂର୍ବରୁ ଏକର ପିଛା ୧ ଲକ୍ଷ ଟଙ୍କା ଅନୁଦାନ ମିଳୁଥିବା ବେଳେ ଏହାକୁ ବୃଦ୍ଧି କରାଯାଇ ୧ ଲକ୍ଷ ୮୨ ହଜାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିଭଳି ଅଣ ଜଳସେଚିତ ଚାଷ ଜମି ହରାଇଥିବା ବ୍ୟକ୍ତିକୁ ଏକର ପିଛା ୯୧ ହଜାର ଟଙ୍କାର ସହାୟତା ପ୍ରଦାନ କରାଯିବାକୁ ସଂକଳ୍ପନାମାରେ ରହିଥିବାବେଳେ ରକ୍ଷଣାବେକ୍ଷଣ ଭତ୍ତାକୁ ବୃଦ୍ଧି କରାଯାଇ ମାସକୁ ୩ ହଜାର ୬୪୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାସହିତ ଅସ୍ଥାୟୀ ଘର ବାବଦକୁ ୧୮ ହଜାର ୨୦୦ ଏବଂ ପରିବହନ ବାବଦକୁ ୩ ହଜାର ୬୪୦ ଟଙ୍କା ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories