www.samajalive.in
Friday, December 12, 2025
16.1 C
Bhubaneswar

ଲକ୍‍ଡାଉନରେ ମନ୍ଦିର ସେବାୟତଙ୍କୁ ସହାୟତା

ନେମାଳ: ମହାମାରୀ କରୋନା ଆଖିରୁ ନିଦ ହଜାଇ ଦେଇଥିବା ବେଳେ ଚଳିତ ବର୍ଷ ୨ୟ ଲହର କରାନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍‍ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଦେବାଦେବୀ ମନ୍ଦିର ଉପରେ କଟକଣା ଲାଗୁ କରାଯାଇଥିବାରୁ ପୂଜକ ତଥା ସେବାୟତମାନେ ନାହିଁ ନ ଥିବା ଦୁର୍ଦଶାରେ ସମୁଖୀନ ହେଉଥିବାରୁ ପଞ୍ଚାୟତରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମରେ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠରେ ସମସ୍ତ ସେବାୟତ ମାନଙ୍କୁ ବିଭିନ୍ନ ରାସନ ସାମଗ୍ରୀ ଓ ଉପଢୈାକନ ବଣ୍ଟନ କରାଯାଇଛି।

ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପ୍ରାକ୍ତନ ସିସିବି ଅଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ନେତୃତ୍ୱରେ ଉମାଶଙ୍କର ବିଶ୍ୱାଳ, ସାମ୍ବାଦିକ ବିନୟ କୁମାର ଦାସ, ବ୍ଲକ ଜୋନ ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଅନିଲ କୁମାର ଭୁୟାଁ, ବ୍ରଜମୋହାନ ପଣ୍ଡା, ପ୍ରମୋଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମରେ ଲୁଣା-ଚିତ୍ରୋତ୍ପଳା-ମହାନଦୀ ଦ୍ୱିପାଞ୍ଚଳର ସମସ୍ତ ମସଜିଦ୍‍ ଓ ମନ୍ଦିରରେ ସେବାୟତମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories