www.samajalive.in
Tuesday, December 9, 2025
16.1 C
Bhubaneswar

ବିଧାୟକଙ୍କ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା

ଚୌଦ୍ୱାର: ‘ୟସ୍‍’ବାତ୍ୟାର ସଠିକ୍‍ ମୁକାବିଲା କରିବା ଏବଂ ସହରବାସୀଙ୍କୁ ସୁରକ୍ଷିତ ରଖିବା ଦିଗରେ ଚୌଦ୍ୱାର ପୌରପାଳିକା ତରଫରୁ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଚୌଦ୍ୱାର କଟକ ବିଧାୟକ ସୌଭିକ୍‍ ବିଶ୍ୱାଳ ମଙ୍ଗଳବାର ଦିନ ସମୀକ୍ଷା କରିଛନ୍ତି।ଏହି ଉପଲକ୍ଷେ ପୌର ସଭାଗୃହରେ ଆୟୋଜିତ ବୈଠକରେ ବାତ୍ୟା ସମୟରେ ଲୋକମାନଙ୍କ ସୁରକ୍ଷା ଓ ବାତ୍ୟାପରର ପଦକ୍ଷେପ ସମ୍ପର୍କରେ ପୌର ନିର୍ବାହୀ ଅଧିକାରୀ ପବିତ୍ର ବେହେରା ଓ ପୌର କର୍ମଚାରୀ ମାନଙ୍କୁ ପଚାରି ବୁଝିଥିଲେ।ବାତ୍ୟ ଓ ବର୍ଷା।ରମ୍ଭ ହୋଇ ଯାଇଥିବାରୁ ଚୌଦ୍ୱାରର ବିଭିନ୍ନ ବସ୍ତିରେ ରହୁଥିବ ୮୦୦ଲୋକଙ୍କୁ ଗାନ୍ଧୀଛକସ୍ଥିତ ପୌର ଟାଉନ୍‍ ହଲ ଓ ଚୌଦ୍ୱାର କଲେଜରେ ପ୍ରସ୍ତୁତ ହୋଇଥିବା ଅସ୍ଥାୟୀ ଆଶ୍ରୟସ୍ଥଳକୁ ନିଆଯାଇଥିବା ଶ୍ରୀ ବେହେରା ସୂଚନା ଦେଇଥିଲ।

ଏଥି ସହିତ କପାଳେଶ୍ୱରସ୍ଥିତ କଲ୍ୟାଣ ମଣ୍ଡପ, ମଧୁସୁଦନ ଆଇଟିଆଇ ଓ ଓଟିଏମ୍‍ ହାଇସ୍କୁଲରେ ବାତ୍ୟା ଅଶ୍ରୟସ୍ଥଳି ଖୋଲି ଏହାକୁ ପୂର୍ଣାଙ୍ଗ ଭାବେ ପ୍ରସ୍ତୁତ ରଖା ଯାଇଥିବା ପ୍ରକାଶ କରିଥିଲେ। ଲୋକ ମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଶୁଖିଲା ଖାଦ୍ୟ, ଚୁଡ଼ା, ଗୁଡ଼, ବିସ୍କୁଟ ସହିତ ଜରୁରୀ କାଳୀନ ୱୌଷଧ, ପାଣି ଏବଂ ଅନ୍ୟ ଆନୁସଂଗିକ ବ୍ୟବସ୍ଥା କରିବାକୁ ବିଧାୟକ ପୌର ନିର୍ବାହୀ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ବୈଠକରେ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ସାମଲ, କଟକ ଜିଲା ବିଜେଡ଼ି ଉପ ସଭାପତି ପ୍ରେମଚାନ୍ଦ ନାୟକ, ନଗର ବିଜେଡ଼ି ସଭାପତି ବିଷ୍ଣୁ ଚରଣ ପରିଡ଼ା, ଯୁବ ସଭାପତି ଅର୍ଜୁନ ପଣ୍ଡା ଓ ସମସ୍ତ ପୌର କର୍ମଚାରୀ ଯୋଗ ଦେଇଥିଲେ।ପରେପରେ ବିଧାୟକ ଶ୍ରୀ ବିଶ୍ୱାଳ ବିଭିନ୍ନ ବାତ୍ୟା ଅଶୟସ୍ଥଳ ପରିଦର୍ଶନ କରି ଏହାର ପ୍ରସ୍ତୁତି ଅନୁଧ୍ୟାନ କରିଥିଲେ। ଅନୁରୂପଭାବେ କୟଳପଡ଼ାସ୍ଥିତ ବାତ୍ୟା ଅଶ୍ରୟସ୍ଥଳକୁ ବିଧାୟକ ଅନୁଧ୍ୟାନ କରିବା ସହିତ ଲୋକ ମାନଙ୍କ ପାଇଁ ଆନୁସଂଗିକ ବ୍ୟବସ୍ଥା କରିବାକୁ ସ୍ଥାନୀୟ ସରପଞ୍ଚ ଏବଂ ସରକାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories