www.samajalive.in
Friday, December 12, 2025
16.1 C
Bhubaneswar

ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକମାନଙ୍କ ଥଇଥାନ ବ୍ୟବସ୍ଥାର ତଦାରଖ କଲେ ଜିଲ୍ଲାପାଳ

ନେମାଳ: କରୋନା ସଂକ୍ରମଣ ଜାରି ରହିଥିବା ବେଳେ ବାତ୍ୟା ୟାଶକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି। ବାତ୍ୟାର ସଫଳ ମୁିକାବିଲା ପାଇଁ କଟକ ଜିଲ୍ଲାପାଳ ଭବାନି ଶଙ୍କର ଚଇନି ନେମାଳ ଥାନା ଅନ୍ତର୍ଗତ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ଲୋକମାନଙ୍କ ଥଇଥାନ ବ୍ୟବସ୍ଥାର ତଦାରଖ କରିଛନ୍ତି। ସମୀକ୍ଷା କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିନିଧି ପ୍ରାକ୍ତନ ସିସିବି ଅଧ୍ୟକ୍ଷ ଅଶୋକ କୁମାର ଓଝା, ବିଡିଓ କର୍ଣ୍ଣଦେବ ସମାଦାର, ଏବିଡିଓ ସୁଶାନ୍ତ କୁମାର ରଣା, ତହସିଲଦାର ମାନସ ରଞ୍ଜନ ତରାସିଆ ପ୍ରମୁଖ ଯୋଗଦେଇ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲୋକ ମାନଙ୍କୁ ଉତମ ଭାବେ ସାମାଜିକ ଦୂରତା ମଧ୍ୟରେ ଥଇଥାନ କରିବା ସହିତ ଖାଦ୍ୟ , ପାନିୟଜଳ ଓ ଔଷଧର ସୁବନ୍ଦୋବସ୍ତ କରିବା ପାଇଁ ପଞ୍ଚାୟତର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୁଖମାନଙ୍କୁ ସୁଚନା ଦେଇଥିଲେ। ପ୍ରତ୍ୟେକ ପଞ୍ଚାୟତରେ ଚାଳ ଛପର ଓ କଚାଘର ଏବଂ ବିପଦସଂକୁଳ ଅବସ୍ଥାରେ ଥିବା ଘର ମାନଙ୍କରେ ରହୁଥିବା ବ୍ୟକ୍ତିମାନଙ୍କୁ ସ୍ଥାନାନ୍ତର କରାଯାଇଛି।

ବର୍ଷା ପବନ ସମୟରେ ରୋଷେଇ କାର୍ଯ୍ୟ ଦ୍ୱାରା ରନ୍ଧା ଖାଦ୍ୟ, ଆଶ୍ରୟ ସ୍ଥଳରେ ଥିବା ବ୍ୟକ୍ତିମାନଙ୍କୁ ଯୋଗାଇ ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ରୋଷେଇ କାର୍ଯ୍ୟ ସଂପାଦନ ନହୋଇ ପାରିଲେ ନିରାପଦ ସ୍ଥାନରେ ଆଶ୍ରୟ ନେଇଥିବା ବ୍ୟକ୍ତିମାନଙ୍କ ପାଇଁ ଶୁଖିଲା ଖାଦ୍ୟ ଚୁଡା, ଗୁଡ, ଛତୁଆ, ବିସ୍କୁଟର ବ୍ୟବସ୍ଥା କରାଯିବା ଏବଂ ଆଶ୍ରୟ ସ୍ଥଳୀ ନିକଟରେ ବିଦ୍ୟୁତ ସରାବରାହ ବନ୍ଦ୍‍ ହେବାର ସମ୍ଭାବନା ଥିବାରୁ ଜେନେରେଟର ଦ୍ୱାରା ଆଲୋକୀକରଣ କରାଯିବା ଉପରେ ବିଭିନ୍ନ ପଞ୍ଚାୟତକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏତଦ୍‍ବ୍ୟତୀତ ବ୍ଳକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ମୁଖ୍ୟ ଦପ୍ତରରେ ରହିବା ଓ ଆବଶ୍ୟକ ପଡିଲେ ଜରୁରୀ ସେବାରେ ନିୟୋଜିତ କରାଯିବା ପାଇଁ ଜିଲ୍ଲାପାଳ ଶ୍ରୀଯୁକ୍ତ ଚଇନି ନିର୍ଦ୍ଦେଶ ଦେଇଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories