ନେମାଳ: ମହାମାରୀ କରୋନା ଆଖିରୁ ନିଦ ହଜାଇ ଦେଇଥିବା ବେଳେ ଚଳିତ ବର୍ଷ ୨ୟ ଲହର କରାନା ସଂକ୍ରମଣର ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଲକ୍ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଦେବାଦେବୀ ମନ୍ଦିର ଉପରେ କଟକଣା ଲାଗୁ କରାଯାଇଥିବାରୁ ପୂଜକ ତଥା ସେବାୟତମାନେ ନାହିଁ ନ ଥିବା ଦୁର୍ଦଶାରେ ସମୁଖୀନ ହେଉଥିବାରୁ ପଞ୍ଚାୟତରାଜ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମରେ ନେମାଳ ଅଚ୍ୟୁତାନନ୍ଦଙ୍କ ପୀଠରେ ସମସ୍ତ ସେବାୟତ ମାନଙ୍କୁ ବିଭିନ୍ନ ରାସନ ସାମଗ୍ରୀ ଓ ଉପଢୈାକନ ବଣ୍ଟନ କରାଯାଇଛି।
ମନ୍ତ୍ରୀଙ୍କ ପ୍ରତିନିଧି ଭାବେ ପ୍ରାକ୍ତନ ସିସିବି ଅଧ୍ୟକ୍ଷ ଅଶୋକ କୁମାର ଓଝାଙ୍କ ନେତୃତ୍ୱରେ ଉମାଶଙ୍କର ବିଶ୍ୱାଳ, ସାମ୍ବାଦିକ ବିନୟ କୁମାର ଦାସ, ବ୍ଲକ ଜୋନ ସଭାପତି ଜ୍ୟୋତି ପ୍ରକାଶ ସ୍ୱାଇଁ, ଅନିଲ କୁମାର ଭୁୟାଁ, ବ୍ରଜମୋହାନ ପଣ୍ଡା, ପ୍ରମୋଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ମନ୍ତ୍ରୀ ପ୍ରତାପ ଜେନାଙ୍କ ନିର୍ଦ୍ଦେଶ କ୍ରମରେ ଲୁଣା-ଚିତ୍ରୋତ୍ପଳା-ମହାନଦୀ ଦ୍ୱିପାଞ୍ଚଳର ସମସ୍ତ ମସଜିଦ୍ ଓ ମନ୍ଦିରରେ ସେବାୟତମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି।



