www.samajalive.in
Friday, December 12, 2025
14.1 C
Bhubaneswar

ଯୁବ କଂଗ୍ରେସ ପକ୍ଷରୁ ବିଶୋଧନ ଓ ସଚେତନତା କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ଯୁବ କଂଗ୍ରେସ ପକ୍ଷରୁ ଗତ ୨୧ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ୧୨ଦିନ ବ୍ୟାପୀ ବିଶୋଧନ କରାଯିବା ସହ ଜନସଚେତନତା ସୃଷ୍ଟି ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡଃ ସ୍ମୃତିରଞ୍ଜନ ଲେଙ୍କାଙ୍କ ପରାମର୍ଶକ୍ରମେ ଆଠଗଡ ଯୁବ କଂଗ୍ରେସ ସଭାପତି ବିକ୍ରମ ରାୟସାମନ୍ତଙ୍କର ନେତୃତ୍ୱର ଏହି ଅଭିଯାନ ଜାରି ରହିଛି। ଶୁ୍‍କ୍ରବାର ଏନଏସିର ୬ଟି ଓତ୍ୱାର୍ଡ ବିଶୋଧନ କରାଯିବା ସହ ଲୋକମାନଙ୍କୁ କରୋନା ମହାମାରୀ ସଂପର୍କରେ ସଚେତନ କରାଯାଇଥିଲା। ଏହି କ୍ରମରେ ଶନିବାର ଓ ରବିବାର ଆଠଗଡ ସହରର ୱାର୍ଡ ନଂ ୧, ୪, ୫, ୬, ୯, ୧୪ ଓ ୧୬ ପ୍ରଭୃତି ୭ଟି ୱାର୍ଡରେ ବ୍ୟାପକ ବିଶୋଧନ କରାଯିବା ସହ ଲୋକଙ୍କ ଘରକୁ ଘର ଯାଇ କରୋନା ରୋଗ ସଂପର୍କରେ ସଚେତନ କରାଯାଇଥିଲା।

ଏହା ସହିତ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ପରିସରକୁ ମଧ୍ୟ ବିିଶୋଧନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ମନୋରଞ୍ଜନ ପଟ୍ଟନାୟକ, ସଂପାଦକ ପ୍ରଶାନ୍ତ ବେହେରା, ଶ୍ରୀତମ ଦାସ, ସମ୍ବିତ ପଟ୍ଟନାୟକ, ରଣଜିତ୍‍ ସେଠୀ, ରାଜୁ ନାୟକ, ଅବିନାଶ ପ୍ରଧାନ, ଦେବବ୍ରତ ଦାସ, ଚନ୍ଦନ ଦଳାଇ, ବିଶାଲ ପରିଡା, ଗୁରୁବାରୀ ନାଥ ଓ ମୁତେଷ ଯାଦବ ପ୍ରମୁଖ ସହଯୋଗ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories