www.samajalive.in
Friday, December 12, 2025
14.1 C
Bhubaneswar

ଭିମସାର କୋଭିଡ଼ ଡ଼ାକ୍ତରଖାନାରେ ୧୦ ମୃତ

ବୁର୍ଲା: ବୁର୍ଲା ଭିମସାରର ଉଭୟ କୋଭିଡ଼ ଡ଼ାକ୍ତରଖାନାରେ ରବିବାର ଦିନ ୧୦ ଜଣ କରୋନା ରୋଗୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ସମ୍ବଲପୁର ଜିଲ୍ଲାର ୨ ଜଣ ବୁଦେଲକାନିର ୨୧ ବର୍ଷୀୟ ଯୁବକ ଏବଂ ଦୁର୍ଗାପାଲିର ୫୦ ବର୍ଷିୟା ମହିଳା, ସୋନପୁରର ୩ ଜଣ ନୟନପୁରର ୬୫ ବର୍ଷୀୟ ବୃଦ୍ଧ, ବିନିକାର ୭୦ ବର୍ଷିୟା ବୃଦ୍ଧା ଏବଂ ବିନିକାର ୩୬ ବର୍ଷୀୟ ଯୁବକ, ବରଗଡ଼ର ୪ ଜଣ ଶ୍ରୀହାନପୁର ୨୦ ବର୍ଷିୟା ଯୁବତୀ, ସୋହେଲାର ୪୦ ବର୍ଷୀୟ ଯୁବକ,ସୁରଗିଡ଼ାର ୪୦ ବର୍ଷିୟା ମହିଳା ଏବଂ ଲରାସରାର ୫୦ ବର୍ଷିୟା ମହିଳା ଓ ଝାରସୁଗୁଡ଼ା ମଙ୍ଗଲବଜାରର ୫୨ ବର୍ଷିୟା ମହିଳାଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ଅନେକ ଦିନ ଅନ୍ତରାଳେ ବୁର୍ଲା ଭିମସାର କୋଭିଡ଼ ହସପିଟାଲରେ ମୃତକଙ୍କ ସଂଖ୍ୟାରେ ହ୍ରାସତା ପରିଲକ୍ଷିତ ହେଉଛି।

ଗତ ୧୫ଦିନରେ ମୃତ୍ୟୁସଂଖ୍ୟା ୧୯୭ରେ ଉପନିତ। ପ୍ରଥମ କୋଭିଡ଼ ଡ଼ାକ୍ତରଖାନାର କୋଠାରେ ୧୫୫ ଜଣ ରୋଗୀ ରହିଥିବା ବେଳେ ଏବଂ ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନାରେ ସମୁଦାୟ ୫୦ରୁ ଊର୍ଦ୍ଧ୍ବ ଗୁରୁତର କରୋନା ରୋଗୀ ଚିକିତ୍ସା କରାଯାଉଛି। ସୁଚନା ଥାଉକି, ପୁଣି ଗତ ଶନିବାର ଦିନ୬ଜଣ, ଶୁକ୍ରବାର ଦିନ ୧୩ ଜଣ, ଗୁରୁବାର ଦିନ ୧୦ ଜଣ, ବୁଧବାର ଦିନ ୧୨ଜଣ, ମଙ୍ଗଳବାର ଦିନ ୯, ସୋମବାର ଦିନ ୧୨ ଜଣ, ରବିବାର ଦିନ ୧୯ଜଣ, ଶନିବାର ଦିନ ୧୧ଜଣ, ଶୁକ୍ରବାର ଦିନ ୧୮ ଜଣ, ଗୁରୁବାର ଦିନ ୧୨ଜଣ, ବୁଧବାର ଦିନ ୧୬ ଜଣ, ମଙ୍ଗଳବାର ୧୩ ଜଣ, ସୋମବାର ଦିନ ୨୨ ଜଣ, ରବିବାର ଦିନ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ଦୃଷ୍ଟାନ୍ତ ରହିଛି। ବୁର୍ଲା ଭିମସାର କୋଭିଡ଼ ଡ଼ାକ୍ତରଖାନା ଗତ ଅକ୍ଟୋବର ମାସରୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଇ କିଛିଦିନ ତଳେ ଭିମସାରର ଦ୍ୱିତୀୟ କୋଭିଡ଼ ଡ଼ାକ୍ତରଖାନା ଆରମ୍ଭ ହୋଇଛି। ଆଜି ସୁଦ୍ଧା ସମୁଦାୟ ୬୮୭ରେ ବୁର୍ଲା ଭିମସାର କୋଭିଡ଼ ମୃତ୍ୟୁସଂଖ୍ୟା ପହଞ୍ଚିଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories