www.samajalive.in
Sunday, December 14, 2025
14.1 C
Bhubaneswar

ସରକାରୀ ସହାୟତା ପ୍ରଦାନକୁ ସହଜ ଓ ତ୍ୱରାନ୍ୱିତ କରିବାକୁ ନିର୍ଦେଶ

ଭୁବନେଶ୍ୱର: ଏମ୍‌ଏସ୍‌ଏମ୍‌ଇ ବିଭାଗ ତରଫରୁ ଆରମ୍ଭ କରାଯାଇଥିବା ଷ୍ଟାର୍ଟଅପ୍‌-ସଂଯୋଗ କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣରେ ଆଜି ନୂତନ ଷ୍ଟାର୍ଟଅପ୍‌ମାନଙ୍କ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଆଲୋଚନା କରିଛନ୍ତି। ଆଜିର ଏହି ଭର୍ଚୁଆଲ ସଂଯୋଗୀକରଣ କାର୍ଯ୍ୟକ୍ରମରେ ବିଦ୍ୟୁତ- ବାହାନ(ଇଭି) କ୍ଷେତ୍ରରେ କାର୍ଯ୍ୟ କରୁଥିବା ନୂତନ ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରାଯାଇ ତାଙ୍କ ଔଦ୍ୟୋଗୀକରଣରେ କି ପ୍ରକାର ସମସ୍ୟା ରହିଛି ଏବଂ ସରକାରୀ ସହାୟତା ଯଦି ଆବଶ୍ୟକ କରନ୍ତି ତାହା ସୂଚୀତ କରିବା ପାଇଁ ପରାମର୍ଶ ଦିଆଯାଇଛି।

 

- Advertisement -

ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଏହି ଷ୍ଟାର୍ଟଅପ୍‌ଗୁଡ଼ିକୁ ଜମି ଯୋଗାଇବା, ବ୍ୟାଙ୍କ ଋଣ ସହାୟତା ପ୍ରଦାନ, ରେଜିଷ୍ଟ୍ରେସନ୍‌, ଏପରି କି ଆବଶ୍ୟକ ସ୍ଥଳେ ସରକାରୀ ଆଇନରେ ସଂଶୋଧନ କରାଯିବା ଦିଗରେ ବିଭାଗ ଯଥାଯଥ ସହଯୋଗ ପ୍ରଦାନ କରି ସେମାନଙ୍କ ରାସ୍ତା ସୁଗମ କରିବାକୁ କହିଛନ୍ତି। ଆଜି ନଅଟି ଷ୍ଟାର୍ଟଅପ୍‌ଙ୍କ ସହ ଆଲୋଚନା କରାଯାଇଥିଲା। ସେମାନେ ହେଲେ ସ୍କାଏ ରାଇଡରର ହିମାଂଶୁ ଓ ନିହାର ରଞ୍ଜନ ପଣ୍ଡା, ୟୋ ୟୋ ରାଇଡସ୍‌ର ଲକ୍ଷ୍ମୀ ନାରାୟଣ, ଆଲ୍‌ଫା ଇଭିର ସୁଶ୍ରୀ ଚିନ୍ମୟୀ ପାତ୍ର, ସେସ୍ୱା ଗ୍ଲୋବାଲ ସଲୁ୍ୟସନ୍‌ର ଜେ. ସ୍ୱାଇଁ, ଯୁବରାଜ ହରିଚନ୍ଦନ ଓ ଓଁଜୟ ଇଭିର ଶ୍ରୀହର୍ଷ। ଏହି ସମସ୍ତ ଷ୍ଟାର୍ଟଅପ୍‌ ବିଦ୍ୟୁତ ବାହନ ଉପରେ କାର୍ଯ୍ୟ କରୁଛନ୍ତି ଏବଂ ଏସବୁ ଓଡ଼ିଶାରେ ନିର୍ମାଣ କରିବାର ଯୋଜନା ରଖିଛନ୍ତି। ତେବେ କେତେକ ଷ୍ଟାର୍ଟଅପ୍‌ ପାଇଁ ଜମିର ଆବଶ୍ୟକତା ରହିଥିବାବେଳେ କେତେକ ଆର୍ଥିକ ସହଯୋଗ ପାଇଁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଆସୁଥିବା ଅଭିଯୋଗଗୁଡ଼ିକୁ ରେକର୍ଡ କରାଯାଇ ତା’ର ସମାଧାନ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ, ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ସଚବି ଉଦୟ ନାରାୟଣ ଦାସ, ସଂଯୋଜିକା ସଂଯୁକ୍ତା ବ ଢ଼ାଇ ଏବଂ ସୌରଭ ପ୍ରମୁଖ ଯୋଗଦେଇଥିଲେ । ଏହି କ୍ରମରେ ପୂର୍ବରୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ସ୍ୱାସ୍ଥ୍ୟସେବା, ବିଦ୍ୟାଳୟ ଓ ଗଣଶିକ୍ଷା କ୍ଷେତ୍ର ଉପରେ ଆଲୋଚନା ହୋଇ ସାରିଥିବା ସୂଚନା ମିଳିଛି।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories