www.samajalive.in
Wednesday, December 10, 2025
15.1 C
Bhubaneswar

କଳା କବକ ସଂକ୍ରମଣ ବଢୁଥିବା ରାଜ୍ୟକୁ ଅତିରିକ୍ତ ଆମ୍ଫୋଟେରିସିନ୍‌-ବି ଔଷଧ ପଠାଯାଇଛି : ସଦାନନ୍ଦ ଗୌଡା

ନୂଆଦିଲ୍ଲୀ : କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡା ଶନିବାର ଦେଶରେ କ୍ରମବର୍ଦ୍ଧିଷ୍ଣୁ କଳା କବକ (ମ୍ୟୁକୋରମାଏକୋସିସ୍) ରୋଗର ସବିଶେଷ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ସେ କହିଛନ୍ତି ଯେ ଏହି ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଆମ୍ଫୋଟେରିସିନ- ବି ଅତିରିକ୍ତ ୨୩୬୮୦ ଭାଏଲ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଯୋଗାଇ ଦିଆଯାଇଛି । ସେ କହିଛନ୍ତି ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟକୁ ଏହି ଅତିରିକ୍ତ ଔଷଧ ପ୍ରଦାନ କରାଯାଇଛି । ଏଯାବତ୍ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୮୮୪୮ଜଣ ମ୍ୟୁକୋରମାଏକୋସିସ୍ ରୋଗରେ ଆକ୍ରାନ୍ତ ହେଇଛନ୍ତି ।

ଓଡିଶାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୫ଥିଲା । ଓଡିଶା ଏହି ଅତିରିକ୍ତ ସହାୟତାରେ ୫୦ ଭାଏଲ ଆମ୍ଫୋଟେରିସିନ-ବି ପାଇଛି ।

- Advertisement -

ମ୍ୟୁକୋରମାଏକୋସିସ୍ ଏକ କବକ ବା ଫଙ୍ଗସ୍ ସଂକ୍ରମଣ ଜନିତ ରୋଗ । ଏହା କୋଭିଡ୍ ରୋଗୀଙ୍କ ମଧ୍ୟରେ ଦେଖାଯାଉଛି । ଗୁଜରାଟରେ ସର୍ବାଧିକ ୨୨୮୧, ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ରପ୍ରଦେଶର ୯୧୦, ମଧ୍ୟପ୍ରଦେଶର ୭୨୦ ଓ ରାଜସ୍ଥାନରେ ୭୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଅନ୍ୟାନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅପେକ୍ଷା ଅପେକ୍ଷାକୃତ କମ୍ ରହିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories