www.samajalive.in
Sunday, December 14, 2025
15.1 C
Bhubaneswar

ଅମଠାପଦରକୁ ଆବଦ୍ଧ।ଞ୍ଚଳ ଘୋଷଣା କଲା ପ୍ରଶାସନ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକରେ କରୋନା ପୋଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଗ୍ରାମାଞ୍ଚଳ ମାନଙ୍କରେ ମଧ୍ୟ କରୋନା ପଶି ଆସିଛି। ନିୟମଗିରି ଅଞ୍ଚଳରେ ଥିବା ବିଭିନ୍ନ ଗାଁରେ ଡୋର ଟୁ ଡୋର ସର୍ଭେ ଆରମ୍ଭ ହୋଇଥିବା ବେଳେ ଅମଠାପଦର ଗାଁରେ ତିନିଜଣଙ୍କୁ ପୋଜିଟିଭ ଚିହ୍ନଟ କରିଥିଲା ସ୍ୱାସ୍ଥ୍ୟ ବିଭାଗ। ଆକ୍ରାନ୍ତ ମାନେ ହୋମ ଆଇସୁଲେସନରେ ଘରେ ରହୁଥିବା ବେଳେ ଗାଁକୁ ସମ୍ପୁର୍ଣ୍ଣ ଆବଦ୍ଧ।ଞ୍ଚଳ ଘୋଷଣା କରିଛି ବ୍ଲକ ପ୍ରଶାସନ। ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନିର୍ଦ୍ଧେଶରେ ତ୍ରିଲୋଚନପୁର ପଞ୍ଚାୟତ କନିଷ୍ଠଯନ୍ତ୍ରୀ ପିତାମ୍ବର ହେମରମ୍ବ ଓ ଗ୍ରାମ ରୋଜଗାର ସେବକ ଅରବିନ୍ଦ ମହାନ୍ତି ଅମଠାପଦର ଗାଁକୁ ଯାଇ ସମସ୍ତେ ନିଜ ନିଜ ଘରେ ରହିବା ପାଇଁ ପରାମର୍ଶ ଦେଇଥିଲେ। ଗାଁରୁ ବାହାରକୁ ନଯିବା ପାଇଁ ମୁଖ୍ୟ ରାସ୍ତାରେ ବେରିକେଟ ନିର୍ମାଣ କରାଯାଇଛି। ସମସ୍ତ ଗାଁରେ ଯଦି କରୋନା ଟେଷ୍ଟିଙ୍ଗ କରାଯାନ୍ତା ତାହେଲେ ଆକ୍ରାନ୍ତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେଣୁ ସମସ୍ତ ଦୁର୍ଗମ ଅଞ୍ଚଳ ମାନଙ୍କରେ ଟେଷ୍ଟିଙ୍ଗ ଏବଂ ସଚେତନତାର ଆବଶ୍ୟକତା ରହିଛି ବୋଲି ପୁର୍ବତନ ବ୍ଲକ ଅଧ୍ୟକ୍ଷ ମନହର ହରପାଲ ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories