-ଭୁବନେଶ୍ୱର : 5-T ସଚିବ ଭି.କେ ପାଣ୍ଡିଆନ୍ଙ୍କୁ ସମ୍ମାନଜନକ ପ୍ରେସିଡେଣ୍ଟ ଆଓ୍ୱାର୍ଡ ; ଅନ୍ତର୍ଜାତୀୟ ହକି ଫେଡରେସନ୍ (FIH) ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି , ହକିର ପ୍ରଚାର ପ୍ରସାର ଦିଗରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନେଇ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି
-ଆଜି ଭୁବନେଶ୍ବରରେ ୧୦୭୬ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୯୮୯
–ବାତ୍ୟା ‘ୟାସ୍’ ସମ୍ପର୍କରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟିର ସମୀକ୍ଷା ବୈଠକ
–ସମ୍ଭାବ୍ୟ ବାତ୍ୟା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ ; ମୁଖ୍ୟ ଶାସନ ସଚିବ, ଏସ୍ଆର୍ସି, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ସାମିଲ
–‘ସବୁ ଜୀବନ ମୂଲ୍ୟବାନ’, ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଉପରେ ଦିଆଯିବ ଗୁରୁତ୍ବ: ମୁଖ୍ୟମନ୍ତ୍ରୀ
–ତ୍ରୁଟିଶୂନ୍ୟ ପ୍ରସ୍ତୁତି ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
–ସମ୍ଭାବ୍ୟ ବାତ୍ୟା ମୁକାବିଲା ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ, ଆତଙ୍କିତ ନ ହେବାକୁ ପରାମର୍ଶ
–୨୨ଟି ଏନ୍ଡିଆର୍ଏଫ୍ ଟିମ୍, ୬୬ଟି ଓଡିଆର୍ଏଏଫ୍ ଟିମ୍, ୧୭୭ଟି ଅଗ୍ନିଶମ ସେବା ଟିମ୍ ଆଦି ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ
–ଉପକୂଳବର୍ତ୍ତୀ ଜିଲାର ଜିଲାପାଳମାନେ ମଧ୍ୟ ବୈଠକରେ ଉପସ୍ଥିତି, ଭିଡିଓ କନ୍ଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା
–ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମୀକ୍ଷା
–ସମ୍ଭାବ୍ୟ ବାତ୍ୟା ନେଇ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ପ୍ରସ୍ତୁତ, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିବି : ଶ୍ରୀ ପ୍ରଧାନ
–ଅତି ଭୀଷଣ ବାତ୍ୟାରେ ପରିଣତ ହୋଇ ଉପକୂଳ ମୁହାଁ ହେବ ସମ୍ଭାବ୍ୟ ବାତ୍ୟା ‘ୟାସ’
–ଶନିବାର ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, ଏହା କ୍ରମେ ଘନୀଭୂତ ହୋଇ ୨୪ ତାରିଖରେ ବାତ୍ୟାରେ ପରିଣତ ହେବ
–ଏହା ଉତର-ଉତର ପଶ୍ଚିମ ଦିଗକୁ ଗତି କରି ଉପକୂଳ ମୁହାଁ ହେବ,୨୬ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟା ଉପକୂଳ ଛୁଇଁବ
–ଉତର ଓଡ଼ିଶା-ପଶ୍ଚିମବଙ୍ଗ ଓ ବାଂଲାଦେଶ ତଟ ମଧ୍ୟରେ ଏହା ଉପକୂଳ ଛୁଇଁବ ବୋଲି ଆଇଏମଡି ପକ୍ଷରୁ ସୂଚନା
–ବାତ୍ୟା ପ୍ରଭାବରେ ୨୫ ଅପରାହ୍ଣରୁ ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ ହେବ
–ଉପକୂଳ ଛୁଇଁଲା ବେଳକୁ ପବନ ବେଗ ୧୨୦ରୁ ୧୬୫ କିମି ରହିବ। ସ୍ଥଳ ବିଶେଷରେ ମଝିରେ ମଝିରେ ପବନର ବେଗ ୧୮୫ ଛୁଇଁପାରେ
– ବାତ୍ୟା ‘ୟାସ’ ଆଶଙ୍କା – ୭୪ ଟ୍ରେନ୍ ବାତିଲ
–ଆଜି ରାଜ୍ୟରେ ସୁସ୍ଥ ହେଲେ ୧୦୬୦୧ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୫୭୭୯୮୩କୁ ବୃଦ୍ଧି
–ଲୋକମାନଙ୍କୁ ସୁବିଧାରେ କୋଭିଡ ପରୀକ୍ଷା ରିପୋର୍ଟ ପ୍ରଦାନ କରିବା ପାଇଁ ଓଡ଼ିଶା ସରକାର କୋଭିଡ ଟେଷ୍ଟ ରିପୋର୍ଟ ୱେବସାଇଟ୍ ଲୋକାର୍ପିତ କରିଛନ୍ତି
–କୋଭିଡ-୧୯ ପରୀକ୍ଷା ; ଯଥା ଆରଟି ପିସିଆର କିମ୍ବା ରାପିଡ୍ ଆଣ୍ଟିଜେନ୍ ପରୀକ୍ଷ ପାଇଁ ନମୁନା ଦେଇଥିବା ବ୍ୟକ୍ତି ଏହି ୱେବସାଇଟରେ କେବଳ ସେମାନଙ୍କ ପଞ୍ଜିକୃତ ମୋବାଇଲ୍ ନମ୍ବର କିମ୍ବା ଏସଆରଏଫ ଆଇଡି ଦାଖଲ କରି ନିଜର ନମୁନା ପରୀକ୍ଷା ଫଳାଫଳ ଜାଣିପାରିବେ
–ପୁରୀ: ପୁଣି ଦୁଇ ସେବାୟତ ପଜିଟିଭ୍, ୨୦ ସେବାୟତ କରୋନା ପଜିଟିଭ୍ ଚିହ୍ନଟ
–ବଣାଇ:ରାସ୍ତାରୁ ୧୫ଫୁଟ ତଳକୁ ଖସିଲା ବାଇକ, ୨ ମୃତ
–ଓଡ଼ିଶାର ୨୮ ଜିଲାରେ ୧୦%ରୁ ଅଧିକ କରୋନା ସଂକ୍ରମିତ-ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ
–ଗତ ୧୫ଦିନ ହେଲାଣି ଲଗାତାର ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା କମୁଛି। ମେ’ ୧୦ରେ ୨୪% ପଜିଟିଭ ଥିଲା, ଆଜି ଖସି ୧୨.୪% ରହିଛି।
–ଗଲା ୧୨ ଦିନ ହେଲାଣି ସଂକ୍ରମଣ ହାର ୨୦% ତଳେ ରହିଛି। ଏବେ ସଂକ୍ରମିତଙ୍କ ମଧ୍ୟରୁ ୧୦ଟି ରାଜ୍ୟରେ ୭୮ ପ୍ରତିଶତ ଅଛନ୍ତି।
–ଦେଶରେ ୬ଟି ରାଜ୍ୟରେ ମୃତ୍ୟୁହାର ସର୍ବାଧିକ ରହିଛି। ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଉତ୍ତର ପ୍ରଦେଶ, ପଞ୍ଜାବ ଓ ଦିଲ୍ଲୀରେ ମୃତ୍ୟୁହାର ବେଶି
– ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୫୭ ହଜାର ୨୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୯୪ ଜଣ ପ୍ରାଣ ହରାଇଛନ୍ତି।
– ରାଜ୍ୟରେ ଆଖି ବୁଜିଲେ ଆଉ ୨୬ କରୋନା ଆକ୍ରାନ୍ତ
– ଦିନକରେ ରାଜ୍ୟରେ ନୂଆ ୧୧୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୧୪୫୧
–ଆଜି ଭୁବନେଶ୍ବରରେ ୧୦୭୬ କରୋନା ଆକ୍ରାନ୍ତ ଚିହ୍ନଟ, ୯୮୯ ସୁସ୍ଥ
– ଟିକା ସମସ୍ୟା ପାଇଁ କେନ୍ଦ୍ରକୁ ପରୋକ୍ଷରେ ଦାୟୀ କଲା ସିରମ ଇନଷ୍ଟିଚ୍ୟୁଟ୍
– ଭବିଷ୍ୟତରେ କୋଭିଡ-୧୯ ସାଧାରଣ ଥଣ୍ଡା ରୋଗରେ ପରିଣତ ହୋଇପାରେ: ଗବେଷକ
– ଗଣତନ୍ତ୍ର ଦିବସରେ ଲାଲ କିଲ୍ଲା ହିଂସା; ୩୨୨୪ ପୃଷ୍ଠାର ଅଭିଯୋଗ ଫର୍ଦ୍ଦ ଦାଖଲ
– ୨୦୨୦ ବିହାର ନିର୍ବାଚନରେ ଭାଜପାର ଖର୍ଚ୍ଚ ୭୧.୭୩ କୋଟି ; ତାରକା ପ୍ରଚାରକଙ୍କ ବିମାନ ଭଡା ୨୪ କୋଟି
– ମୁଣ୍ଡପିଛା ଆୟରେ ଭାରତକୁ ଟପିଲା ବାଂଲାଦେଶ
– ଏୟାର ଇଣ୍ଡିଆ ତଥ୍ୟ ଚୋରି :୪୫ ଲକ୍ଷ ପ୍ରଭାବିତ
– ଚୀନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୭.୪
– ଜାମ୍ମୁରେ ୧୨୦ ବର୍ଷୀୟା ମହିଳା ନେଲେ କୋଭିଡ ଟିକା
– ଦିଲ୍ଲୀର ନାମ ବଦଳାଇ ଇନ୍ଦ୍ରପ୍ରସ୍ଥ ରଖିବାକୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ବାମଙ୍କ ଦାବି
– ଜୁନ ପହିଲାରୁ ମଧ୍ୟପ୍ରଦେଶରେ ଖୋଲିବ ତାଲା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଘୋଷଣା
– ଡିଏଲଏଫ ଲାଞ୍ଚ ମାମଲାରେ ଲାଲୁଙ୍କୁ କ୍ଲିନ୍ଚିଟ୍, ସିବିଆଇକୁ ମିଳିଲାନି ପ୍ରମାଣ
– ମଧ୍ୟପ୍ରଦେଶରେ ବ୍ଲାକ ଫଙ୍ଗସ ମହାମାରୀ ଘୋଷିତ; କରୋନା ରୋଗୀ ଭଳି ରଖାଯିବ ରେକର୍ଡ