www.samajalive.in
Sunday, December 14, 2025
14.1 C
Bhubaneswar

ରେଳ ଯୋଗେ ପଠାଗଲାଣି ୧୩ ହଜାର ୩୧୯ ଟନ୍‍ ତରଳୀକୃତ ମେଡିକାଲ୍‍ ଅମ୍ଳଜାନ

ଦେଶର ବିଭିନ୍ନ ଅଞ୍ଚଳକୁ ଆଜି ସୁଦ୍ଧା ରେଳ ପରିବହନ ଯୋଗେ ୧୩ ହଜାର ୩୧୯ ଟନ୍‍ ତରଳୀକୃତ ମେଡିକାଲ୍‍ ଅମ୍ଳଜାନ ପଠାଯାଇଛି। ରେଳ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟକୁ ୨୦୮ଟି ଅମ୍ଳଜାନ ଏକ୍ସପ୍ରେସ୍‍ ତାର ଯାତ୍ରା ଶେଷ କରି ସଫଳ ଭାବେ ଅମ୍ଳଜାନ ଯୋଗାଣ କରିଛି।

ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, ଏହି ସମୟ ମଧ୍ୟରେ ୧୩ଟି ରାଜ୍ୟ ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ର୍ରଦେଶ, ରାଜସ୍ଥାନ, ତାମିଲନାଡୁ, ହରିଆଣା, ତେଲଙ୍ଗାନା, ପଞ୍ଜାବ, କେରଳ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶକୁ ଅକ୍ସିଜେନ୍‍ ଏକ୍ସପ୍ରେସ୍‍ ଯୋଗେ ତରଳୀକୃତ ମେଡିକାଲ୍‍ ଅମ୍ଳଜାନ ପଠାଯାଇଛି। ଏହି ତରଳୀକୃତ ଅମ୍ଳଜାନ ଓଡ଼ିଶାର ଅନୁଗୁଳ, ରାଉରକେଲା ସମେତ ହାପା, ବରୋଦା, ମୁନ୍ଦ୍ରା, ଦୁର୍ଗାପୁର ଏବଂ ଟାଟା ନଗରରୁ ଅନ୍ୟ ରାଜ୍ୟକୁ ପଠାଯାଇଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories