ଆଦିତ୍ୟ ଆଲୁମିନା ପକ୍ଷରୁ ଝାରସୁଗୁଡା ପ୍ରଶାସନକୁ କୋଭିଡ୍‍ ସାମଗ୍ରୀ ପ୍ରଦାନ

ରେଙ୍ଗାଲି : କରୋନା ମହାମାରୀର ମୁକାବିଲା ସକାଶେ ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନା ପକ୍ଷରୁ ଆଜି ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ୧୦ ଟି ଅକ୍ସିଜେନ୍‍ ସିଲିଣ୍ଡର, ୨ଶହଟି ପିପିଇ କିଟ୍‍ ଏବଂ ୨ଶହ ମାସ୍କ୍‍ ଯୋଗାଇ ଦିଆଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କମ୍ପାନୀର ମୂଖ୍ୟ ସମୀର ନାୟକ, ଉପ-ସଭାପତି ତଥା ମାନବ ସମ୍ବଳ ବିଭାଗ ମୁଖ୍ୟ ଡ.ବିବେକାନନ୍ଦ ମିଶ୍ର, ସଂଯୋଜକ ଅଧିକାରୀ ସତ୍ୟପ୍ରସାଦ ଦାସ, ପାରିପାର୍ଶ୍ବିକ ଉନ୍ନୟନ ବିଭାଗର ମୁଖ୍ୟ କ୍ଟେତା ଉପାଧ୍ୟାୟ,ମାନବ ସମ୍ବଳ ବିଭାଗ ପ୍ରବନ୍ଧକ ବିଜୟ କୁମୁରା, ମନୋରଞ୍ଜନ ବେହେରା ପ୍ରମୂଖ ଉପସ୍ଥିତ ଥିଲେ। ସୂଚିତ ଯେ କମ୍ପାନୀ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏବ ରେଙ୍ଗାଲି ବ୍ଳକ୍‍ ପ୍ରଶାସନର ସଂଯୋଜନାରେ ଗତ ୧୮ ମାସ ହେଲା ଚାଲିଥିବା କୋଭିଡ୍‍ ପରିଚାଳନାରେ କମ୍ପାନୀ ସାମିଲ ହୋଇ କାର୍ଯ୍ୟ ସମ୍ପାଦନ କରି ଆସୁଛି।

kalyan agarbati

Comments are closed.