ଦେଶର ବିଭିନ୍ନ ଅଞ୍ଚଳକୁ ଆଜି ସୁଦ୍ଧା ରେଳ ପରିବହନ ଯୋଗେ ୧୩ ହଜାର ୩୧୯ ଟନ୍ ତରଳୀକୃତ ମେଡିକାଲ୍ ଅମ୍ଳଜାନ ପଠାଯାଇଛି। ରେଳ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ରାଜ୍ୟକୁ ୨୦୮ଟି ଅମ୍ଳଜାନ ଏକ୍ସପ୍ରେସ୍ ତାର ଯାତ୍ରା ଶେଷ କରି ସଫଳ ଭାବେ ଅମ୍ଳଜାନ ଯୋଗାଣ କରିଛି।
ମନ୍ତ୍ରଣାଳୟ ଆହୁରି ମଧ୍ୟ କହିଛି, ଏହି ସମୟ ମଧ୍ୟରେ ୧୩ଟି ରାଜ୍ୟ ଉତ୍ତରାଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆନ୍ଧ୍ର୍ରଦେଶ, ରାଜସ୍ଥାନ, ତାମିଲନାଡୁ, ହରିଆଣା, ତେଲଙ୍ଗାନା, ପଞ୍ଜାବ, କେରଳ, ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶକୁ ଅକ୍ସିଜେନ୍ ଏକ୍ସପ୍ରେସ୍ ଯୋଗେ ତରଳୀକୃତ ମେଡିକାଲ୍ ଅମ୍ଳଜାନ ପଠାଯାଇଛି। ଏହି ତରଳୀକୃତ ଅମ୍ଳଜାନ ଓଡ଼ିଶାର ଅନୁଗୁଳ, ରାଉରକେଲା ସମେତ ହାପା, ବରୋଦା, ମୁନ୍ଦ୍ରା, ଦୁର୍ଗାପୁର ଏବଂ ଟାଟା ନଗରରୁ ଅନ୍ୟ ରାଜ୍ୟକୁ ପଠାଯାଇଛି।



