www.samajalive.in
Sunday, December 7, 2025
18.1 C
Bhubaneswar

ଅଶ୍ଲିଳ ରାପଗୀତ ଭାଇରାଲ; କୋକସରା ଓ ଭବାନିପାଟଣା ଥାନାରେ ଲିଖିତ ଅଭିଯୋଗ

କଲମପୁର: ଗତ କିଛି ମାସ ତଳେ ବିଭିନ୍ନ ଗଣମାଧ୍ୟମରେ ଛାଇଯାଇଥିଲେ। କଳାହାଣ୍ଡି ମାଟିର ଜଣେ ସୁଯୋଗ୍ୟ ସନ୍ତାନ ସୁନାପିଲା ଆଦି ବହୁ ନାମରେ ନାମିତ ରାପର୍ ଦୁଲେ। ଯୁବ ଓ କିଶୋର ବର୍ଗଙ୍କ ଦିଲର ଧଡକନ ସାଜି ସାମାଜିକ ଗଣମାଧ୍ୟମରେ ଛାଇଯାଇଥିଲେ ବୋର୍ଡା ଗାଁର ଦୁଲେ ରାକର ଓରଫ ଦୁଲେଶ୍ୱର ତାଣ୍ଡି। ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରେ ରାପର ଦୁଲେଙ୍କୁ ପରିଚିତ କରାଇଥିଲା ତାଙ୍କ ରାପ ଗୀତର ଶୈଳି। ଗରିବ ପରିବାରରେ ଜନ୍ମ ହୋଇ ବିଭିନ୍ନ ସଂଘର୍ଷକୁ ଅତିକ୍ରମ କରି ନିଜର ନାମକୁ ପରିଚିତ କରାଇଥିଲା ତାଙ୍କ ରାପ ସଙ୍ଗ। କିନ୍ତୁ ସବୁ ସୁନାମକୁ ଦୁର୍ନାମରେ ପରିଣତ କରାଇଦେଲା ତାଙ୍କର ଏକ ଭୁଲ। ନାରୀ ମାନଙ୍କ ପ୍ରତି ଦୁଲେଶ୍ୱରଙ୍କ ଥିବା ହିନମନ୍ୟତାକୁ ଏକ ଅଶ୍ଳିଳ ରାପ ଗୀତ ମାଧ୍ୟମରେ ୟୁଟୁଭ ଭଳି ସମାଜିକ ଗଣମାଧ୍ୟମରେ ଛାଡି ଦେବା ଓ ତାହା ବିଜୁଳି ବେଗରେ ଭାଇରାଲ ହୋଇଥିଲା।

 

- Advertisement -

କିଛି ଲୋକ ଏହି ଭିଡିଓ ଦେଖିବା ପରେ ଦୁଲେଙ୍କୁ ଟ୍ରୋଲ କରିଥିଲେ। ନିଜର ଭୁଲ ଥିବା ବୁଝିବା ପରେ ଦୁଲେ ଉକ୍ତ ଭିଡିଓକୁ ନିଜ ଏକାଉଣ୍ଟରୁ ଡିଲିଟ କରି ଦେଲେ। କିନ୍ତୁ ସେତେବେଳକୁ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚିତ ହୋଇ ସାରିଥିଲା। ଦୁଲେଙ୍କ ଏଭଳି ଭୁଲକୁ ସାଧାରଣରେ ତିବ୍ର ନିନ୍ଦା କରାଯାଇଥିଲା। ଏହାସହ ବିଜୁ ଛାତ୍ର ଜନତା ଦଳର ସଭାପତି ଅବିନାଶ ଠାକୁର ଭବାନିପାଟଣା ଟାଉନଥାନାରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ଗିରଫ ଦାବି କରିଛନ୍ତି। ସେହିଭଳି କୋକସରା ଥାନାରେ ମଧ୍ୟ ଅନୁରୁପ ଭାବେ କୋଶଲ ସେନା ତରଫରୁ ଲିଖିତ ଅଭିଯୋଗ କରାଯାଇଛି। ଏଥିମଧ୍ୟରେ ନିଜେ ଏହି ଭୁଲ କରିଥିବା ସ୍ୱୀକାର କରିବା ସହ ନିଜ ଭୁଲକୁ ବୁଝି ପାରି ସେହି ସାମାଜିକ ଗଣମାଧ୍ୟମରେ ଭିଡିଓ ବାର୍ତ୍ତା ଦେଇ କ୍ଷମାପ୍ରାର୍ଥନା କରିଛନ୍ତି। ଏହାସହ ଆଗାମୀ ଦିନରେ ସେ ଏହି ଗୀତ ଦୁନିଆରୁ ଦୂରେଇଯିବେ ବୋଲି ମତବ୍ୟକ୍ତ କରିଛନ୍ତି। ଏହାସହ ତାଙ୍କ ନାମରେ ବିଭିନ୍ନ ପୁଲିସ ଥାନାରେ ହେଉଥିବା ଏତଲାରୁ ନିବୃତ ରହିବାକୁ ଅନୁରୋଧ କରିବା ସହ କ୍ଷମା ପ୍ରାର୍ଥନା କରିଛନ୍ତି।

Hot this week

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

Related Articles

Popular Categories