www.samajalive.in
Tuesday, December 9, 2025
17.1 C
Bhubaneswar

ଆରବିଆଇର ବଡ଼ ନିଷ୍ପତ୍ତି: କେନ୍ଦ୍ରକୁ ହସ୍ତାନ୍ତର କରିବ ୯୯୧୨୨ କୋଟିର ବଳକା ରାଶି

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେନ୍ଦ୍ର ସରକାରଙ୍କୁ ୯୯ ହଜାର ୧୨୨ କୋଟି ଟଙ୍କାର ବଳକା ରାଶି ହସ୍ତାନ୍ତର କରିବା ଲାଗି ଏକ ବଡ଼ ନିଷ୍ପତ୍ତି ନେଇଛି। ଶୁକ୍ରବାର ଆରବିଆଇର କେନ୍ଦ୍ରୀୟ ନିର୍ଦେଶକ ମଣ୍ଡଳର ୫୮୯ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ବୋର୍ଡ ଏହି ବୈଠକରେ ଅର୍ଥବ୍ୟବସ୍ଥା ଉପରେ କୋଭିଡ-୧୯ର ୨ୟ ତରଙ୍ଗର ପ୍ରଭାବକୁ ହ୍ରାସ କରିବା ଲାଗି ବର୍ତ୍ତମାନର ଆର୍ଥିକ ସ୍ଥିତି, ବିଶ୍ଵରସ୍ତରୀୟ ଏବଂ ଘରୋଇ ସମସ୍ୟା ଓ ଆରବିଆଇ ଦ୍ବାରା ନିକଟରେ ଗ୍ରହଣ କରାଯାଇଥିବା ନୀତିଗତ ଉପାୟଗୁଡ଼ିକର ସମୀକ୍ଷା କରାଯାଇଥିଲା। ବୈଠକରେ ଆରବିଆଇର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରାଯାଇଥିଲା ଏବଂ ବାର୍ଷିକ ରିପୋର୍ଟକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ୨୦୨୧ ମାର୍ଚ୍ଚ ୨୧ରେ ଶେଷ ହେଉଥିବା ୯ ମାସର ଲେଖା ଅବଧି ପାଇଁ କେନ୍ଦ୍ର ସରକାରଙ୍କୁ ୯୯ ହଜାର ୧୨୨ କୋଟି ଟଙ୍କାର ବଳକା ରାଶି ହସ୍ତାନ୍ତର କରିବା ଲାଗି ମଞ୍ଜୁରୀ ପ୍ରଦାନ କରିଛି।

- Advertisement -

ସୂଚନାଯୋଗ୍ୟ, ଗତବର୍ଷ ଆରବିଆଇ କେନ୍ଦ୍ର ସରକାରଙ୍କୁ ୫୭ ହଜାର ୧୨୮ କୋଟି ଟଙ୍କା ବଳକା ରାଶି ବାବଦରେ ହସ୍ତାନ୍ତର କରଥିଲା। ଏଥିରୁ ଆରବିଆଇ ୧ ପ୍ରତିଶତ ରାଶି ନିଜର ପରିଚାଳନାଗତ ଖର୍ଚ୍ଚ ଏବଂ ଆକସ୍ମିକ ଆବଶ୍ୟକତା ପାଇଁ ରଖିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories