www.samajalive.in
Wednesday, December 10, 2025
15.1 C
Bhubaneswar

ପ୍ରଭାବିତ ହେଉଛି କୁଳ ବେଉଷା, ଆର୍ଥିକ ଦୁର୍ଦ୍ଦିନରେ କୁମ୍ଭାକାର ପରିବାର

କଲମପୁର: ମାଟିରେ ତିଆରି ହାଣ୍ଡି, ମାଠିଆ, ସୁରେଇ, ଦୀପ, ଖପର ଆଦି ଘର କରଣା ସାମଗ୍ରୀ ତିଆରି କରି ପରମ୍ପରା କ୍ରମେ ନିଜର କୂଳ ବେଉଷାକୁ ପାଥେୟ କରି ଜୀବନ ଅତିବାହିତ କରୁଛନ୍ତି କଲମପୁର ଅଂଚଳର କୁମ୍ଭକାର ପରିବାର। ସେ ବିବାହ ହେଉ କି ବ୍ରତ ଅଥବା କୌଣସି ପୂଜା ଉତ୍ସବ ହେଉ କି ପର୍ବ ପର୍ବାଣି ଏପରିକି ଏକୋଇଶିଆ କିମ୍ବା କୌଣସି ପରିବାରର ମୃତାହତ କାମ ହେଉ ଦରକାର ପଡିଥାଏ କୁମ୍ଭକାରଙ୍କ। ସେମାନଙ୍କ ଦ୍ୱାରା ନିର୍ମିତ ମାଟି ସାମଗ୍ରୀ ଏହି ସବୁରେ ବ୍ୟବାହାର ହେଇଥାଏ। କିନ୍ତୁ ଏବେ ଲୋକଙ୍କ ମଧ୍ୟରେ ପ୍ଲାଷ୍ଟିକ ଓ ଷ୍ଟିଲ ବ୍ୟବହାର ପ୍ରତି ଆକୃଷ୍ଟ ବଢୁଥିବାରୁ ଏବେ ମାଟି କାରୀଗର ଆର୍ଥିକ ଦୁର୍ଦ୍ଦିନରେ।
କଲମପୁର ବ୍ଲକର ଧନପୁର, ଭାଟିଗାଁ, କଲମପୁର, ଭଇଁରୀ, ଖଣ୍ଡିଡଙ୍ଗରୀଗୁଡା ଓ ଭରୁଆମୁଣ୍ଡା ଆଦି ଗ୍ରାମରେ ୫ଶହରୁ ଅଧିକ ପରିବାର ବସବାସ କରନ୍ତି। ଏମାନଙ୍କ କୂଳ ବେଉଷା ମାଟି କାରିଗରୀ। ଏହି ମାଟିକରାଗରୀ ହିଁ ସେମାନଙ୍କ ରୋଜଗାରର ପନ୍ଥା। କିନ୍ତୁ ଏହି ପରିବାର ମାନଙ୍କ ପାଇଁ ସରକାରଙ୍କ କୌଣସି ପ୍ରତ୍ସୋହନ ନଥିବାରୁ ଦିନକୁ ଦିନ ଏହି କୂଳ ବେଉଷା ଏବେ ଲୋପ ପାଇବାକୁ ବସିଲାଣି। ଅନ୍ୟପଟେ ଏବେ କରୋନାର ସଂକ୍ରମଣ ବୃଦ୍ଧି ଯୋଗୁଁ ସମସ୍ତ ବିବାହ, ବ୍ରତ, ପୂଜା ଉତ୍ସବ, ହୋମ ଯଜ୍ଞ, ଯାନୀଯାତ୍ରା ସବୁ ପ୍ରାୟତଃ ବନ୍ଦ। ଏହାସହ ସମସ୍ତ ଦୋକାନ ବଜାର ବନ୍ଦ ଯୋଗୁଁ ନିଜ କୂଳ ବେଉଷାକୁ ପାଥେୟ କରି ପରିବାର ଚଳାଉଥିବା କୁମ୍ଭକାର ଏବେ ଆର୍ଥିକ ଅନାଟନରେ। ଏହାସହ ଖପର ଘର ବଦଳରେ ସ୍ଲବ ଓ ଆଜବେଷ୍ଟ ଉପରେ ଲୋକ ନିର୍ଭର କରୁଥିବାରୁ ଏଥିରୁ ମିଳୁଥିବା ରୋଜଗାର ମଧ୍ୟ ଠପ୍‍ ହେଇଯାଇଛି। କରୋନା କାଳରେ ଏହି ପରିବାର ମାନେ ଦୁଇ ଓଳି ପାଇଁ ଦୁଇମୁଠା ଖାଇବା ଜୁଟାଇବା ସମ୍ଭବ ହେଇ ପାରୁ ନାହିଁ। ତେଣୁ ତୁରନ୍ତ ପ୍ରଶାସନ ଓ ସରକାର ଏହି ପରିବାରର ଆର୍ଥିକ ବିକାଶ ପାଇଁ ସହଯୋଗର ହାତ ବଢାଇବାର ଆବଶ୍ୟକତା ରହିଛି। ନଚେତ ଆଗାମୀ ଦିନରେ ଏହି ମାଟି କାରୀଗର ଜିବୀକା ହରାଇବେ ବୋଲି ଧନପୁର ଗ୍ରାମର ପରମେଶ୍ୱର ରଣା ମତବ୍ୟକ୍ତ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories