www.samajalive.in
Tuesday, December 9, 2025
16.1 C
Bhubaneswar

ଆପଦକାଳୀନ ସଂଚୟ ପାଇଁ ସଚେତନତା

ନୂଆଦିଲ୍ଲୀ: କୋଭିଡ ମହାମାରୀ ଭଳି ବିପର୍ଯ୍ୟୟ ସମୟରେ ଅନେକ କର୍ମନିଯୁକ୍ତି ଏବଂ ଜୀବିକା ହରାଉଥିବାବେଳେ ପରିବାର ଭରଣପୋଷଣ କରିବା କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ଜନସାଧାରଣ ସଂଚୟ ଅଭ୍ୟାସ ବୃଦ୍ଧି କରିବାକୁ ପରାମର୍ଶ ଦେଇଛନ୍ତି ବହୁ ଅର୍ଥନୀତିଜ୍ଞ। ଏଥିସହିତ ସେମାନେ କହିଛନ୍ତି ନିବେଶ କରିବା ସମୟରେ ଅବିଚାରିତ ଭାବେ ବର୍ଷବର୍ଷ ଧରି ବଡ଼ ନିବେଶ କରିବା ପରିବର୍ତେ ଏକ ସଠିକ ନିବେଶ ମାଧ୍ୟମ ବାଛିବା ଗୁରୁତ୍ୱପୂର୍ଣ୍ଣ। ତାହା ଜନସାଧାରଣଙ୍କ ଆପଦ ମୁକାବିଲା କ୍ଷମତା, ରିଟର୍ଣ୍ଣ ଆଶା ଓ ଲିକ୍ୟୁଡିଟି ଆବଶ୍ୟକତା ସହିତ ଆର୍ଥିକ ଲକ୍ଷ୍ୟକୁ ପୂରଣ କରିପାରିବ। ସଂପ୍ରତି ଦେଶରେ ଏକାଧିକ ସଂଚୟ ସୁବିଧା ଉପଲବ୍ଧ ହେଉଥିବାବେଳେ ବଜାଜ ଫାଇନାନ୍ସ ଅନଲାଇନ ଏଫଡିରେ ନିବେଶ ଜନସାଧାରଣଙ୍କ ପାଇଁ ଏକ ସ୍ମାର୍ଟ ପସନ୍ଦ ହେବ ବୋଲି କୁହାଯାଇଛି। ଏହା ନିୟମିତ ବ୍ୟବଧାନରେ ସଂଚୟକାରୀଙ୍କୁ ତାଙ୍କର ପ୍ରାପ୍ୟ ପ୍ରଦାନ କରିଥାଏ। ଏହାର ସ୍ଥାୟୀ ଜମା ସୁଧ ହିସାବ ବ୍ୟବସ୍ଥାରେ ଜଣେ ନିଜର ସଠିକ ପରିପକ୍ୱ ରାଶି ସମ୍ପର୍କିତ ତଥ୍ୟ ଜାଣିପାରିବେ। ତାହାସହିତ ନିଜ ଜମା ଉପରେ ସୁନିଶ୍ଚିତ ରିଟର୍ଣ୍ଣ ପାଇପାରିବେ। ଏହି ବ୍ୟବସ୍ଥା ବିଶେଷକରି ବରିଷ୍ଠ ନାଗରିକଙ୍କ ପାଇଁ ଉପଯୋଗୀ ବିବେଚିତ ହେଉଛି, ଯେଉଁମାନେ ସଂଚୟରୁ ମାସିକ ଆୟର ଆଶା ରଖିଥାନ୍ତି।

Hot this week

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

Related Articles

Popular Categories