www.samajalive.in
Sunday, December 14, 2025
14.1 C
Bhubaneswar

ପାରାଦୀପ ସରକାରୀ ଡାକ୍ତରଖାନାକୁ ଅମ୍ଳଜାନ ସାନ୍ଦ୍ରକ ଯୋଗାଣ

ପାରାଦୀପ: ପ୍ରାକୃତିକ ସମ୍ବଳ ରୂପାନ୍ତରଣକାରୀ ବିଶ୍ୱର ଅଗ୍ରଣୀ ମେରି ଟେକ୍‍ନିମଣ୍ଟ ଗ୍ରୁପ୍‍ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଲଢେଇ ପାଇଁ ଏହାର ମୁମ୍ବଇ ଭିତ୍ତିକ ଇଞ୍ଜିନିୟରିଂ ହବ୍‍ ଟେକ୍‍ନିମଣ୍ଟ ପ୍ରାଇଭେଟ ଲିମିଟେଡ (ଟିଏମସିପିଏଲ) ଜରିଆରେ ସମର୍ଥନ ଯୋଗାଇଦେଉଛି। ଟିସିଏମପିଏଲ ଅନ୍ୟତମ ଅଗ୍ରଣୀ ଭାରତୀୟ ଏନଜିଓ ସ୍ମାଇଲ ଫାଉଣ୍ଡେସନକୁ ସହାୟତା କରିବା ସହିତ ପାରାଦୀପରେ ଥିବା ସ୍ୱତନ୍ତ୍ର କୋଭିଡ ହସପିଟାଲକୁ ପ୍ରତ୍ୟକ୍ଷ ଭାବେ ସହାୟତା ପ୍ରଦାନ କରିବ। ପାରାଦୀପ ସହର ଏବଂ ଅନ୍ୟାନ୍ୟ ରାଜ୍ୟଗୁଡିକ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଅମ୍ଳଜାନ ଯୋଗାଣ କ୍ଷେତ୍ରରେ ନିଅଣ୍ଟିଆ ପରିସ୍ଥିତି ଦେଇ ଅଗ୍ରସର ହେଉଥିବାବେଳେ ଏହି ସହଭାଗିତା ଓଡିଶାର ପାରାଦୀପ ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଥିବା କୋଭିଡ ଚିକିତ୍ସା କେନ୍ଦ୍ରଗୁଡିକୁ ଅମ୍ଳଜାନ ସାନ୍ଦ୍ରକ ଯୋଗାଇଦେବା ସୁନିଶ୍ଚିତ କରିବ। ହୋଇଥିବା ବୁଝାମଣା ଅନୁଯାୟୀ ସ୍ମାଇଲ ଫାଉଣ୍ଡେସନ ଏହିସବୁ ସହରରେ ଥିବା କୋଭିଡ-୧୯ ଚିକିତ୍ସା କେନ୍ଦ୍ରଗୁଡିକୁ ସହଯୋଗ ଏବଂ ସୁଦୃଢ କରିବା ସକାଶେ ୧୦ ଲିଟର କ୍ଷମତା ବିଶିଷ୍ଟ ଅମ୍ଳଜାନ ସାନ୍ଦ୍ରକ ସଂଗ୍ରହ କରି ତାହା ବଞ୍ଚିବାକୁ ସଂଘର୍ଷ କରୁଥିବା ଗୁରୁତର କୋଭିଡ ରୋଗୀଙ୍କ ନିକଟରେ ସ୍ମାଇଲ ଫାଉଣ୍ଡେସନ ଜରିଆରେ ପହଞ୍ଚାଇବାକୁ ସୁନିଶ୍ଚିତ କରିବ। ଦେଶର ବିଭିନ୍ନ ହସପିଟାଲଗୁଡିକୁ ମୋଟ ପ୍ରାୟ ୬୦ଟି ଅମ୍ଳଜାନ ସାନ୍ଦ୍ରକ ଯୋଗାଇ ଦିଆଯିବ ଏବଂ ଆବଶ୍ୟକତାକୁ ଲକ୍ଷ୍ୟକରି ଆଗକୁ ଆଉ ଅଧିକ ଅମ୍ଳଜାନ ସାନ୍ଦ୍ରକ ଓ ସିଲିଣ୍ଡର ଉପଲବ୍ଧ କରାଯିବ। ମେରି ଟେକ୍‍ନିମଣ୍ଟ ଚେୟାରମ୍ୟାନ ଫାବ୍ରିଜିଓ ଡି ଅମାଟୋ କହିଛନ୍ତି, ଏହି ଅମ୍ଳଜାନ ସାନ୍ଦ୍ରକ ଯୋଗାଣ କୋଭିଡ-୧୯ ସହିତ ସଂଘର୍ଷ କରୁଥିବା ଅନେକ ଲୋକଙ୍କ ଜୀବନ ରକ୍ଷା କରିବା ଦିଗରେ ସହାୟକ ହୋଇପାରିବ। ସ୍ମାଇଲ ଫାଉଣ୍ଡେସନର ସହ ପ୍ରତିଷ୍ଠାତା ତଥା ଏକ୍‍ଜିକ୍ୟୁଟିଭ ଟ୍ରଷ୍ଟି ଶାନ୍ତନୁ ମିଶ୍ର କହିଛନ୍ତି, ମେରି ଟେକ୍‍ନିମଣ୍ଟ ଗ୍ରୁପ୍‍ ସମର୍ଥନରେ ଆମେ ଦେଶର ବିିଭିନ୍ନ ହସପିଟାଲଗୁଡିକୁ ଗୁରୁତ୍ୱପୂର୍ଣ୍ଣ ଅମ୍ଳଜାନ ସାନ୍ଦ୍ରକ ଆବଣ୍ଟନ କରିପାରିବୁ, ଯାହା କୋଭିଡ ପ୍ରଯତ୍ନକାରୀ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ବହୁ ଲୋକଙ୍କର ଜୀବନ ବଞ୍ଚାଇବାରେ ସହାୟକ ହେବ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories