www.samajalive.in
Sunday, December 14, 2025
16.1 C
Bhubaneswar

ଗଣ୍ଡାଙ୍କ ପାଇଁ ଲୋକପ୍ରିୟ ହେଉଛି କାଜିରଙ୍ଗା ନ୍ୟାସନାଲ ପାର୍କ

ବିଶ୍ବର ଏକମାତ୍ର ସ୍ଥାନ ହେଉଛି କାଜିରଙ୍ଗା ନ୍ୟାସନାଲ ପାର୍କ, ଯେଉଁଠାରେ ଏକ ଶିଙ୍ଗ ଥିବା ଗଣ୍ଡା ଦେଖାଯାନ୍ତି। ଭାରତର ଏଇ ପରିବେଶ ସେମାନଙ୍କ ପାଇଁ ସର୍ବୋତ୍କୃଷ୍ଟ ହୋଇଥିବାବେଳେ ଅନ୍ୟ କୌଣସି ପ୍ରାନ୍ତରେ ଏମାନେ ୧ ମାସରୁ ଅଧିକ ସମୟ ଜୀବିତ ରହିପାରନ୍ତି ନାହିଁ। ଏହି ଏକ ଶିଙ୍ଘା ଗଣ୍ଡାଙ୍କ ପାଇଁ ୧୯୦୫ରେ କାଜିରଙ୍ଗାକୁ ‘ବିଶ୍ବ ଏତିହ୍ୟ’ରେ ସ୍ଥାନ ମିଳିଥିଲା। ଆସାମର ଏଇ ପାର୍କରେ ଯେ କେବଳ ଗଣ୍ଡାଙ୍କୁ ଦେଖିବାକୁ ମିଳେ, ତା’ ନୁହେଁ, ବରଂ ଜଙ୍ଗଲୀ ମଇଁଷି, ହରିଣ, ବାଘଙ୍କ ସଂଖ୍ୟା ମଧ୍ୟ ଏଠି କିଛି କମ୍ ନୁହେଁ। ସର୍ବେକ୍ଷଣ ଅନୁସାରେ ବର୍ତ୍ତମାନ ସେଠାରେ ମୋଟ୍ ୨୨୦୦ ଗଣ୍ଡା ଅଛନ୍ତି। ସେମାନଙ୍କ ରକ୍ଷଣାବେକ୍ଷଣ ତଥା ବଂଶବୃଦ୍ଧି ନିମନ୍ତେ ଭାରତ ସରକାର ଓ ସେଠା ରାଜ୍ୟ ସରକାର ମଧ୍ୟ ବେଶ୍ ଯତ୍ନବାନ୍। ଶାକାହାରୀ ଗଣ୍ଡାଙ୍କ ଭୋଜନ ନିମନ୍ତେ ସେଠା କର୍ତ୍ତୃପକ୍ଷ ଦୈନିକ ଟନ୍‌ଟନ୍ ଘାସ ଯୋଗାଡ଼ କରିବାକୁ ଯଥେଷ୍ଟ ଉଦ୍ୟମ କରନ୍ତି। ଏମାନଙ୍କ ହାରାହାରି ଆୟୁ ୪୦ ହୋଇଥିବାବେଳେ କାଜିରଙ୍ଗାର ଅଧିକାଂଶ ଗଣ୍ଡା ୪୨-୪୫ ବର୍ଷରେ ପ୍ରାଣ ହରାଇଛନ୍ତି। ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ସହ ସିସିଟିଭିରେ ଗଣ୍ଡାଙ୍କ ଗତିବିଧି ମଧ୍ୟ କର୍ତ୍ତୃପକ୍ଷ ଭଲଭାବେ ତଦାରଖ କରନ୍ତି। ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଏବେ ଏହି ଗଣ୍ଡାଙ୍କୁ ଦେଖିବା ନିମନ୍ତେ ବଢ଼ିବାରେ ଲାଗିଛି। ଭୋରବେଳା ଶାନ୍ତ ବାତାବରଣରେ ଗଣ୍ଡାମାନେ ଏକତ୍ରିତ ହୋଇ ପାର୍କର ବିଭିନ୍ନ ପ୍ରାନ୍ତରେ ବୁଲୁଥିବାର ଦେଖାଯାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories