www.samajalive.in
Sunday, December 14, 2025
19.1 C
Bhubaneswar

ଗୁଜରାଟରେ ପ୍ରଧାନମନ୍ତ୍ରୀ ମୋଦୀ ; ତାଉ-ତେର କରିବେ ସମୀକ୍ଷା

ଗୁଜରାଟ : ବାତ୍ୟା ତାଉ-ତେ ପାଇଁ ଗୁଜରାଟରେ ହୋଇଥିବା ଧନଜୀବନ କ୍ଷୟକ୍ଷତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଭାବନଗର ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ତାଙ୍କର ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ପହଞ୍ଚିସାରିଛନ୍ତି ବୋଲି ଜଣାଇଛନ୍ତି। ମୋଦୀ ବାତ୍ୟା ତାଉ-ତେରେ ପ୍ରଭାବିତ ଅମ୍ରେଲୀ, ଗିର ସୋମନାଥ ଓ ଭାବନଗର ଜିଲାମାନଙ୍କର ସମୀକ୍ଷା କରିବେ।
ପ୍ରଭାବିତ ଅଞ୍ଚଳର ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦରେ ବୈଠକରେ ଯୋଗ ଦେବେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ, ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ। ତାଉ-ତେ କାରଣରୁ ଗୁଜରାଟର ଅନେକ ଅଞ୍ଚଳରେ ଖୁବ କ୍ଷୟକ୍ଷତି ଘଟିଛି। ବିଦ୍ୟୁତ ଖୁଣ୍ଟ ଉପୁଡିବା ସହ, ଘର ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା ସହ ପ୍ରାୟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ବାତ୍ୟା କାରଣରୁ ବହୁ ଅଞ୍ଚଳରେ ଭୀଷଣ ବର୍ଷା ହୋଇଛି। ପ୍ରଥମେ ରାଜ୍ୟ ସରକାର ୨ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଇଛି।
ଏହାସହ ବାତ୍ୟାରେ ପ୍ରାୟ ୧୬୦୦୦ ରୁ ଅଧିକ ଘର , ୪୦ ହଜାରରୁ ଅଧିକ ଗଛଲତା, ୭୦ ହଜାରରୁ ଅଧିକ ବିୁଦ୍ୟତ ଖୁ୍‍ଣ୍ଟ ଉପୁଡି ପଡିଛି। ପ୍ରାୟ ୫୯୫୧ ଗାଁରେ ବିଦ୍ୟୁତ ସେବା ନାହିଁ ବୋଲି ସୂଚନା ମିଳିଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories