www.samajalive.in
Monday, December 15, 2025
27.1 C
Bhubaneswar

ସୀମାନ୍ତରେ ଅନୁପ୍ରବେଶ ଉଦ୍ୟମ ବିଫଳ; ବିଏସଏଫ ହାତରେ ଧରାପଡିଲା ପାକିସ୍ତାନୀ ଅନୁପ୍ରବେଶକାରୀ

ଜାମ୍ମୁ: ଜାମ୍ମୁ କାଶ୍ମୀରର ସାମ୍ବା ସେକ୍ଟରରେ ସୀମା ସୁରକ୍ଷା ବାହିନୀର ଯବାନମାନେ ମଙ୍ଗଳବାର ରାତିରେ ପାକିସ୍ତାନ ପଟୁ ହୋଇଥିବା ଏକ ଅନୁପ୍ରବେଶ ଉଦ୍ୟମକୁ ବ୍ୟର୍ଥ କରିଦେଇଛନ୍ତି। ଏଥିସହିତ ସେମାନଙ୍କ ହାତରେ ଧରାପଡିଛନ୍ତି ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ। ବିଏସଏଫ ପକ୍ଷରୁ କୁହାଯାଇଛି ଯେ ସୀମା ରାତି ଅନ୍ଧକାରର ସୁଯୋଗ ନେଇ ଆରପଟୁ ଅନୁପ୍ରବେଶ ଉଦ୍ୟମ ହେଉଥିବା ଦେଖି ଭାରତୀୟ ଯବାନମାନେ କେଇ ରାଉଣ୍ଡ ଗୁଳି ଚଳାଇଥିଲେ। ଜଣେ ଅନୁପ୍ରବେଶକାରୀଙ୍କ ପଛପଟେ ଗୁଳି ବାଜିବାରୁ ସେ ସେହିଠାରେ ପଡିଯାଇଥିଲେ। ଯବାନମାନେ ଉକ୍ତ ଅନୁପ୍ରବେଶକାରୀଙ୍କୁ ଧରି ତାଙ୍କୁ ସାମ୍ବାସ୍ଥିତ ସେନା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ଗତ ପନ୍ଦର ଦିନ ମଧ୍ୟରେ ଏହା ପାକିସ୍ତାନ ପଟୁ ଦ୍ୱିତୀୟ ଅନୁପ୍ରବେଶ ଉଦ୍ୟମ ହୋଇଥିବା ବିଏସଏଫ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ଚଳିତ ମାସ ୫ ତାରିଖରେ ଅନୁରୂପ ଢଙ୍ଗରେ ଅନୁପ୍ରେବଶ ଉଦ୍ୟମ ହେଉଥିବାବେଳେ ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନଙ୍କ ଗୁଳିମାଡରେ ଅନୁପ୍ରବେଶକାରୀଙ୍କର ମୃତ୍ୟୁ ଘଟିଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories